୨୦୨୪ରେ ହୋଇଛି ୨୩,୦୦୦ କୋଟିର ଡିଜିଟାଲ ଠକେଇ । ଦେଶରେ କିଭଳିଭାବେ ଏବଂ କେତେ ମାତ୍ରାରେ ସାଇବର ଅପରାଧୀ ସେମାନଙ୍କ ନେଟୱାର୍କ ବିସ୍ତାର କରିଛନ୍ତି ତାହା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ମନରେ ଭୟ ମଧ୍ୟ ସୃଷ୍ଟି ହେବ । ୨୦୨୪ରେ ଭାରତ ସାଇବର ଅପରାଧୀ ଏବଂ ଠକଙ୍କ ଯୋଗୁ ୨୨,୮୪୨ କୋଟି ଟଙ୍କା ହରାଇଛି ବୋଲି ଦିଲ୍ଲୀସ୍ଥିତ ମିଡିଆ ଏବଂ ଟେକ୍ କମ୍ପାନୀ ଡାଟାଲିକ୍ସ ରିପୋର୍ଟ ପ୍ରକାଶ କରିଛି । ସେହିପରି ରାଜ୍ୟ ଏବଂ କେନ୍ଦ୍ରୀୟ ଆଇନ ପ୍ରବର୍ତ୍ତନ ମଧ୍ୟରେ ସମନ୍ଵୟ ରଖୁଥିବା ଏକ ସଂଘୀୟ ସଂସ୍ଥା, ଇଣ୍ଡିଆନ, ସାଇବର କ୍ରାଇମ୍ ଜୋଅର୍ଡନେସନ୍ ସେଣ୍ଟର (୧୪ସି) ଆକଳନ କରିଛି ଯେ ଭାରତୀୟମାନେ ଏହି ବର୍ଷ ସାଇବର ଠକେଇ ମାଧ୍ୟମରେ ୧.୨ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି ।

ଡାଟାଲିକ୍ସ କହିଛି ଯେ ୨୦୨୪ରେ ଡିଜିଟାଲ ଅପରାଧୀ ଏବଂ ଠକମାନଙ୍କ ଦ୍ବାରା ଚୋରି ହୋଇଥିବା ଅର୍ଥରାଶି ୨୦୨୩ ମସିହାର ୭,୪୬୫ କୋଟି ଟଙ୍ଗା ତୁଳନାରେ ପ୍ରାୟ ତିନି ଗୁଣ ଅଧିକ ଏବଂ ୨୦୨୨ ରେ ୨,୩୦୬ କୋଟି ଟଙ୍କା ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ ଥିଲା । ସାଇବର ଅପରାଧ ଅଭିଯୋଗ ସଂଖ୍ୟା ମଧ୍ୟ ଅନୁରୂପ ଭାବରେ ବୃଦ୍ଧି ପାଇଛି । ୨୦୨୪ରେ ପ୍ରାୟ ୨୦ ଲକ୍ଷ ଅଭିଯୋଗ ଦାଖଲ ହୋଇଥିଲା । ଏହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୫.୬ ଲକ୍ଷ ଅଧିକ ଏବଂ ୨୦୧୯ ରେ ଦାଖଲ ହୋଇଥିବା ଅଭିଯୋଗ ତୁଳନାରେ ଦଶ ଗୁଣ ଅଧିକ ଥିଲା । ସାଇବର ଅପରାଧ ଅଭିଯୋଗ ସଂଖ୍ୟାରେ ଅହେତୁକ ବୃଦ୍ଧି ଏବଂ ଏହାଜନିତ କ୍ଷତି ଏକ ନିଶ୍ଚିତ ନିଷ୍ପର୍ଷକୁ ସୂଚିତ କରୁଛି ଯେ, ଭାରତର ଡିଜିଟାଲ ଅପରାଧୀମାନେ ଦିନକୁ ଦିନ ଅଧିକ ଚତୁର ଏବଂ ଦକ୍ଷ ହେଉଛନ୍ତି ଏବଂ ପ୍ରାୟ ୨୯ ୦ ଲକ୍ଷ ବେକାରୀ ଯୁବପିଢିଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଡିଜିଟାଲ୍ ପେମେଣ୍ଟ ପଦ୍ଧତିର ବର୍ଷତ ବ୍ୟବହାର ଯୋଗୁ ଏହା ସମ୍ଭବ ହୋଇପାରୁଛି । ସ୍ମାର୍ଟ ଫୋନ୍ ସହ ଜଡିତ ପେଟିଏମ, ଫୋନ ପେ ଭଳି ଡିଜିଟାଲ ପେମେଣ୍ଟ ପଦ୍ଧତି ଏବଂ ହାଟ୍ଓଆପ୍ ଏବଂ ଟେଲିଗ୍ରାମ ଭଳି ସମେତ ଅନଲାଇନରେ ଆର୍ଥିକ ବିବରଣୀ ସେୟାର ଏବଂ ପ୍ରକ୍ରିୟାକରଣ ଯୋଗୁଁ ଡିଜିଟାଲ ଅପରାଧ ଦିନକୁ ଦିନ ବୃଦ୍ଧି ପାଇଚାଲିଛି ।
୧୬୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୫ ଜାନୁଆରୀ ରେ ୧୮, ୧୨୦.୮୨ କୋଟି ଟଙ୍କା ହୋଇଛି । ଜୁନ (୨୦୨୫)ମାସରେ ୧୯୦ ଲକ୍ଷରୁ ଅଧିକ ୟୁପିଆଇ କାରବାର ହୋଇଥିଲା । ଯାହାର ମୋଟ୍ ପରିମାଣ ୨୪.୦୩ ଲକ୍ଷ କୋଟି ଟଙ୍କା ଥିଲା । ୨୦୧୩ ରେ ଡିଜିଟାଲ୍ ପେମେଣ୍ଟର ମୂଲ୍ୟ ପ୍ରାୟ ୧୬୨ କୋଟି ଟଙ୍କା ଥିବାବେଳେ ଏହା ବୃଦ୍ଧି ପାଇଁ ୨୦୨୫, ଜାନୁଆରୀ ରେ ୧୮, ୧୨୦,୮୨ କୋଟି ଟଙ୍କା ହୋଇଛି । ବିଶ୍ବରେ ହେଉଥିବା ଡିଜିଟାଲ ପେମେଣ୍ଟର ପ୍ରାୟ ଅଧା କେବଳ ଭାରତରେ ହେଉଛି ।
ଓଡ଼ିଶାରୁ ଦେଢ଼ ମାସରେ ୨ ଶହ କୋଟି ଗୋଲ । ଗତ ଦେଢ ମାସରେ ରାଜ୍ୟର ବିଭିନ୍ନ ପୁଲିସ ଜିଲ୍ଲାରୁ ୨ଶହ କୋଟିରୁ ଊର୍ଦ୍ଧ୍ବ ଠକେଇ ହୋଇଥିବା ସୂଚନା ମିଳିଛି। ସର୍ବାଧିକ ଠକେଇ ଭୁବନେଶ୍ବର, କଟକରେ ହୋଇଥିବା ବେଳେ ଏହା ପରେ ବାଲେଶ୍ଵର, ବ୍ରହ୍ମପୁର, ବଲାଙ୍ଗୀର, ସମ୍ବଲପୁର ଏବଂ କନ୍ଧମାଳ ରହିଛି।
ALSO READ https://purvapaksa.com/puri-stampede-cm-mohan-majhi-to-determine-accountability-after-probe-report/


