ବଡ଼ବଡ଼ କଥା କହୁଥିବା ପାକିସ୍ତାନ ମାତ୍ର ଦୁଇଦିନରେ ମାଟି କାମୁଡ଼ିଛି। ବେହାଲ ଅର୍ଥନୀତି ମାଡ଼ ଖାଇ ଭୁଶୁଡ଼ି ପଡ଼ିଛି। ଆଉ ପାକିସ୍ତାନୀ ନେତା ଅଭ୍ୟାସ ମୁତାବକ ବିଦେଶୀ ରାଷ୍ଟ୍ରଙ୍କୁ ସାହାଯ୍ୟ ମାଗିବା ଆରମ୍ଭ କରିଛନ୍ତି। ପାକିସ୍ତାନ ସରକାର ଭିକ୍ଷାଥାଳି ଧରି ନିଜର ସହଯୋଗୀମାନଙ୍କ ପାଖକୁ ପହଞ୍ଚିଯାଇଛି। ସେ ଆହୁରି ଋଣ ମାଗିଛି, ଅର୍ଥାତ୍ ପୂର୍ବରୁ ନେଇଥିବା ଋଣ ସେ ପରିଶୋଧ କରିନାହିଁ, କିନ୍ତୁ ଭାରତ ସହିତ ଯୁଦ୍ଧରେ ଏତେ ବର୍ବାଦୀ ହୋଇଛି ଯେ ଆଉ ଥରେ ଋଣ ନେବାର ଆବଶ୍ୟକତା ପଡ଼ିଛି।
ପାକିସ୍ତାନର ଅର୍ଥ ମନ୍ତ୍ରାଳୟର ଏକ୍ସ ପୋଷ୍ଟ
ଏଥିରେ ପାକିସ୍ତାନ ସହଯୋଗୀମାନଙ୍କୁ ଅନୁରୋଧ କରୁଥିବାର ଦେଖାଯାଉଛି। ସରକାର ଶତ୍ରୁଦ୍ୱାରା ବିପୁଳ କ୍ଷତି ପରେ ଏବେ ଆନ୍ତର୍ଜାତୀୟ ଭାଗୀଦାରମାନଙ୍କଠାରୁ ଅଧିକ ଋଣ ପାଇଁ ଅପିଲ କରୁଛି। ବର୍ଦ୍ଧିତ ଯୁଦ୍ଧ ଏବଂ ସେୟାର ବଜାରରେ ହ୍ରାସ ମଧ୍ୟରେ, ଆମେ ଆନ୍ତର୍ଜାତୀକ ଭାଗୀଦାରମାନଙ୍କୁ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରୁଛୁ। ରାଷ୍ଟ୍ରକୁ ଦୃଢ଼ ରହିବାକୁ ଅନୁରୋଧ କରାଯାଇଛି।
ଭାରତ ସହିତ ଦୁଇ ଦିନର ଯୁଦ୍ଧରେ ହାର ଏବଂ ଧ୍ୱଂସଲୀଳାର ସାମ୍ନା କରିବା ପରେ ମଧ୍ୟ ପାକିସ୍ତାନର ଫୁଟାଣି ଶେଷ ହେବାର ନାଁ ନେଉ ନାହିଁ। ଶୁକ୍ରବାର ଦିନ ପାକିସ୍ତାନର ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ଆସିଫ କହିଛନ୍ତି, ଯଦି ଭାରତ କୂଟନୀତିକ ଏବଂ ରାଜନୈତିକ ସ୍ତରରେ କଥାବାର୍ତ୍ତା ନ କରେ, ତେବେ ଆମେ ବନ୍ଧୁକଦ୍ୱାରା ଉତ୍ତର ଦେବୁ। ପାକିସ୍ତାନ ପାଖରେ ଅପେକ୍ଷା କରିବା ଏବଂ ଧୈର୍ଯ୍ୟ ଦେଖାଇବା ପାଇଁ ସମୟ ନାହିଁ। ଆମକୁ ଏଠାରେ ଭାରତକୁ ଅଟକାଇବାକୁ ହେବ।
ଏହା ପ୍ରଥମ ଥର ନୁହେଁ ଯେ ମନ୍ତ୍ରୀ ଭାରତକୁ ଧମକ ଦେଇଛନ୍ତି। ଏହା ପୂର୍ବରୁ, ଉଭୟ ଦେଶ ମଧ୍ୟରେ ବର୍ଦ୍ଧିତ ଉତ୍ତେଜନା ମଧ୍ୟରେ, ଆସିଫ୍ କହିଥିଲେ ଯେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ସାହସ କରେ, ତେବେ କେହି ବଞ୍ଚିବେ ନାହିଁ। “ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ସାହସ କରେ ଏବଂ ପାକିସ୍ତାନର ଅସ୍ତିତ୍ୱ ବିପଦରେ ପଡ଼େ, ତେବେ ଏହି ଦୁନିଆରେ କେହି ବଞ୍ଚିବେ ନାହିଁ।”
ଆନ୍ତର୍ଜାତୀକ ଗଣମାଧ୍ୟମରେ ମାନସମ୍ମାନ ଚୁରମାର
ଆସିଫ୍ ସିଏନ୍ଏନ୍କୁ ଦେଇଥିବା ଏକ ସାକ୍ଷାତ୍କାରରେ ଦାବି କରିଥିଲେ ଯେ ପାକିସ୍ତାନ ପାଞ୍ଚଟି ଭାରତୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି। ଯେତେବେଳେ ତାଙ୍କୁ ପ୍ରମାଣ ମାଗାଗଲା, ସେ କହିଲେ, ଏ ସବୁ ଖବର ସୋସିଆଲ ମିଡିଆରେ ଅଛି, ଭାରତୀୟ ସୋସିଆଲ ମିଡିଆରେ, ଆମ ସୋସିଆଲ ମିଡିଆରେ ନୁହେଁ। ଏହି ବିମାନଗୁଡ଼ିକର ଭଗ୍ନାବଶେଷ କଶ୍ମୀରରେ ପଡ଼ିଛି। ଆଙ୍କର ପାକିସ୍ତାନୀ ମନ୍ତ୍ରୀଙ୍କୁ ମଝିରେ ଅଟକାଇ କହିଥିଲେ ଯେ, ଆଜି ଆପଣଙ୍କ ସହ କଥାବାର୍ତ୍ତା କରିବାର କାରଣ ସୋସିଆଲ ମିଡିଆ ବିଷୟବସ୍ତୁ ଉପରେ ଆଲୋଚନା କରିବା ନୁହେଁ। ମୁଁ ବିଶେଷଭାବେ ପ୍ରମାଣ ବିଷୟରେ ପଚାରୁଛି। ଉଦାହରଣସ୍ୱରୂପ, ଏହି ରାଫେଲ ବିମାନଗୁଡ଼ିକୁ ଖସାଇବା ପାଇଁ କୌଣସି ଚୀନ୍ ଉପକରଣ ବ୍ୟବହାର କରାଯାଇଥିଲା କି, ଯେପରି ଆପଣ ଅଭିଯୋଗ କରୁଛନ୍ତି? ପ୍ରଶ୍ନକୁ ଏଡ଼ାଇ ସେ ଉତ୍ତର ଦେଇଥିଲେ, ଯଦି ଭାରତ ଫ୍ରାନ୍ସରୁ ବିମାନ କିଣିପାରେ, ତେବେ ପାକିସ୍ତାନ ଚୀନ୍ରୁ କିଣିପାରେ।
Also readhttps://purvapaksa.com/has-india-officially-entered-into-war/
ଭାରତ ଆନୁଷ୍ଠାନିକଭାବେ ଯୁଦ୍ଧରେ ପ୍ରବେଶ କରିଛି କି ? ଭାରତରେ କିଏ ଯୁଦ୍ଧର ଅଧିକାରିକ ଘୋଷଣା କରିଥାନ୍ତି?
