ଟେଲିକମ୍ କ୍ଷେତ୍ରର ପ୍ରମୁଖ କମ୍ପାନୀ Bharti Airtel ତାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି, ଯାହା ଅନେକ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ ଓ ନିରାଶ କରିଛି । Airtel ଅଫିସିଆଲ୍ ଭାବରେ ଘୋଷଣା କରିଛି ଯେ, ଏବେ ଆଉ Airtel ଗ୍ରାହକମାନେ Perplexity Pro ର ମାଗଣା ସବସ୍କ୍ରିପସନ୍ ଲାଭ ନେଇପାରିବେ ନାହିଁ । ଏହି ଲୋକପ୍ରିୟ AI-ଭିତ୍ତିକ ସର୍ଚ୍ଚ ଓ ରିସର୍ଚ୍ଚ ଟୁଲ୍ର ମାଗଣା ଅଫର୍ Airtel ତାଙ୍କ ପ୍ରିପେଡ୍ ଗ୍ରାହକଙ୍କୁ ଦେଉଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି ।

Airtel ୨୦୨୫ ମସିହାରେ Perplexity Pro ମାଗଣା ସବସ୍କ୍ରିପସନ୍ ଅଫର୍ ଲଞ୍ଚ କରିଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା ଗ୍ରାହକଙ୍କୁ ଏକ ଅତିରିକ୍ତ ଡିଜିଟାଲ୍ ସୁବିଧା ପ୍ରଦାନ କରିବା । Perplexity Pro ଏକ ପ୍ରିମିୟମ୍ AI ସେବା, ଯାହାର ବାର୍ଷିକ ସବସ୍କ୍ରିପସନ୍ ମୂଲ୍ୟ ପ୍ରାୟ ୧୭,୦୦୦ ଟଙ୍କା । Airtel ଗ୍ରାହକଙ୍କ ପାଇଁ ଏହି ମହଙ୍ଗା ପ୍ଲାନ୍ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ଥିବାରୁ ଏହା ବେଶ୍ ଲୋକପ୍ରିୟ ହୋଇଥିଲା ।
ତେବେ Airtel ସ୍ପଷ୍ଟ କରିଛି ଯେ, ଏହି ଅଫର୍ କେବେବି ଦୀର୍ଘକାଳୀନ ମାଗଣା ସୁବିଧା ନୁହେଁ । ଅଫର୍ ଆରମ୍ଭ ସମୟରେ କମ୍ପାନୀ ତାଙ୍କର ନିୟମ ଓ ସର୍ତ୍ତାବଳୀରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲା ଯେ, ଏହି ମାଗଣା Perplexity Pro ସବସ୍କ୍ରିପସନ୍ କେବଳ ଜାନୁଆରୀ ୧୬, ୨୦୨୬ ପର୍ଯ୍ୟନ୍ତ ଭାଲିଡ୍ ରହିବ । ଏହା ଏକ ସମୟ-ସୀମିତ ଅଫର୍ ଥିଲା ଏବଂ ଏବେ ସେହି ଅଫର୍ ସମାପ୍ତ ହେବା ପୂର୍ବରୁ ମଧ୍ୟ Airtel ଏହାକୁ ତାଙ୍କ ପ୍ରିପେଡ୍ ପ୍ଲାନ୍ଗୁଡ଼ିକୁ ହଟାଇ ଦେଇଛି ।
Airtel ପକ୍ଷରୁ ଜଣାଇ ଦିଆଯାଇଛି ଯେ, ଯେଉଁ ଗ୍ରାହକମାନେ ପୂର୍ବରୁ Perplexity Pro ପ୍ଲାନ୍କୁ ରିଡିମ୍ କରିସାରିଛନ୍ତି, ସେମାନେ ପୂର୍ବ ପରି ଏହାର ସେବା ଉପଭୋଗ କରିପାରିବେ । ସେମାନଙ୍କ ପାଇଁ ଏହି ସବସ୍କ୍ରିପସନ୍ ଆକ୍ଟିଭ୍ ହୋଇଥିବା ତାରିଖରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଭାଲିଡ୍ ରହିବ । ଅର୍ଥାତ୍, ଯେଉଁମାନେ ସମୟରେ ଏହି ଅଫର୍ ଦାବି କରିଥିଲେ, ସେମାନଙ୍କୁ କୌଣସି ସମସ୍ୟା ହେବ ନାହିଁ ।
କିନ୍ତୁ ଏବେ ନୂଆ ଗ୍ରାହକ କିମ୍ବା ଯେଉଁମାନେ ପୂର୍ବରୁ ଏହି ପ୍ଲାନ୍ ରିଡିମ୍ କରିନଥିଲେ, ସେମାନଙ୍କ ପାଇଁ Perplexity Pro ମାଗଣା ଅଫର୍ ଆଉ ଉପଲବ୍ଧ ନାହିଁ । Airtel ର ଏହି ନିଷ୍ପତ୍ତି ଡିଜିଟାଲ୍ ସେବା ଓ AI ଟୁଲ୍ରେ ଆଗ୍ରହୀ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । Perplexity Pro Airtel ର ସବୁଠାରୁ ମହଙ୍ଗା ଡିଜିଟାଲ୍ ଆଡ୍-ଅନ୍ମଧ୍ୟରୁ ଗୋଟିଏ ଥିବାରୁ, ଏହା ବନ୍ଦ ହେବାକୁ ନେଇ ଗ୍ରାହକମାନେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
also read https://purvapaksa.com/bus-accident/


