ରାକେଶ ଶର୍ମା ହେଉଛନ୍ତି ମହାକାଶ ଯାତ୍ରା କରିଥିବା ପ୍ରଥମ ଭାରତୀୟ ବ୍ୟକ୍ତି। ସେ ମହାକାଶରେ ୭ ଦିନ ୨୧ ଘଣ୍ଟା ୪୦ ମିନିଟ୍ ବିତାଇଥିଲେ, ପରୀକ୍ଷଣ କରିଥିଲେ ଏବଂ ପୃଥିବୀକୁ ଅନୁଧ୍ୟାନ କରିଥିଲେ। ସେ ଜଣେ ହିରୋ ଭାବରେ ପୃଥିବୀକୁ ଫେରିଥିଲେ ଏବଂ ସେ ଆଜି ମଧ୍ୟ କୋଟି କୋଟି ଭାରତୀୟ ଏବଂ ବିଶ୍ୱର ଅନ୍ୟମାନଙ୍କ ପାଇଁ ପ୍ରେରଣା ଭାବରେ ସ୍ମରଣୀୟ ।
ସେ ୧୩ ଜାନୁଆରୀ ୧୯୪୯ରେ ପଞ୍ଜାବର ପଟିଆଲାରେ ଜନ୍ମଗ୍ରହଣ କରିଥିଲେ । ରାକେଶ ଶର୍ମା ହାଇଦ୍ରାବାଦରେ ସେଣ୍ଟ ଜର୍ଜ ଗ୍ରାମର ସ୍କୁଲରୁ ପାଠପଢ଼ା ଶେଷ କରିବା ପରେ ହାଇଦ୍ରାବାଦର ନିଜାମ କଲେଜରୁ କଲେଜ ଶେଷ କରିଥିଲେ। ପରେ ଜୁଲାଇ ୧୯୬୬ରେ ତାଙ୍କୁ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଭର୍ତ୍ତି କରାଯାଇଥିଲା। ୧୯୭୦ ରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ଏବଂ ଜଣେ ଲଢୁଆ ପାଇଲଟ ହୋଇଥିଲେ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ୨୧ଟି ଯୁଦ୍ଧ ମିଶନ ଉଡ଼ାଇଥିଲେ। ୧୯୮୨ମସିହାରେ ଶର୍ମା ସୋଭିଏତ-ଭାରତୀୟ ମହାକାଶଯାତ୍ରା ପାଇଁ ମହାକାଶଚାରୀ ଭାବେ ମନୋନୀତ ହୋଇଥିଲେ। ସେ ସୋଭିଏତ ସଂଘରେ ଦୁଇ ବର୍ଷ ପ୍ରଶିକ୍ଷଣ ନେଇଥିଲେ ଏବଂ ୧୯୮୪ ମସିହା ଏପ୍ରିଲ ୩ ତାରିଖରେ ସୋୟୁଜ ଟି-୧୧ ମହାକାଶଯାନରେ ମହାକାଶକୁ ଉତକ୍ଷେପଣ କରିଥିଲେ । ରାକେଶ ଶର୍ମାଙ୍କ ସହ ଦୁଇ ଜଣ ସୋଭିଏତ ମହାକାଶଚାରୀ ୟୁରି ମାଲେନଚେଙ୍କୋ ଓ ଜେନାଡି ଷ୍ଟ୍ରେକାଲୋଭ ମଧ୍ୟ ଉପସ୍ଥିତ ଥିଲେ।
ମହାକାଶରେ ପାଦ ଦେଇଥିବା ପ୍ରଥମ ଭାରତୀୟ ରାକେଶ ଶର୍ମାଙ୍କ ୭୬ତମ ଜନ୍ମଦିନ । ୧୯୮୪ ମସିହାରେ ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରି ରାକେଶ ଶର୍ମା ଭାରତୀୟ ଇତିହାସରେ ଏକ ବିଶେଷ ସ୍ଥାନ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ବିଶ୍ୱ ମହାକାଶ ମଞ୍ଚରେ ଭାରତକୁ ଗର୍ବିତ କରିବା ସହିତ ଦେଶବାସୀଙ୍କ ପାଇଁ ପ୍ରେରଣା ଏକ ଉତ୍ସ ହୋଇପାରିଛି ।
ସେଠାରେ ଶର୍ମା ମହାକାଶରୁ ଭାରତର ଫଟୋଗ୍ରାଫି ଏବଂ ଓଜନହୀନତା ସମୟରେ ଶରୀର ଉପରେ ଯୋଗର ପ୍ରଭାବ ଅଧ୍ୟୟନ କରିବା ପାଇଁ ବ୍ୟାୟାମ ସହିତ ପରୀକ୍ଷଣ କରିଥିଲେ । ଏହି ଅଭିଯାନ ପାଖାପାଖି ୮ ଦିନ ଧରି ଚାଲିଥିଲା ଏବଂ ଶର୍ମା ଏବଂ ତାଙ୍କ କ୍ରୁମେଟ୍ମାନେ ଏପ୍ରିଲ ୧୧ ରେ କାଜାଖସ୍ତାନରେ ଅବତରଣ କରିଥିଲେ । ୧୯୮୭ ରେ ସେ ଭାରତୀୟ କମ୍ପାନୀ ହିନ୍ଦୁସ୍ତାନ ଏରୋନୋଟିକ୍ସର ମୁଖ୍ୟ ପରୀକ୍ଷଣ ପାଇଲଟ ଭାବରେ ଯୋଗ ଦେଇଥିଲେ । ସେ ୨୦୦୧ ରେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଛାଡି ବାଙ୍ଗାଲୋରରେ ଥିବା ଏକ ପ୍ରକ୍ରିୟା-ପରିଚାଳନା କମ୍ପାନୀ ଅଟୋମେଟେଡ୍ ୱାର୍କଫ୍ଲୋ ବୋର୍ଡର ଅଧ୍ୟକ୍ଷ ହୋଇଥିଲେ ।
ଏହି ଐତିହାସିକ ମିଶନ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ତାଙ୍କର ବାର୍ତ୍ତାଳାପ ଆଜି ବି ମଧ୍ୟ ମନେ ରହିଛି । ଯେତେବେଳେ ଇନ୍ଦିରା ଗାନ୍ଧୀ ତାଙ୍କୁ ମହାକାଶରୁ ଭାରତ କିପରି ଦେଖାଯାଉଛି ବୋଲି ପଚାରିଥିଲେ । ଶର୍ମା ସେତେବେଳେ ଗର୍ବର ସହିତ ଉତ୍ତର ଦେଇଥିଲେ ଯେ, ‘ସାରେ ଜହାଁ ସେ ଅଚ୍ଛା’। ତାଙ୍କର ଏହି ଉତ୍ତର ଆଜି ମଧ୍ୟ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନାକୁ ଜାଗ୍ରତ ରଖିଛି ।
କହିରଖିବୁ ଯେ , ରାକେଶ ଶର୍ମା ଭାରତୀୟ ବାୟୁସେନାରେ ୱିଙ୍ଗ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଙ୍କ ସେବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ ମଧ୍ୟ କରିଥିଲେ । ଏଥିରୁ ଅବସର ନେବା ପରେ ସେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ସହିତ ଏରୋସ୍ପେସ୍ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ । ତାଙ୍କର ପାରଦର୍ଶିତା ଏବଂ ଅଭିଜ୍ଞତା ଭାରତର ଏରୋସ୍ପେସ୍ କ୍ଷେତ୍ରକୁ ନୂତନ ଉଚ୍ଚତାକୁ ଆଣିବାରେ ସହଯୋଗ କରିଥିଲା ।
ରାକେଶ ଶର୍ମାଙ୍କ ମହାକାଶ ଯାତ୍ରା କେବଳ ଭାରତ ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇନାହିଁ ବରଂ ଏହା ଲକ୍ଷାଧିକ ଯୁବକଙ୍କ ପାଇଁ ପ୍ରେରଣା ଉତ୍ସ ହୋଇଛି । ତାଙ୍କ କାହାଣୀ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ଅନୁସନ୍ଧାନରେ କ୍ୟାରିୟର ଗଢ଼ିବାପାଇଁ ନୂତନ ପିଢ଼ିକୁ ପ୍ରେରଣା ଦେଇଯାଇଛି । ଆଜି ତାଙ୍କ ଜନ୍ମଦିନରେ ଭାରତ ତାଙ୍କର ଅବଦାନକୁ ମନେ ରଖିବା ସହିତ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ତାଙ୍କର ଐତିହାସିକ ସଫଳତାକୁ ସମ୍ମାନିତ କରିଛି ।
Also read https://purvapaksa.com/why-did-makar-sankranti-fall-on-14th/
୧୪ ତାରିଖରେ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି, ଜାଣନ୍ତୁ ଏହା ପଛର କାରଣ କ’ଣ?