ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ । ଏହା ମଧ୍ୟରେ ମୁସଲିମ ମହିଳାଙ୍କ ପ୍ରତିନିଧିତ୍ଵ ଆହୁରି କମ୍ । ସ୍ଵାଧୀନତା ପରବର୍ତ୍ତୀ ଭାରତରେ ବର୍ତ୍ତମାନ ସୁଦ୍ଧା କେବଳ ୧୮ଜଣ ମୁସଲିମ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୧୩ଜଣ ରାଜନୈତିକ ପରିବାରରୁ ଆସିଛନ୍ତି । ଆଗାମୀ ଦିନରେ ଲୋକାର୍ପଣ ହେବାକୁ ଥିବା ଲେଖକ ରସିଦ କିଦଇ ଓ ଅମ୍ବର କୁମାର ଘୋଷଙ୍କ ଦ୍ଵାରା ରଚିତ ପୁସ୍ତକ ‘ମିସିଂ ଫ୍ରମ୍ ଦି ହାଉସ୍-ମୁସଲିମ ୱିମ୍ୟାନ୍ ଇନ୍ ଦି ଲୋକସଭା’ରେ ଉପରୋକ୍ତ ପ୍ରସଙ୍ଗକୁ ନେଇ ଅନେକ ତଥ୍ୟ ରହିଛି । ଏହି ପୁସ୍ତକ ଆସନ୍ତା ମାସରେ ପ୍ରକାଶ ପାଇବ ।

ଲେଖକ ନିଜର ପୁସ୍ତକର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୧୯୫୧-୫୨ରେ ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା । ସେହି ସମୟରୁ ବର୍ତ୍ତମାନ ସୁଦ୍ଧା ୧୮ଜଣ ମୁସଲିମ ମହିଳା ଲୋକସଭାକୁ ପ୍ରତିନିଧିତ୍ଵ କରିଛି । ଦେଶର ୧୪୬ କୋଟି ଜନତାଙ୍କ ମଧ୍ୟରୁ ୭.୧ ପ୍ରତିଶତ ମୁସଲିମ ମହିଳା। ବର୍ତ୍ତମାନ ୫୪୩ ଆସନ ବିଶିଷ୍ଟ ଲୋକସଭାରେ କେବଳ ଜଣେ ମୁସଲିମ ମହିଳା ଇକାରା ହସନ୍ ଚୌଧୁରୀ ସାଂସଦ ଅଛନ୍ତି ।
ନିର୍ବାଚିତ ହୋଇଥିବା ୧୮ ମୁସଲିମ ମହିଳାଙ୍କ ମଧ୍ୟରେ ମୋଫିଦା ଅହମ୍ମଦ (୧୯୫୭, କଂଗ୍ରେସ), ଜୋହରାବେନ୍ ଆକବରଭାଇ ଚାଭଡ଼ା (୧୯୬୨, କଂଗ୍ରେସ), ମାଇମୋନା ସୁଲତାନ (୧୯୫୭-୬୭, କଂଗ୍ରେସ), ବେଗମ୍ ଆକବର ଜେହାନ୍ ଅବଦୁଲ୍ଲା (୧୯୭୭- ୭୯, ୧୯୮୪-୮୯, ନ୍ୟାସନାଲ୍ କନ୍ଫରେନ୍ସ), ରଶିଦା ହକ୍ (୧୯୭୭- ୭୯, କଂଗ୍ରେସ), ମହସିନା କିଦୱାଇ (୧୯୭୭-୮୯, କଂଗ୍ରେସ), ଅବିଦା ଅହମ୍ମଦ (୧୯୮୧-୮୯, କଂଗ୍ରେସ), ନରବାନୋ (୧୯୯୬, ୧୯୯୯-୨୦୦୪, କଂଗ୍ରେସ), ରୁବାବ୍ ସାୟଦା (୨୦୦୪- ୦୯, ସମାଜବାଦୀ ପାର୍ଟି), ମେହେବୁବା ମୁଫତି (୨୦୦୪-୦୯, ୨୦୧୪- ୧୯, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି) ରହିଛନ୍ତି। ଲୋକସଭାର ଅନ୍ୟ ମୁସଲିମ ମହିଳା ସାଂସଦମାନେ ହେଲେ ତବାସୁମ ହସନ(ସମାଜବାଦୀ ପାର୍ଟି, ଲୋକଦଳ, ବହୁଜନ ସମାଜ ପାର୍ଟି, ୨୦୦୯-୧୪), ମୌସମ ନୁର (ତୃଣମୂଳ କଂଗ୍ରେସ, ୨୦୦୯-୧୯), କାଇଜର ଜହାଁ (ବହୁଜନ ସମାଜ ପାର୍ଟି, ୨୦୦୯-୧୪), ମମତାଜ ସଂଘମିତ୍ରା (ତୃଣମୂଳ କଂଗ୍ରେସ, ୨୦୧୪- ୧୯), ସାଜଦା ଅହମଦ (ତୃଣମୂଳ କଂଗ୍ରେସ, ୨୦୧୪-୨୪), ରାନି ନରାହ (କଂଗ୍ରେସ, ୧୯୯୮-୨୦୦୪, ୨୦୦୯- ୧୪), ନୁସରତ ଜହାଁ ରୁହି (ତୃଣମୂଳ କଂଗ୍ରେସ, ୨୦୧୯-୨୪) ଏବଂ ଇକ୍ ହସନ (ସମାଜବାଦୀ ପାର୍ଟି (୨୦୨୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ)। ଏମାନଙ୍କ ମଧ୍ୟରୁ ୧୯୭୭-୮୯ ମଧ୍ୟରେ ଏକାଧିକ ନିର୍ବାଚନ ଜିତିଥିବା ମହସିନା କିଦୱାଇ କେନ୍ଦ୍ରମନ୍ତ୍ରୀ ହେବା ଏକାଧିକ ବିଭାଗର ଦାୟିତ ସମାଳିଥିଲେ ।
ALSO READhttps://purvapaksa.com/1-88-lakh-left-out-beneficiaries-to-receive-subhadra-yojana-money/


