ରାଜନୀତିରେ କେତେକ ଦିନ ଉତ୍ସବ ନୁହେଁ, ଆଇନା ହୁଏ। ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ୨୦୨୫ ଠିକ୍ ସେହି ଆଇନା। ମଞ୍ଚରେ ଥିଲା-ଶାସନକାଳର ସ୍ମୃତି, ନବୀନ ପଟ୍ଟନାୟକଙ୍କ ନାମ, ଲିଗାସିର ଗର୍ବ। କିନ୍ତୁ ମଞ୍ଚ ତଳେ-ଦଳ ଭିତରର ଅସନ୍ତୋଷ, ଅଭିଯୋଗ, ଦମିତ କ୍ରୋଧ। ଗୋଟିଏ ପକ୍ଷରେ- ବିଜେଡିର ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେନିନ ମହାନ୍ତି, ମିଡିଆ ଉପରେ ଆଙ୍ଗୁଳି ଉଠାଇ କହୁଛନ୍ତି- “ମିଡିଆ ମିଛ ଖବର କରିଛି, କ୍ଷମା ମାଗୁ।”
ଅନ୍ୟ ପକ୍ଷରେ- ବଦ୍ରୀ ନାରାୟଣ ପାତ୍ର, ଦଳର ବିଧାୟକ, ଖୋଲା ମଞ୍ଚରେ କହୁଛନ୍ତି- “ମୋତେ ହରାଇବା ପାଇଁ ଖଣି ମାଫିଆ, ପୋଲିସ ରେଡ୍, ଟିକେଟ ଚକ୍ରାନ୍ତ-ସବୁ ହୋଇଥିଲା।” ପ୍ରଶ୍ନ ସ୍ପଷ୍ଟ- ବିଜେଡିର ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେନିନ ମହାନ୍ତି କାହାକୁ ଉତ୍ତର ଦେଉଛନ୍ତି? ମିଡିଆକୁ, ନା ବଦ୍ରୀଙ୍କ ଭଳି ନେତାମାନଙ୍କୁ?

ରାଜନୀତିରେ କ୍ଷମତା ଚାଲିଗଲେ କିଭଳି ଅବସ୍ଥା ହୁଏ, ତାହାର ଜ୍ୱଳନ୍ତ ଉଦାହରଣ ଏବେ ବିଜୁ ଜନତା ଦଳ (ବିଜେଡି) କ୍ୟାମ୍ପରେ ଦେଖିବାକୁ ମିଳୁଛି। ଯେଉଁ ଦଳ ଦିନେ ‘ଅନୁଶାସନ’ ପାଇଁ ଜଣାଶୁଣା ଥିଲା, ଆଜି ସେଠାରେ ଅସନ୍ତୋଷର ନିଆଁ କୁହୁଳୁଛି। ଦଳର ପ୍ରତିଷ୍ଠା ଦିବସ ଅବସରରେ ଜଣେ ପକ୍ଷରେ ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେଲିନ ମହାନ୍ତି ଗଣମାଧ୍ୟମ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଥିବାବେଳେ, ଅନ୍ୟପକ୍ଷରେ ବରିଷ୍ଠ ନେତାମାନେ ଯେଉଁ ସତ୍ୟ ବାଢ଼ିଛନ୍ତି, ତାହା ଦଳର ଶୀର୍ଷ ନେତୃତ୍ୱକୁ କାଠଗଡ଼ାରେ ଛିଡ଼ା କରିଛି। ପ୍ରଶ୍ନ ଉଠୁଛି- ନିଜ ଦଳର ବରିଷ୍ଠ ନେତା ବାଢ଼ିଥିବା ଅଭିଯୋଗର ଉତ୍ତର ଲେଲିନଙ୍କ ପାଖରେ ଅଛି କି?
ମିଡିଆ ଉପରେ ଆକ୍ରମଣ: ସହଜ ପଥ, କଠିନ ସତ୍ୟ
ବିଜେଡିର ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେଲିନ ମହାନ୍ତିଙ୍କ ବୟାନ ରାଜନୀତିରେ କିଛି ନୂଆ ନୁହେଁ।
ଯେତେବେଳେ ପ୍ରଶ୍ନ ଅସୁବିଧାଜନକ ହୁଏ, ମିଡିଆକୁ ଦୋଷ ଦେବା-ତାଙ୍କର ଏକ ପରୀକ୍ଷିତ ରଣନୀତି।
ସେ କହିଲେ-
ଦଳରେ କିଏ ଯୋଗ ଦେବ, କିଏ ନୁହେଁ-ତାହା ନେଇ ମିଡିଆ ମିଛ ଅପପ୍ରଚାର କରିଥିଲା।
ଏହା ଘଟିନଥିବାରୁ ମିଡିଆ କ୍ଷମା ମାଗିବା ଉଚିତ।
କିନ୍ତୁ ପ୍ରଶ୍ନ-
ସେହି ଖବର ମିଡିଆ କେଉଁଠୁ ପାଇଥିଲା?
ମିଡିଆ କୌଣସି ଆକାଶରୁ ଖବର ଆଣେନି।
ସେହି ସୂତ୍ର-ଦଳ ଭିତରର ନେତା, ପ୍ରବକ୍ତା, ବୟାନବାଜୀରୁ ମିଳିଥିଲା।
ସୁଜାତା ପ୍ରସଙ୍ଗ: ମିଡିଆ ନୁହେଁ, ଦଳୀୟ ଦ୍ୱନ୍ଦ୍ୱ
ସୁଜାତା ଯଦି ଦଳକୁ ଆସନ୍ତି-
ଏହି ଖବର କେବଳ ମିଡିଆର ମନଗଢ଼ା କାହାଣୀ ନୁହେଁ।
ଖୋଦ୍ ବିଜେଡିର ବରିଷ୍ଠ ଓ ମହିଳା ନେତୃତ୍ୱ-
ପ୍ରମିଳା ମଲ୍ଲିକ, ଯୁବ ଓ ଛାତ୍ର ସଂଗଠନର ନେତାମାନେ-
ସାର୍ବଜନିକ ଭାବେ କହିଥିଲେ-
“ସେ ଆସିଲେ ଦଳରେ କାମ କରିପାରିବେ।”
ଏହା କ’ଣ ମିଡିଆର କଳ୍ପନା?
ନା ଦଳ ଭିତରର ଏକ ରାଜନୈତିକ ସିଗ୍ନାଲ୍?
ଏଠାରେ ମିଡିଆ ଦୋଷୀ ନୁହେଁ,
ମିଡିଆ ମାତ୍ର ଦଳ ଭିତରର ସ୍ୱରକୁ ପ୍ରତିଧ୍ୱନିତ କରିଛି।
ବଦ୍ରୀ ପାତ୍ରଙ୍କ ବୟାନ: ଏକ ନେତାର କ୍ଷୋଭ, ଏକ ଦଳର ଅଭିଯୋଗ

ବଦ୍ରୀ ନାରାୟଣ ପାତ୍ରଙ୍କ ବୟାନ ସାଧାରଣ ରାଜନୈତିକ ଆକ୍ରୋଶ ନୁହେଁ। ଏହା ହେଉଛି ଏକ ପୁରୁଣା ନେତାର ମନ ଭିତରେ ବର୍ଷ ବର୍ଷ ଧରି ଜମା ହୋଇଥିବା ଯନ୍ତ୍ରଣା। ବିଜେଡିର ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେଲିନଙ୍କ ସଫେଇକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ବଦ୍ରୀ ନାରାୟଣ ପାତ୍ର। ବଦ୍ରୀଙ୍କ ବୟାନ ବିଜେଡି ଶାସନ କାଳରେ ଚାଲିଥିବା ‘ବ୍ୟକ୍ତିଗତ ଶାସନ’ର ଗୁମର ଖୋଲିଦେଇଛି।
ବଦ୍ରୀଙ୍କ ଅଭିଯୋଗ ଅନୁସାରେ:-

- ପାଣ୍ଡିଆନଙ୍କ ଇସାରାରେ ଖଣି ମାଫିଆଙ୍କୁ ପ୍ରୋତ୍ସାହନ ମିଳୁଥିଲା।
- ବଦ୍ରୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ହରାଇବା ପାଇଁ ଖୋଦ୍ ସରକାରୀ କଳ ଓ ଖଣି ମାଫିଆଙ୍କୁ ବ୍ୟବହାର କରାଯାଇଥିଲା। ଏପରିକି ସେ ନିଜେ ମନ୍ତ୍ରୀ/ବିଧାୟକ ଥିବା ସତ୍ତ୍ୱେ ତାଙ୍କ ଘରେ ପୋଲିସ ରେଡ୍ କରି ଅପମାନିତ କରାଯାଇଥିଲା।
- ଦଳରେ ପରିବାରବାଦ ଓ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦୁଇଜଣ ଦେଖୁଥିଲେ।
- ବଦ୍ରୀଙ୍କ କହିବା ଅନୁସାରେ, ଭି.କେ. ପାଣ୍ଡିଆନ ଏବଂ ବବି ଦାସ (ପ୍ରଣବ ପ୍ରକାଶ ଦାସ) ଓଡ଼ିଶା ଶାସନକୁ ନିଜ ମୁଠାରେ ରଖିଥିଲେ। ନବୀନ ବାବୁଙ୍କୁ ଦୁଇଟି ଆସନରେ ଲଢ଼ାଇବା କିମ୍ବା ବବିଙ୍କ ମାଆଙ୍କୁ କୋରାଇରୁ ବିଧାୟକ କରିବା ପଛରେ ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ଥିଲା।
- ଏମାନେ ନିଜେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ। ଦଳ ଜିତିଥିଲେ ଜଣେ ନବୀନ ଯେଉଁ ଆସନ ଛାଡ଼ିଥାନ୍ତେ ସେଠାରୁ ପାଣ୍ତିଆନ, ଅନ୍ୟଜଣକ କୋରାଇରୁ ଲଢ଼ି ବିଧାନସୌଭାକୁ ଆସି କ୍ଷମତା ନିଜ ହାତମୁଠାକୁ ନେଇଥାନ୍ତେ।
- ବଦ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସୁଜାତା କାର୍ତ୍ତିକେୟନ ଯଦି ଦଳକୁ ଆସନ୍ତି, ତେବେ ଦଳର କୌଣସି ନିଷ୍ଠାପର କର୍ମୀ ତାଙ୍କୁ ଗ୍ରହଣ କରିବେ ନାହିଁ। ଏହା ବିଜେଡିର ପରାମନେଣ୍ଟ ଜୁନିଅର ମୁଖପାତ୍ର ଲେଲିନଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ କାଟି ଦେଇଛି।
ଯଦି ବଦ୍ରୀ ପାତ୍ରଙ୍କ ଅଭିଯୋଗ ମିଥ୍ୟା, ଦଳ କାହିଁକି ଏହାକୁ ଖଣ୍ଡନ କରୁନି?
ପାଣ୍ଡିଆନ–ବିବି ଦାସ: ‘ସ୍ୟାଡୋ ପାୱାର’ ଅଭିଯୋଗ
ବଦ୍ରୀଙ୍କ ଅଭିଯୋଗ ସିଧା ସିଧା-
ଦଳକୁ କିଏ ଚଳାଉଥିଲେ ନବୀନ ନୁହେଁ, ବରଂ
ପାଣ୍ଡିଆନ ଓ ବିବି ଦାସ।
ଏମାନେ
• ଗ୍ରାସରୁଟ୍ ନେତାମାନଙ୍କୁ ଅଣଦେଖା
• ଦଳରେ ପରିବାରବାଦ ଅଭିଯୋଗ
• ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ
ଏହା କେବଳ ବଦ୍ରୀଙ୍କ କଥା ନୁହେଁ।
ବିଜେଡି ଭିତରେ ଏହି କଥା ଦୀର୍ଘଦିନ ଧରି ଆଲୋଚନା ହେଉଥିଲା।
କୋରାଇ ଉଦାହରଣ: ଟିକେଟ ରାଜନୀତିର ମୂଲ୍ୟ

ଘସିପୁରା ବିଧାୟକ ବଦ୍ରୀ ପାତ୍ର ପଡ଼ୋଶୀ ନିର୍ବାଚନମଣ୍ଡଳୀ କୋରାଇ ଆସନର ଉଦାହରଣ ଦେଇଛନ୍ତି।
ଆକାଶ ଦାସ ନାୟକଙ୍କୁ ଟିକେଟ ଦେବା–ନ ଦେବାର ଖେଳ ଖେଳାଗଲା,
ନିଜ ଦଳର ଲୋକଙ୍କୁ ଅଣଦେଖା କରାଗଲା-
ଫଳ କ’ଣ ହେଲା?
ନେତାମାନେ ବିଜେପିକୁ ଚାଲିଗଲେ,
ଏବଂ ନିର୍ବାଚନ ଜିତିଲେ।
ଏହା କ’ଣ ଦୁର୍ଘଟଣା?
ନା ଏକ ପ୍ୟାଟର୍ଣ୍ଣ
ଲେନିନଙ୍କୁ ପ୍ରଶ୍ନ: ସାହସ ଅଛି କି?
ଏବେ ପ୍ରଶ୍ନ ବିଜେଡିର ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେଲିନ ମହାନ୍ତିଙ୍କୁ-
• ସେ କ’ଣ ବଦ୍ରୀଙ୍କ ଅଭିଯୋଗକୁ ମିଥ୍ୟା କହିବେ?
• ସେ କ’ଣ ପୋଲିସ ରେଡ୍ର କଥାକୁ ଖଣ୍ଡନ କରିବେ?
• ସେ କ’ଣ ପାଣ୍ଡିଆନ–ବିବି ଦାସଙ୍କ ଭୂମିକା ଉପରେ ସ୍ପଷ୍ଟତା ଦେବେ?
ନା ସହଜ ପଥ- ମିଡିଆକୁ ଦୋଷ ଦେଇ ଚୁପ୍ ରହିବେ?
ବିଜେପି ଓ ନୂଆ ସମୀକରଣ
ବଦ୍ରୀ ଯେଉଁଠାରେ ବିଜେଡିରେ ଅଣଦେଖା ହେଲେ, ସେଠାରେ ବର୍ତ୍ତମାନର ବିଜେପି ମୁଖ୍ୟମନ୍ତ୍ରୀ ତାଙ୍କୁ ଗୁରୁତ୍ୱ ଦେଉଛନ୍ତି। ଏହା ହେଉଛି ରାଜନୀତିର ନିର୍ଦ୍ଦୟ ସତ୍ୟ- ଯେଉଁଠାରେ ସମ୍ମାନ ମିଳେ, ନେତା ସେଠାକୁ ଯାଆନ୍ତି।
ବିଜେଡି ଆଜି ଦୁଇଟି ପଥରେ ରହିଛି- ମିଡିଆକୁ ଦୋଷ ଦେଇ ଅସନ୍ତୋଷକୁ ଢାଙ୍କିବ ନିଜ ଭିତରର ପ୍ରଶ୍ନକୁ ସାମ୍ନା କରିବ । ବିଜେଡିର ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେନିନଙ୍କ ବୟାନ ଦେଖାଉଛି- ଦଳ ଏବେ ପ୍ରଥମ ପଥକୁ ବାଛୁଛି।
କିନ୍ତୁ ଇତିହାସ କହେ-
ମିଡିଆକୁ ଦୋଷ ଦେଇ ଦଳ ଭାଙ୍ଗେନି,
ଦଳ ଭାଙ୍ଗେ-ନିଜ ସତ୍ୟକୁ ଅସ୍ୱୀକାର କଲେ।
ବଦ୍ରୀଙ୍କ ପ୍ରଶ୍ନ ଏବେ ମଞ୍ଚରେ।
ଲେଲିନ ଉତ୍ତର ଦେବେ କି-
ନା ନୀରବତା ହିଁ ଉତ୍ତର ହେବ?
also read https://purvapaksa.com/maulana-receiving-government-salary-from-india-after-moving-to-uk/


