ଦେଶର ସୁନା ଓ ରୁପା ବଜାରରେ ପୁଣିଥରେ ମୂଲ୍ୟ ହ୍ରାସ ଦେଖାଯାଇଛି । ଲଗାତାର ମୂଲ୍ୟ ବୃଦ୍ଧି ପରେ ଏବେ ସୁନା–ରୁପା ଦର କମିଥିବାରୁ ସାଧାରଣ ଗ୍ରାହକ ଓ ବିବାହ ସିଜିନକୁ ନଜରରେ ରଖି କିଣାକଟା କରିବାକୁ ଯୋଜନା କରୁଥିବା ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି ।ମିଳିଥିବା ସୂଚନା ଅନୁସାରେ, ୨୪ କ୍ୟାରେଟ୍ ସୁନା ୧୪୨୦ ଟଙ୍କା ଖସିଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୩୦୦ ଟଙ୍କା କମିଛି । ସେହିପରି ରୁପା ଦରରେ ବଡ଼ ହ୍ରାସ ଦେଖାଯାଇଛି । କିଲୋ ପିଛା ରୁପା ଦର ୨୦ ହଜାର ଟଙ୍କା କମିଛି ।

ଦର ହ୍ରାସ ପରେ ବର୍ତ୍ତମାନ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କା ହୋଇଛି । ରୁପା ଦର ହ୍ରାସ ପରେ ବର୍ତ୍ତମାନ କିଲୋ ପିଛା ୨ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି ହେଉଛି ।
ରାଜ୍ୟ ଓ ଦେଶର ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ଏହି ହ୍ରାସର ପ୍ରଭାବ ଦେଖାଯାଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୫୧,୭୫୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୩୯,୧୦୦ ଟଙ୍କାରେ ରହିଛି । ସେହିପରି ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ୍ ସୁନା ୧,୫୧,୭୫୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୩୯,୧୦୦ ଟଙ୍କାରେ ବିକ୍ରି ହେଉଛି ।

ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧,୫୧,୯୦୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୩୯,୨୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧,୫୩,୦୬୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୦,୩୦୦ ଟଙ୍କା ରହିଛି । ପୂର୍ବ ଭାରତର କୋଲକାତାରେ ଯଥାକ୍ରମେ ୧,୫୧,୭୫୦ ଓ ୧,୩୯,୧୦୦ ଟଙ୍କା ଦର ଦେଖାଯାଇଛି ।
ବଜାର ବିଶେଷଜ୍ଞଙ୍କ ମତାନୁସାରେ, ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ସ୍ଥିରତା, ଡଲାରର ଗତିବିଧି ଓ ନିବେଶକଙ୍କ ମନୋଭାବ ହେତୁ ସୁନା–ରୁପା ଦରରେ ଏହି ପରିବର୍ତ୍ତନ ଆସିଛି । ଏହା ସହ ଗ୍ରାହକଙ୍କୁ ସୁନା କିଣିବା ସମୟରେ ଶୁଦ୍ଧତା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ‘BIS Care App’ ମାଧ୍ୟମରେ ସୁନାର ହଲମାର୍କ, ଲାଇସେନ୍ସ ନମ୍ବର ଓ ପଞ୍ଜୀକରଣ ସଂଖ୍ୟା ଯାଞ୍ଚ କରାଯାଇପାରିବ । କୌଣସି ତ୍ରୁଟି ମିଳିଲେ ସରକାରଙ୍କ ନିକଟରେ ସିଧାସଳଖ ଅଭିଯୋଗ କରିବାର ବ୍ୟବସ୍ଥା ମଧ୍ୟ ରହିଛି ।
also read https://purvapaksa.com/president-draupadi-murmu-in-jajpur/
https://purvapaksa.com/president-draupadi-murmu-in-jajpur/


