SIP Investment Tips: ଏକ ବଡ଼ ପାଣ୍ଠି ଗଠନ କରିବା ପାଇଁ ଲୋକମାନେ ଅନେକ ଯୋଜନାରେ ନିବେଶ କରନ୍ତି। ତେବେ ବହୁ ଚେଷ୍ଟା ପରେ ବି ଅଳ୍ପ ଟଙ୍କା ବିନିଯୋଗ କରି ବଡ଼ ପାଣ୍ଠି ସୃଷ୍ଟି କରିପାରୁନାହାନ୍ତି। ଏବଂ ଯଦି ଆପଣ ଏହାକୁ ତିଆରି କରନ୍ତି, ତେବେ ଏଥିପାଇଁ ବହୁତ ସମୟ ଲାଗିଥାଏ। ଯଦି ଆପଣ ଏସଆଇପି ଜରିଆରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି ତେବେ ଆପଣ ଦିନକୁ ୫୦ ଟଙ୍କା ସଞ୍ଚୟ କରି ଅନ୍ୟ ସ୍କିମ୍ ତୁଳନାରେ କମ୍ ସମୟ ମଧ୍ୟରେ କୋଟିପତି ହୋଇପାରିବେ।
ଅନେକ ଲୋକ ନିବେଶ ପାଇଁ ବିଭିନ୍ନ ବିକଳ୍ପ ବ୍ୟବହାର କରିଥାନ୍ତି। କେହି ଫିକ୍ସଡ ଡିପୋଜିଟରେ ନିବେଶ କରନ୍ତି ତ ଆଉ କିଏ ଅନ୍ୟ ସ୍କିମରେ ନିବେଶ କରନ୍ତି। ପ୍ରତ୍ୟେକ ଯୋଜନାର ରିଟର୍ଣ୍ଣ ପ୍ରାୟ ଅଲଗା ଅଲଗା ଅଟେ। ଏମିତି ଏକ ଉପାୟ ମଧ୍ୟ ରହିଛି ଯେଉଁଥିରେ ଆପଣ ୫୦ ଟଙ୍କା ସଞ୍ଚୟ କରି କୋଟିପତି ହୋଇପାରିବେ। ଏହି ପଦ୍ଧତି ଆଉ କିଛି ନୁହେଁ ବରଂ ଏସ୍ଆଇପି । ଏସ୍ଆଇପି ଜରିଆରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ମୋଟା ଅଙ୍କର ଅର୍ଥ ସଂଗ୍ରହ କରିପାରିବେ । ଏସ୍ଆଇପିରେ ନିବେଶ କ୍ରମାଗତଭାବେ ବୃଦ୍ଧି ପାଉଛି।
ସିଷ୍ଟେମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ (ଏସ୍ଆଇପି) କ୍ରମାଗତଭାବେ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ଏସ୍ଆଇପି ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜିନିବେଶ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍ ଫଣ୍ଡ୍ (ଏଏମଏଫଆଇ)ର ତଥ୍ୟ ଅନୁଯାୟୀ, ୨୦୨୪ ଡିସେମ୍ବରରେ ପ୍ରଥମ ଥର ପାଇଁ ମ୍ୟୁଚୁଆଲ୍ ଫଣ୍ଡରେ ଏସ୍ଆଇପି ପ୍ରବାହ ୨୬୪୫୯ କୋଟି ଟଙ୍କାରେ ପହଞ୍ଚିଛି। ନଭେମ୍ବରରେ ଏହା ୨୫,୩୨୦ କୋଟି ଟଙ୍କା ଥିଲା। ସେହିପରି ଡିସେମ୍ବରରେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ନିବେଶ ୪୧୧୫୫ କୋଟି ଟଙ୍କା ରହିଥିଲା। ମାସକୁ ୧୫ ପ୍ରତିଶତ ବୃଦ୍ଧି ଘଟିଛି।
ଦୀର୍ଘମିଆଦୀ ଫାଇଦା
ଅନେକ ମ୍ୟୁଚୁଆଲ ଫଣ୍ଡ ଅଛି ଯାହା ଗତ କିଛିବର୍ଷ ମଧ୍ୟରେ ନିବେଶକମାନଙ୍କୁ ଭଲ ରିଟର୍ଣ୍ଣ ଦେଇଛି। ବିଶେଷଜ୍ଞମାନେ ଦୀର୍ଘମିଆଦୀ ପାଇଁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ପରାମର୍ଶ ଦେଇଛନ୍ତି। ଯଦି ଆପଣ ଏଥିରେ ନିବେଶ କରି ଏକ ବଡ଼ ପାଣ୍ଠି ସଂଗ୍ରହ କରିବାକୁ ଚାହୁଁଛନ୍ତି, ତେବେ ଅତି କମରେ ୩ କିମ୍ବା ୫ ବର୍ଷ ପାଇଁ ନିବେଶ କରନ୍ତୁ। ଏହାକୁ ଦୀର୍ଘକାଳୀନ ନିବେଶ ଉପରେ ଭଲ ରିଟର୍ଣ୍ଣର ଗ୍ୟାରେଣ୍ଟି ବୋଲି ବିବେଚନା କରାଯାଏ। ଅନେକ ମ୍ୟୁଚୁଆଲ ଫଣ୍ଡ ଦୀର୍ଘମିଆଦୀ ନିବେଶ ଉପରେ ବାର୍ଷିକ ୧୫ରୁ ୨୦ ପ୍ରତିଶତ ରିଟର୍ଣ୍ଣ ଦେଉଛନ୍ତି।
ଏସ୍ଆଇପିରେ ନିବେଶ କାହିଁକି?
ବାସ୍ତବରେ, ଅନେକ ଲୋକଙ୍କ ପାଖରେ ନିବେଶ କରିବା ପାଇଁ ଏକକାଳୀନ ରାଶି ନ ଥାଏ। ଏଭଳି ପରିସ୍ଥିତିରେ ପ୍ରତି ମାସରେ ମ୍ୟୁଚୁଆଲ ଫଣ୍ଡରେ ଅଳ୍ପ ପରିମାଣର ନିବେଶ କରାଯାଇପାରିବେ। ଆପଣ ଏଥିରେ ଅନଲାଇନରେ ମଧ୍ୟ ଟଙ୍କା ବିନିଯୋଗ କରିପାରିବେ। ଏମିତି ଅନେକ ସ୍କିମ୍ ରହିଛି ଯେଉଁଥିରେ ମାସକୁ ୫୦୦ ଟଙ୍କାରୁ ଏସ୍ଆଇପି ଆରମ୍ଭ କରାଯାଇପାରିବ। ସେବି ଏବେ ୨୫୦ ଟଙ୍କାର ଏସ୍ଆଇପି ଆଣିବାକୁ ବିଚାର କରୁଛି।
ଚକ୍ରବୃଦ୍ଧି ସୁଧର ଯାଦୁ
୩୦ ବର୍ଷ ରେ ଆପଣ ମାସକୁ ୧୫୦୦ ଟଙ୍କାରୁ ୫.୪୦ ଲକ୍ଷ ଟଙ୍କା ସଂଗ୍ରହ କରିବେ। ଯଦି ଆପଣ ଭାବୁଛନ୍ତି ଏହି ନିବେଶ ଉପରେ ଆପଣଙ୍କୁ ବାର୍ଷିକ ୧୫ ପ୍ରତିଶତ ସୁଧ ମିଳୁଛି ତେବେ ୩୦ ବର୍ଷରେ ଆପଣ ୯୯.୭୪ ଲକ୍ଷ ଟଙ୍କା ସୁଧ ଜମା କରିବେ। ଏଭଳି ପରିସ୍ଥିତିରେ ଆପଣ ମାସକୁ ୧୫୦୦ ଟଙ୍କା ବିନିଯୋଗ କରି ୩୦ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ପାଣ୍ଠି ସଂଗ୍ରହ କରିବେ।
(ନିବେଶ ପୂର୍ବରୁ ଫାଇନାନସିଆଲ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ସେୟାର ବଜାର ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶରେ ବିପଦ ରହିଛି)
ଗୋମୂତ୍ର ସ୍ୱାସ୍ଥ୍ୟ ପାଇଁ ହିତକାରକ? ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକଙ୍କ ବୟାନକୁ ନେଇ ଜାରି ବିବାଦ
