Smoking: ଆଗକୁ ବଢ଼ିବାର ରେସରେ ଲୋକମାନେ ନିଜ ଖାଇବା, ନିଦ, ପରିବାର, ସାଙ୍ଗ-ସାଥି ସମସ୍ତଙ୍କୁ ଭୁଲି ଯାଇଛନ୍ତି ।
ଛୋଟ ବୟସରେ ଅନେକ ପ୍ରକାରର ଚିନ୍ତା ଏବଂ କାମର ଚାପ ବା ଭଲପାଇବାରେ ପାଇଥିବା ବିଫଳତାକୁ ଦୂର କରିବା ପାଇଁ ମଦ ଏବଂ ସିଗାରେଟର ସାହାରା ନେଉଛନ୍ତି । ତାଙ୍କ ମତରେ ଏହା ତାଙ୍କର ଟେନସନ୍ କୁ କମାଇବାରେ ସାହାଯ୍ୟ କରିଥାଏ । ହେଲେ ଯଦି ସେହି ଧୂଆଁ ଗୋଟିଏ ଛୋଟ ଶିଶୁର ଶରୀରରେ ଯାଏ, ତେବେ କ’ଣ ହେବ ଆପଣ ଜାଣିଛନ୍ତି କି?
ଜଣେ ବ୍ୟକ୍ତି ଯେତେବେଳେ ସିଗାରେଟ୍ ଟାଣନ୍ତି ଏହାର ସଂପୂର୍ଣ୍ଣ ଧୂଆଁ ଫୁସଫୁସ୍ କୁ ନଯାଇ କିଛି ବାୟୁରେ ମିଶିଯାଏ ଏବଂ ବାୟୁ ଦ୍ୱାରା ଅନ୍ୟ ଜଣଙ୍କ ଭିତରକୁ ସେହି ଧୂଆଁ ପ୍ରବେଶ କରେ । ଏହି ପ୍ରକିୟାକୁ ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଙ୍ଗ୍ ବୋଲି କୁହାଯାଏ। ଯାହାର ଅଧିକ ପ୍ରଭାବ ଛୋଟଛୁଆଙ୍କ ଉପରେ ପଡ଼େ ।
ଏହାଦ୍ୱାରା ଗଣ୍ଠି ଦରଜ ଏବଂ ଫୁଲିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଚଲାବୁଲା କରିବା ବେଳେ କଷ୍ଟ ଅନୁଭବ ହୁଏ । ଯେଉଁ ଲୋକଙ୍କ ଭିତରେ ଏଭଳି ସମସ୍ୟା ଦେଖାଯାଏ ସେମାନଙ୍କ ଚିକିତ୍ସା ଉପରେ ଧ୍ୟାନ ଦିଆଯିବା ସହ କିଛି ଖାଦ୍ୟପେୟ ଉପରେ କଣ୍ଟ୍ରୋଲ୍ କରିବାର ଆବଶ୍ୟକତା ରହିଥାଏ । ଅବହେଳା ହେଲେ ସମସ୍ୟା ସ୍ଥାୟୀ ରୂପ ନେଇ ଦିବ୍ୟାଙ୍ଗତା ଆଡ଼କୁ ମଧ୍ୟ ନେଇପାରେ ।
ଏକ ସର୍ଭେ ଅନୁସାରେ, ର୍ୟୁମେଟାଇଡ୍ ଅର୍ଥରାଇଟିସ ଏକ ଜଟିଳ ସମସ୍ୟା । ତେଣୁ ଏଥିରେ ସାବଧାନ ରହିବା ମଧ୍ୟ ନିହାତି ଜରୁରୀ । ପରିବାରରେ ଯଦି ଏହି ସମସ୍ୟା ଆଗରୁ ରହିଛି ତାହେଲେ ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍ କରିବା ଆଦୌ ଠିକ୍ ନୁହଁ । ଏଥିରେ ପିଲାଙ୍କ ଫୁସଫୁସ୍ ସମ୍ବନ୍ଧ ସମସ୍ୟା ମଧ୍ୟ ଦେଖାଯାଏ । ବିଶେଷଜ୍ଞଙ୍କ ମତରେ ସେହି ଧୂଆଁରେ ୪୦୦୦ରୁ ଅଧିକ ରାସାୟନିକ ତତ୍ତ୍ୱ ରହିଥାଏ ।
ଯେଉଁଥିରେ ୨୫୦ ରୁ ଅଧିକ ରୋଗ ହେବାର ସମ୍ଭାବନା ରହିଥାଏ । ଫୁସଫୁସ୍ ସହ ଏହା ହୃଦରୋଗ ସମସ୍ୟା ମଧ୍ୟ ବଢାଏ ଏବଂ କ୍ୟାନ୍ସର ଭଳି ସମସ୍ୟା ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ସିଗାରେଟ୍ ଧୂଆଁର ସଂସ୍ପର୍ଶରେ ଆସୁଥିବା ପ୍ରତିଟି ଲୋକ ପାଇଁ ଏହା ବିପଦ ସୃଷ୍ଟି କରେ କହିଲେ କିଛି ଭୁଲ୍ ହେବ ନାହିଁ। ଶିଶୁଙ୍କ ବିକଶିତ ଅଙ୍ଗ ପାଇଁ ସିଗାରେଟ୍ ଧୂଆଁ ଜହର ଭଳି କାମ କରେ । ଛୋଟପିଲା ଏବଂ ଗର୍ଭବତୀଙ୍କ ଉପସ୍ଥିତିରେ ସିଗାରେଟ୍ ଟାଣିବାର ଭୁଲ୍ ଆଦୌ କରନ୍ତୁ ନାହିଁ । ପରିବାର ଭିତରେ କିମ୍ବା କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ଧୂମପାନ କରିବା ଠାରୁ ଦୂରେଇ ରୁହନ୍ତୁ ।
ALSO READ: https://purvapaksa.com/crying/