ଦୁଇ ଦିନ ଧରି ଦର କମିବା ପରେ ପୁଣି ଥରେ ସୁନା ଓ ରୁପା ବଜାର ଗରମ ହୋଇ ଉଠିଛି । ଲଗାତାର ଦୁଇ ଦିନ ଧରି ଉଭୟ ସୁନା ଓ ରୁପାର ଦର ବୃଦ୍ଧି ପାଇବା ସହିତ ଗ୍ରାହକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଦିନକ ମଧ୍ୟରେ ସୁନା ଦର ୨,୮୯୦ ଟଙ୍କା ଏବଂ ରୁପା ଦର ୫,୦୦୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏହି ଅଚାନକ ଦରବୃଦ୍ଧି ଗହଣା ବଜାର ଓ ବିନିଯୋଗକାରୀମାନଙ୍କ ଉପରେ ସିଧା ପ୍ରଭାବ ପକାଇଛି।

ବର୍ତ୍ତମାନ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୫୬ ହଜାର ୬୦୦ ଟଙ୍କାରେ ପହଞ୍ଚିଛି । ଗତ ଦିନ ତୁଳନାରେ ୨୪ କ୍ୟାରେଟ୍ ସୁନା ଦର ୨,୮୯୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨,୬୫୦ ଟଙ୍କା ବଢ଼ି ୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ହୋଇଛି । ଏହା ସହିତ ରୁପା ଦର ମଧ୍ୟ ବହୁତ ଦ୍ରୁତ ଗତିରେ ବଢ଼ି କିଲୋ ପିଛା ୨ ଲକ୍ଷ ୮୫ ହଜାର ଟଙ୍କାରେ ପହଞ୍ଚିଛି।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଏଠାରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୫୬,୬୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧,୪୩,୫୫୦ ଟଙ୍କାକୁ ଛୁଇଁଛି। ସେହିପରି ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ୍ ସୁନା ୧,୫୬,୬୦୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୩,୫୫୦ ଟଙ୍କା ରହିଛି।
ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ସୁନା ଦରରେ ଭିନ୍ନତା ଦେଖାଯାଉଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧,୫୨,୫୦୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ଦର ୧,୩୯,୮୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧,୫୪,୦୪୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୧,୨୦୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବ ଭାରତର କୋଲକାତାରେ ମଧ୍ୟ ୨୪ କ୍ୟାରେଟ୍ ୧,୫୬,୬୦୦ ଓ ୨୨ କ୍ୟାରେଟ୍ ୧,୪୩,୫୫୦ ଟଙ୍କା ରହିଛି।

ବଜାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆନ୍ତର୍ଜାତୀୟ ବଜାରରେ ସୁନା ଦରର ଉତ୍ତାର–ଚଢ଼ାଉ, ଡଲାର ମୂଲ୍ୟ ଓ ଭୌଗୋଳିକ ଅନିଶ୍ଚିତତା କାରଣରୁ ଏହି ଦରବୃଦ୍ଧି ହୋଇଛି। ଆଗାମୀ ଦିନରେ ମଧ୍ୟ ସୁନା ଓ ରୁପା ଦରରେ ଅଧିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
ସୁନା କିଣିବା ସମୟରେ ଗ୍ରାହକମାନେ ଶୁଦ୍ଧତା ଯାଞ୍ଚ କରିବାକୁ ଅବଶ୍ୟ ଧ୍ୟାନ ଦେବା ଉଚିତ। ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ‘BIS Care App’ ଏକ ଭରସାଯୋଗ୍ୟ ମାଧ୍ୟମ। ହଲମାର୍କ, ଲାଇସେନ୍ସ ନମ୍ବର କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଗ୍ରାହକ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଏହା ଗ୍ରାହକ ସୁରକ୍ଷା ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
also read https://purvapaksa.com/t20worldcup/
ଟି-୨୦ ବିଶ୍ୱକପ ,ଏହି କାରଣ ଯୋଗୁଁ ବୁମରା ଖେଳିବେନି ମ୍ୟାଚ୍ ।। T20WorldCup


