ଭାରତୀୟ ରାଜନୀତିରେ କ୍ଷମତା, ସମ୍ପର୍କ ଏବଂ ନିଷ୍ପତ୍ତିର ଏକ ବଡ଼ ଭୂମିକା ରହିଛି। ସାଧାରଣତଃ କୁହାଯାଏ ଯେ ରାଜନୀତିରେ ସଠିକ୍ ସମୟରେ ନିଆଯାଇଥିବା ଗୋଟିଏ ଭୁଲ୍ ନିଷ୍ପତ୍ତି ଜଣେ ନେତାଙ୍କୁ ସଫଳତାର ଶୀର୍ଷରୁ ଆଣି ସମ୍ପୂର୍ଣ୍ଣ ଶୂନ୍ୟରେ ପହଞ୍ଚାଇ ଦେଇପାରେ। ବିଗତ କିଛି ବର୍ଷ ମଧ୍ୟରେ ଦେଶର ରାଜନୈତିକ ପରିବେଶକୁ ଯଦି ଆମେ ଦେଖିବା, ତେବେ ଏମିତି ଅନେକ ବଡ଼ ବଡ଼ ପ୍ରଭାବଶାଳୀ ନେତା ଅଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଥ୍ ଛାଡ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ କେବଳ ପରାଜୟ ଓ ପରିତାପ ହିଁ ମିଳିଛି । ସେମାନଙ୍କର ଏହି ରାଜନୈତିକ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ ।
କିଛି ପ୍ରମୁଖ ନେତାଙ୍କ ଉପରେ ନଜର ପକାଇବା, ଯେଉଁମାନେ ମୋଦୀଙ୍କ ବିରୋଧ କରି ନିଜର ରାଜନୈତିକ ଅସ୍ତିତ୍ୱକୁ ବିପଦରେ ପକାଇ ଦେଇଛନ୍ତି। ଏହି ପ୍ରସଙ୍ଗରେ କେମିତି କିଏ ନିଜ ବାପାର ପ୍ରତିଷ୍ଠିତ ଦଳ ଓ ନିର୍ବାଚନ ସଙ୍କେତ ହରାଇଲା ଏବଂ କେମିତି କିଏ ମୋଦୀଙ୍କ ସହ ଫେରିଆସି ପୁଣି ଥରେ ଶୀର୍ଷ ସ୍ଥାନ ହାସଲ କଲା, ସେହି ସମସ୍ତ ବିଷୟ ଉପରେ ଆମେ ଖୋଲତାଡ଼ କରିବା।
ସର୍ବପ୍ରଥମେ ନଜର ପକାଇବା ବିହାରର ନେତା ଉପେନ୍ଦ୍ର କୁଶୱାହାଙ୍କ ଉପରେ। ୨୦୧୪ ମସିହାରେ ଯେତେବେଳେ ଦେଶରେ ମୋଦୀ ପ୍ରବାହ ଚାଲିଥିଲା, ସେତେବେଳେ ସେ ଏନଡିଏ ସହ ଥିଲେ ଏବଂ କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ କିନ୍ତୁ ୨୦୧୮ ମସିହାରେ ନିଜକୁ ଅଧିକ ଶକ୍ତିଶାଳୀ ଭାବି ସେ ଏନଡିଏ ଛାଡ଼ି ମହାମେଣ୍ଟକୁ ଚାଲିଗଲେ। ପରିଣାମ କଣ ହେଲା ଜାଣନ୍ତି? ୨୦୧୯ ନିର୍ବାଚନରେ ତାଙ୍କ ଦଳକୁ ଲୋକସଭାରେ ସମ୍ପୂର୍ଣ୍ଣ ଶୂନ୍ୟ ଆସନ ମିଳିଲା ଏବଂ ସେ ରାଜନୈତିକ ଭାବେ ନିଷ୍କ୍ରିୟ ହୋଇ ଘରେ ବସିଗଲେ।
ଏହିପରି ଆଉ ଏକ ଆଶ୍ଚର୍ଯ୍ୟଜନକ ନାମ ହେଉଛି ପ୍ରଶାନ୍ତ କିଶୋର, ଯିଏ କୌଣସି ଦଳର ନେତା ନ ଥିଲେ ମଧ୍ୟ ୨୦୧୪ ମସିହାରେ ମୋଦୀଙ୍କ ବିଜୟ ରଣନୀତି ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ମୋଦୀଙ୍କଠାରୁ ଦୂରେଇ ଯାଇ ବିରୋଧୀ ଦଳଗୁଡ଼ିକ ପାଇଁ କାର୍ଯ୍ୟ କଲେ ଏବଂ ପରେ ବିହାରରେ ନିଜର ଏକ ସଙ୍ଗଠନ ‘ଜନ ସୁରାଜ’ ଗଠନ କରି ନିର୍ବାଚନ ଲଢ଼ିଲେ। ହଜାର ହଜାର କିଲୋମିଟର ପଦଯାତ୍ରା କରିବା ପରେ ମଧ୍ୟ ତାଙ୍କ ଦଳକୁ ଗୋଟିଏ ହେଲେ ଆସନ ମିଳିଲା ନାହିଁ ଏବଂ ଅନେକ ସ୍ଥାନରେ ସେମାନେ ‘ନୋଟା’ (NOTA) ଠାରୁ ମଧ୍ୟ କମ୍ ଭୋଟ୍ ପାଇଲେ। ଯେଉଁ ବ୍ୟକ୍ତି ସାରା ଦେଶରେ ସରକାର ଗଢ଼ିପାରୁଥିଲେ, ସେ ନିଜ ପାଇଁ ଜଣେ ବି ବିଧାୟକ ଜିତାଇ ପାରିଲେ ନାହିଁ ।
ଏହି ବିଷୟରେ ପାର୍ଟିର ନିଜର ନେତା ବରୁଣ ଗାନ୍ଧୀଙ୍କ ଉଦାହରଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ପିଲିଭିତରୁ କ୍ରମାଗତ ଭାବେ ସାଂସଦ ଏବଂ ଦଳର ସାଧାରଣ ସମ୍ପାଦକ ଥିଲେ। କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ସେ ନିଜ ସରକାରଙ୍କ ନୀତି ଓ କାର୍ଯ୍ୟଧାରାକୁ ଖୋଲାଖୋଲି ସମାଲୋଚନା କରିବା ଆରମ୍ଭ କଲେ। ପରିଣାମ ସ୍ୱରୂପ, ଦଳ ତାଙ୍କୁ ୨୦୨୪ ନିର୍ବାଚନରେ ନିଜର ପାରମ୍ପରିକ ଆସନରୁ ଟିକେଟ୍ ଦେଲାନାହିଁ ଏବଂ ସେ ରାଜନୈତିକ ଭାବେ କୋଣଠେସା ହୋଇ ରହିଗଲେ।
ସେହିପରି ବରିଷ୍ଠ ନେତା ଯଶବନ୍ତ ସିହ୍ନା, ଯିଏ ପୂର୍ବତନ ଅଟଳ ବିହାରୀ ବାଜପେୟୀ ସରକାରରେ ଦେଶର ଅର୍ଥମନ୍ତ୍ରୀ ଥିଲେ, ସେ ମଧ୍ୟ ମୋଦୀଙ୍କ ବିରୋଧ କରି ୨୦୧୮ରେ ବିଜେପି ଛାଡ଼ିଥିଲେ। ୨୦୨୨ ମସିହାରେ ବିରୋଧୀ ଦଳ ସେମାନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ବଡ଼ ବ୍ୟବଧାନରେ ପରାଜିତ ହେଲେ ଏବଂ ଆଜି ରାଜନୀତିରେ ତାଙ୍କର କୌଣସି ଚର୍ଚ୍ଚା ନାହିଁ।
ଏହି ପ୍ରସଙ୍ଗରେ ତେଲେଙ୍ଗାନାର କେ. ଚନ୍ଦ୍ରଶେଖର ରାଓ ବା କେସିଆରଙ୍କ କାହାଣୀ ମଧ୍ୟ ଏକ ବଡ଼ ପ୍ରମାଣ । ରାଜ୍ୟରେ ଦୀର୍ଘ ୧୦ ବର୍ଷ ଶାସନ କରିବା ପରେ ସେ ମୋଦୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ଏବଂ ନିଜକୁ ଭବିଷ୍ୟତର ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କଲେ। କିନ୍ତୁ ୨୦୨୩ ବିଧାନସଭା ନିର୍ବାଚନରେ ଜନସାଧାରଣ ତାଙ୍କ ଦଳକୁ ପ୍ରତ୍ୟାଖ୍ୟାନ କଲେ ଏବଂ ସେ ଆଜି ନିଜ ରାଜ୍ୟରେ ବିରୋଧୀ ଆସନରେ ବସିଛନ୍ତି ।
କ୍ରିକେଟ୍ରେ ଛକା ମାରୁଥିବା ନବଜୋତ ସିଂହ ସିଦ୍ଧୁ ବିଜେପି ସାଂସଦ ଥିବା ବେଳେ ମୋଦୀଙ୍କ ସାଥ୍ ଛାଡ଼ି କଂଗ୍ରେସକୁ ଯାଇଥିଲେ। କିନ୍ତୁ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ନିଜର ଅହଂକାର କାରଣରୁ ଦଳ ପଞ୍ଜାବରେ ନିର୍ବାଚନ ହାରିଲା ଏବଂ ସେ ନିଜେ ମଧ୍ୟ ରାଜନୈତିକ ଓ ଆଇନଗତ ସଙ୍କଟ ମଧ୍ୟକୁ ଚାଲିଗଲେ। ସେହିପରି ଅଭିନେତା ତଥା ନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ମୋଦୀ ଓ ଅମିତ ଶାହଙ୍କ ଦୌଡ଼ରେ ନିଜକୁ ଗୁରୁତ୍ୱ ମିଳୁନଥିବା ଭାବି କଂଗ୍ରେସକୁ ଯାଇଥିଲେ ଏବଂ ନିଜର ପାରମ୍ପରିକ ପାଟନା ସାହିବ ଆସନରୁ ପ୍ରାୟ ୩ ଲକ୍ଷ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ।
କିନ୍ତୁ ସବୁଠାରୁ ଦୁଃଖଦ ଏବଂ ବଡ଼ ପରିଣତି ଭୋଗିବାକୁ ପଡ଼ିଛି ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କୁ। ୨୦୧୯ ମସିହାରେ ନିର୍ବାଚନ ପରେ ସେ ବିଜେପି ସହ ବନ୍ଧୁତା ଭାଙ୍ଗି କଂଗ୍ରେସ ଓ ଏନସିପି ସହ ମିଶି ମୁଖ୍ୟମନ୍ତ୍ରୀ ତ ହୋଇଗଲେ । କିନ୍ତୁ ୨୦୧୨ ମସିହାରେ ତାଙ୍କ ଦଳର ନେତା ଏକନାଥ ସିନ୍ଦେ ଅଧିକାଂଶ ବିଧାୟକଙ୍କୁ ନେଇ ଅଲଗା । କେବଳ ସରକାର ଗଲାନାହିଁ, ବରଂ ନିର୍ବାଚନ କମିଶନ ଅସଲି ଶିବସେନା ଦଳର ନାମ ଏବଂ ତାଙ୍କ ବାପା ବାଲାସାହେବ ଠାକରେଙ୍କ ପାରମ୍ପରିକ ଧନୁ-ତୀର ସଙ୍କେତ ମଧ୍ୟ ଏକନାଥ ସିନ୍ଦେଙ୍କୁ ପ୍ରଦାନ କଲେ । ମୋଦୀଙ୍କ ସାଥ୍ ଛାଡ଼ିବାର ଏତେ ବଡ଼ ମୂଲ୍ୟ ବୋଧହୁଏ ଇତିହାସରେ କେହି ଦେଇନଥିବେ
ଏହି ସମଗ୍ର ବିଷୟ ମଧ୍ୟରେ କିଛି ନେତା ଏଭଳି ମଧ୍ୟ ଅଛନ୍ତି, ଯେଉଁମାନେ ସମୟ ଥାଉ ଥାଉ ନିଜର ଭୁଲ୍ ବୁଝିପାରି ମୋଦୀଙ୍କ ନିକଟକୁ ଫେରିଆସିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯେତେଥର ମୋଦୀଙ୍କଠାରୁ ଦୂରେଇ ଯାଇଛନ୍ତି, ତାଙ୍କ ଦଳ ଦୁର୍ବଳ ହୋଇଛି ଏବଂ ସେ ପୁଣି ଏନଡିଏକୁ ଫେରିଆସି ନିଜର ସ୍ଥିତି ବଜାୟ ରଖିଛନ୍ତି।
କିନ୍ତୁ ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡୁ। ୨୦୧୮ ମସିହାରେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗରେ ସେ ମୋଦୀଙ୍କ ସାଥ୍ ଛାଡ଼ିଥିଲେ। ୨୦୧୯ ନିର୍ବାଚନରେ ତାଙ୍କ ଦଳ ୧୭୫ଟି ଆସନରୁ ମାତ୍ର ୨୩ଟି ଆସନ ପାଇ ସମ୍ପୂର୍ଣ୍ଣ ଭାବେ ପରାଜିତ ହେଲା ଏବଂ ସେ ନିଜେ ମଧ୍ୟ ଦୁର୍ନୀତି ଅଭିଯୋଗରେ ୫୨ ଦିନ ଜେଲ୍ରେ ରହିଲେ। କିନ୍ତୁ ୨୦୨୪ ମସିହାରେ ସେ ପୁଣି ଥରେ ନିଜର ଭୁଲ୍ ସଂଶୋଧନ କରି ମୋଦୀଙ୍କ ସହ ଏନଡିଏକୁ ଫେରିଆସିଲେ। ପରିଣାମ ସ୍ୱରୂପ, ୨୦୨୪ ନିର୍ବାଚନରେ ତାଙ୍କ ମେଣ୍ଟକୁ ୧୬୪ଟି ଆସନ ମିଳିଲା ଏବଂ ଆଜି ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ସହ କେନ୍ଦ୍ର ସରକାର ଗଠନରେ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଏହି ସମସ୍ତ ଐତିହାସିକ ଘଟଣାରୁ ଏକ ବଡ଼ ଶିକ୍ଷା ମିଳୁଛି ଯେ, ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନପ୍ରିୟତା ଏବଂ ରଣନୀତି ସହ ସାମ୍ନାସାମ୍ନି ବିରୋଧ କରିବା ଅନେକ ବଡ଼ ବଡ଼ ନେତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯେଉଁମାନେ ସାଥ୍ ଛାଡ଼ିଲେ ସେମାନେ ରାଜନୈତିକ ଭାବେ ଦୁର୍ବଳ ହେଲେ ଏବଂ ଯେଉଁମାନେ ସହଯୋଗ କଲେ ସେମାନେ ସଫଳତାର ଶୀର୍ଷ ଛୁଇଁଲେ।
AlsoReead; https://purvapaksa.com/the-government-is-blind-to-alcohol/


