ରାଜ୍ୟରେ ଘଟୁଥିବା ବିଭିନ୍ନ ଘଟଣାରେ ଯାଞ୍ଚ କରିବା ପାଇଁ ଦାନ୍ତ ନ ଥିବା ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ନିଜଆଡୁ ମାମଲା ଉପରେ ମାମଲା ରୁଜ୍ଜୁ କରିବାରେ ଲାଗିଛି । କିନ୍ତୁ ଏନଏଚଆରସିର ଏଭଳି ପଦକ୍ଷପକୁ ସାଧାରଣରେ ନା ପସନ୍ଦ କରିବା ସହ ବହୁ ଚର୍ଚ୍ଚିର୍ତ କିଟ୍ ରେ ନେପାଳୀ ଛାତ୍ରୀମାନଙ୍କର ଆତ୍ମହତ୍ୟା ମାମଲାର ରିପୋର୍ଟ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।
ପୁରୀ ରଥ ଯାତ୍ରାରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଗଞ୍ଜାମରେ ଅନୁସୂଚିତ ଜାତିର ଦୁଇ ଜଣ ଯୁବକଙ୍କୁ ଗୋରୁ ଚୋରି ଅଭିଯୋଗରେ ଲୋକମାନେ ଡ୍ରେନ ପାଣି ପିଆଇବା ସହିତ , ଘାସ ଖୁଆଇବା ଘଟଣାରେ ଏନଏଚଆରସି ନିଜଆଡୁ ମାମଲା ରୁଜ୍ଜୁ କରିଛି । ଏହା ପୂର୍ବରୁ ଜୁନ ମାସ ୨୬ ତାରିଖରେ ରାୟଗଡ଼ା ଜିଲ୍ଲାରେ ଜଣେ ଅନୁସୂଚିତ ଜନଜାତିର ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ଗ୍ରାମବାସୀମାନେ ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିଥିଲେ । ଗ୍ରାମବାସୀଙ୍କ ଚାପରେ ପଡ଼ି ସେହି ଝିଅର ପରିବାରର ୪୦ ଜଣ ସଦସ୍ୟ ଶୁଦ୍ଧି ହେବା ସହିତ ଲଣ୍ଡା ହୋଇଥିଲେ । ଏହି ଘଟଣା ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏନଏଚଆରସି ନିଜ ଆଡୁ ମାମାଲା ରୁଜ୍ଜୁ କରି ତଦନ୍ତ କରୁଛି ।
ଜାତୀୟ ଓ ଆନ୍ତର୍ଜାତୀକ ଗଣମାଧ୍ୟମରେ ଚହଲ ସୃଷ୍ଟି କରିଥିବା ଗୋପାଳପୁର ସମୁଦ୍ର ବେଳାଭୂମିରେ ଜଣେ ଛାତ୍ରୀଙ୍କ ଗଣର୍ଧଷଣ ମାମଲାକୁ ମଧ୍ୟ ଏନଏଚଆରସି ଗ୍ରହଣ କରିଛି । ଏହି ମାମଲାଟି ବହୁ ପ୍ରଚାରିତ ହେବା ପରେ ଗତ ଜୁନ ୨୩ ତାରିଖରେ ଏନଏଚଆରସି ନିଜ ଆଡ଼ୁ ମାମାଲା ରୁଜ୍ଜୁ କରି ୨ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଓ ପୋଲିସ ଡିଜିଙ୍କ ଠାରୁ ରିପୋର୍ଟ ତଲବ କରିଛି ।
ରାଜ୍ୟରେ ଘଟୁଥିବା ଏତେ ସବୁ ମାମଲାରେ ଏନଏଚଆରସି ନିଜ ଆଡ଼ୁ ମାମଲା ରୁଜ୍ଜୁ କରିବା ଭଲ କଥା କିନ୍ତୁ ଏନଏଚଆରସି ର ଏଭଳି କାର୍ଯ୍ୟରେ ନା ଅପରାଧୀ ଦବୁଛନ୍ତି ନା ସରକାର ଚେତୁଛନ୍ତି । କାରଣ କିଟ୍ ରେ ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଯାଉଥିଲା । ଏହି ସମୟରେ ଏନଏଚଆରସି ନିଜ ଆଡ଼ୁ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲା । ତଦନ୍ତ ପରେ ଏନଏଚଆରସି ଯେଉଁ ରିପୋର୍ଟ ଦେଇଥିଲେ ସରକାର ତାହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ କିଟ୍ କତ୍ତୃପକ୍ଷ ତାହା ଉପରେ ଓଡ଼ିଶା ହାଇକୋର୍ଟରୁ ରହିତା ଦେଶ ଆଣିଛନ୍ତି । ଏଥିରୁ ଜଣାପଡ଼ୁଛି ଯେ ଏନଏଚଆରସି ଯେଉଁ ତଦନ୍ତ କରୁଛି ବା ରିପୋର୍ଟ ଦେଉଛି ତାହାର କୈାଣସି ମୂଲ୍ୟ ନାହିଁ । ତେଣୁ ଏହାକୁ ପଞ୍ଜୁରି ଭିତର ଶୁଆ ବୋଲି କହିବାକୁ ଲୋକମାନେ ପଛଘୁଞ୍ଚା ଦେଉନାହାଁନ୍ତି ।
ALSO READ https://purvapaksa.com/distribution-of-nutritious-food-to-lakhs-of-spectators-during-the-ride/
