second-fastest fifty by an Indian: ଆଜି ରିଷଭ ପନ୍ତ ଟି-ଟ୍ୱେଣ୍ଟି ଭଳି ବିଧ୍ୱଂସକ ବ୍ୟାଟିଂ କରି ମାତ୍ର ୩୩ଟି ବଲ୍ରୁ ୬୧ ରନ୍ କରି ଆଉଟ ହୋଇଥିଲେ। ଏହି ଇନିଂସରେ ସେ ୬ଟି ଚୌକା ଓ ୪ଟି ବିଶାଳ ଛକା ମାରିଥିଲେ। ତାଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା।
- ୩୩ଟି ବଲ୍ରେ ୩୧ ରନ୍ କରି ଆଉଟ ହେଲେ ପନ୍ତ
- ଇନିଂସରେ ମାରିଲେ ୬ଚୌକା ଓ ୪ଛକା
ଚଳିତ ସିଡନୀ ଟେଷ୍ଟେର ଭାରତର ରିଷଭ ପନ୍ତ ବିସ୍ଫୋକ ବ୍ୟାଟିଂ କରି ମାତ୍ର ୨୯ଟି ବଲରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ଏହା ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ରହିଥିଲା। ପୂର୍ବରୁ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ସେ ୨୦୨୨ରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୨ଟି ବଲରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ୧୯୮୨ରେ କପିଳ ଦେବ ପାକିସ୍ତାନ ବିପକ୍ଷରେ କରାଚୀରେ ୩୦ଟି ବଲ୍ରୁ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ।, ୨୦୨୧ରେ ସର୍ଦୁଲ ଠାକୁର ଇଂଲଣ୍ଡ ବିପକ୍ଷରେ ଦ ଓଭାଲ ଗ୍ରାଉଣ୍ଡ୍ ଓ ଚଳିତ ବର୍ଷ ଯଶସ୍ୱୀ ଜୟସ୍ୱାଲ ବାଂଲାଦେଶ ବିପକ୍ଷରେ କାନପୁର ଠାରେ ୩୧ଟି ଲେଖାଏଁ ବଲ୍ ଖେଳି ଅର୍ଦ୍ଧ ଶତକ ଅର୍ଜନ କରିଥିଲେ।

ଟେଷ୍ଟରେ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ପାକିସ୍ତାନର ମିସବା ଉଲ-ହକ୍ଙ୍କ ନାମରେ ରହିଛି। ୨୦୧୪ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୨୧ଟି ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥଇଲେ। ସେହିପରି ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ୨୩ଟି ବଲ୍(୨୦୧୭)ରୁ ଅର୍ଦ୍ଧ ଶତକ ଅର୍ଜନ କରିଥଇଲେ। ସିଡନୀରେ ସେ ଏହିରେକର୍ଡ କରିଥିଲେ। ଦକ୍ଷିଣ ଆଫ୍ରିକାର ଜାକସ କାଲିସ ୨୦୦୫ରେ ଜିମ୍ବାୱେ ବିପକ୍ଷରେ ୨୪ଟି ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଇଂଲଣ୍ଡର ବେନ ଷ୍ଟୋକ୍ସ ଗତ ବର୍ଷ ବର୍ମିଂହାମରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୨୪ଟି ବଲ୍ରେ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ। ୱେଷ୍ଟ ଇଣ୍ଡିଜର ସେନ ସିଲିଂଫୋର୍ଡ ୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ େପାର୍ଟ ଏଲିଜାବେଥରେ ୨୫ଟି ବଲ୍ରୁ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ।

ପାକିସ୍ତାନର ସାହିଦ ଆଫ୍ରିଦି ୨୦୦୫ରେ ଭାରତ ବିପକ୍ଷରେ ବେଙ୍ଗାଲୁର ଠାରେ ୨୬ଟି ବଲ୍ରୁ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ। ବାଂଲାଦେଶର ମହମ୍ମଦ ଅସ୍ରଫୁଲ ୨୦୦୭ରେ ମୀରପୁର ଠାରେ ଭାରତ ବିପକ୍ଷରେ ୨୬ଟି ବଲ୍ରୁ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ। ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ ୨୦୧୪ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପୋର୍ଟ ଏଲିଜାବେଥରେ ୨୬ଟି ବଲ୍ରୁ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ।
ପାକିସ୍ତାନର ୟୁସୁଫ ୟୋହାନା(ମହମ୍ମଦ ୟୁସୁଫ)୨୦୦୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ ଟାଉନ ଠାରେ ୨୭ଟି ବଲ୍ରୁ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ।
ଟେଷ୍ଟ କ୍ରିକେଟରେ ପନ୍ତଙ୍କ ବ୍ୟତୀତ ୪ଜଣ ବ୍ୟାଟର ୨୮ଟ ବଲ୍ରୁ ଅର୍ଦ୍ଧ ଶତକ ଅର୍ଜନ କରିଛନ୍ତି। ସେମାନେ ହେଲେ : ଇଂଲଣ୍ଡ ବିପକ୍ଷରେ ୱେଷ୍ଟ ଇଣ୍ଡିଜ୍ର ଆଲବର୍ଟ ୱିଲିୟମ୍ସ(୧୯୪୮), ଭାରତ ବିପକ୍ଷରେ ଇଂଲଣ୍ଡର ଇଆନ ବୋଥାମ(୧୯୮୧), ନ୍ୟୁଜିଲାଣ୍ଡ ବିପକ୍ଷରେ ୱେଷ୍ଟ ଇଣ୍ଡିଜ୍ର କ୍ରିସ ଗେଲ(୨୦୧୪), ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର କଲିନ ଡି ଗ୍ରାଣ୍ଡହୋମ(୨୦୧୮) ଏହି ରେକର୍ଡ କରିଛନ୍ତି।
previous article: https://purvapaksa.com/international-sports-calendar-of-2025/
୨୦୨୫ କ୍ରୀଡ଼ା କ୍ୟାଲେଣ୍ଡର: ଚାମ୍ପିଅନ୍ସ ଟ୍ରଫି, ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପ ବର୍ଷର ବଡ଼ ଟୁର୍ଣ୍ଣାମେଣ୍ଟ

