ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବିରୁଦ୍ଧରେ କେଉଁ ପ୍ରକାର ବିଦ୍ରୋହ ଚାଲିଛି ? ଏହି ପ୍ରଶ୍ନ ଏହି କାରଣରୁ ଉଠୁଛି ଯେ ଶି ଜିନପିଙ୍ଗ ଚୀନର ସବୁଠାରୁ ଶକ୍ତିଶାଳୀ ସେନା ସଂସ୍ଥା ସେଂଟ୍ରାଲ ମିଲିଟାରୀ କମିଶନ (CMC)ରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ପିପୁଲ୍ସ ଲିବରେସନ ଆର୍ମୀ (PLA)ର ସବୁଠାରୁ ବରିଷ୍ଠ ଏଡମିରାଲ ମିଆଓ ହୁଆଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏହା ସହିତ ଦେଶର ଜାତୀୟ ପରମାଣୁ ନିଗମର ଡେପୁଟୀ ଚିଫ ଇଞ୍ଜିନିୟର ଲିଉ ଶିପେଙ୍ଗଙ୍କୁ ଚୀନର ସଂସଦ ନ୍ୟାସନାଲ ପିପୁଲ୍ସ କଂଗ୍ରେସ (NPC)ରୁ ବହିଷ୍କାର କରାଯାଇଛି । ସାଉଥ ଚାଇନା ସାଗରରେ ଯେତେବେଳେ ଚୀନ ନିରନ୍ତର ଭାବେ ନିଜର ସୈନ୍ୟ ମୁତୟନ ବୃଦ୍ଧି କରୁଛି, ସେତେବେଳେ ଏହି ପ୍ରକାରର ପରିବର୍ତ୍ତନ ଆଶ୍ଚର୍ଯ୍ୟଜନକ କୁହାଯାଉଛି ଯେ ସେନାରେ ଭ୍ରଷ୍ଟାଚାର ବିରୋଧରେ ଶି ଜିନପିଙ୍ଗଙ୍କ ଅଭିଯାନ କାରଣରୁ ଏହି ଦୁଇଜଣଣଙ୍କୁ ବରଖାସ୍ତ କରାଯାଇଛି। ମିଆଓ ହୁଆ CMCର ‘ରାଜନୈତିକ କାର୍ଯ୍ୟ ବିଭାଗ’ର ମୁଖ୍ୟ ଥିଲେ, ଅର୍ଥାତ୍ ସେନାରେ ବିଚାରଧାରା ଓ ନିଷ୍ଠା ସୁନିଶ୍ଚିତ କରିବା ତାଙ୍କର ଦାୟିତ୍ୱ ଥିଲା ।
ସରକାରୀ ବୟାନ ଅନୁଯାୟୀ, ମିଆଓଙ୍କୁ ‘ଗୁରୁତର ଅନୁଶାସନ ଉଲ୍ଲଂଘନ’ ଅଭିଯୋଗରେ ପୂର୍ବରୁ ନିଲମ୍ବିତ କରାଯାଇଥିଲା ଏବଂ ଏପ୍ରିଲରେ ତାଙ୍କୁ NPCରୁ ବହିଷ୍କାର କରାଯାଇଥିଲା । ଚୀନ ଯେତେବେଳେ ‘ଗୁରୁତର ଉଲ୍ଲଂଘନ’ ଶବ୍ଦ ବ୍ୟବହାର କରେ, ତାହା ପ୍ରକୃତରେ ଭ୍ରଷ୍ଟାଚାର ପାଇଁ ଏକ ସାଙ୍କେତିକ ଶବ୍ଦ। CMC ହେଉଛି ଚୀନର ସବୁଠାରୁ ଶକ୍ତିଶାଳୀ ସୈନ୍ୟ ସଂସ୍ଥା, ଯାହାର ନେତୃତ୍ୱ ସ୍ୱୟଂ ଶି ଜିନପିଙ୍ଗ କରୁଛନ୍ତି । ମିଆଓଙ୍କ ବରଖାସ୍ତକୁ ୧୯୬୦ ପରେ କୌଣସି CMC ଅଧିକାରୀଙ୍କ ବିରୁଦ୍ଧରେ ହୋଇଥିବା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ଗଣାଯାଉଛି । ଏହା ସହିତ CMCର ଉପାଧ୍ୟକ୍ଷ ହେ ୱେଇଡଙ୍ଗଙ୍କ ଉପରେ ମଧ୍ୟ ତଦନ୍ତ ଚାଲିଛି । ଶିଙ୍କ ଶାସନକାଳରେ ମିଆଓ ହେଉଛନ୍ତି ଅଷ୍ଟମ CMC ସଦସ୍ୟ, ଯିଏ ବରଖାସ୍ତ ହୋଇଛନ୍ତି। ଏହି ଅଧିକାରୀମାନେ ସେହି ବ୍ୟକ୍ତି ଯାହାଙ୍କୁ ଶି ନିଜେ ନିର୍ବାଚିତ କରିଥିଲେ, ଯେଉଁଥିରୁ ଏବେ ପ୍ରଶ୍ନ ଉଠୁଛି ଯେ ଶି କ’ଣ ନିଜ ଦଳରେ ସଠିକ୍ ଲୋକଙ୍କୁ ଚୟନ କରିପାରୁଛନ୍ତି କି ?
ଜିନପିଙ୍ଗଙ୍କ ଦଳରେ ଫାଟ?
ଚୀନର ନେତୃତ୍ୱ ବିଶ୍ୱ ସାମ୍ନାରେ ଶକ୍ତି ଓ ସ୍ଥିରତାର ଚିତ୍ର ଦେଖାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ, ସୈନ୍ୟ ବ୍ୟବସ୍ଥାରେ ଭିତିରିଆ ହଟଚଟ ଲାଗି ରହିଛି । ଆମେରିକା ଓ ଚୀନ ମଧ୍ୟରେ ସାମରିକ ସମ୍ପର୍କ ପୂର୍ବରୁ ହିଁ ସୀମିତ ଥିଲା, ଏବଂ ଏବେ ଏହି ପରିବର୍ତ୍ତନଶୀଳ ଚେହେରା ଯୋଗୁଁ ଏହା ଆହୁରି ଦୁର୍ବଳ ହୋଇପାରେ, ଖାସକରି ତାଇୱାନ ଷ୍ଟ୍ରେଟ ଭଳି ସମ୍ବେଦନଶୀଳ ଅଞ୍ଚଳରେ ସମ୍ପ୍ରତି ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ସାଙ୍ଘାଇରେ ଆଲୋଚନା ପାଇଁ ପହଞ୍ଚିଥିଲେ, କିନ୍ତୁ କୌଣସି ଉଚ୍ଚସ୍ତରୀୟ ବୈଠକ ସାର୍ବଜନୀନ ହୋଇନଥିଲା । ସିଙ୍ଗାପୁରରେ ହୋଇଥିବା ସାଙ୍ଗ୍ରୀ-ଲା ଡାଏଲଗରେ ମଧ୍ୟ ଚୀନ ପକ୍ଷରୁ କେବଳ ଜୁନିଅର ପ୍ରତିନିଧିମଣ୍ଡଳୀ ପଠାଯାଇଥିଲା ।
ଜଣଜଣ କରି ହଟୁଛନ୍ତି ବଡ଼ ଚେହେରା
ଗତ ଦୁଇ ବର୍ଷରେ ଚୀନରେ ଦୁଇଜଣ ପ୍ରତିରକ୍ଷା ମନ୍ତ୍ରୀ, PLAର ରକେଟ ଫୋର୍ସର ଦୁଇଜଣ ମୁଖ୍ୟ ଏବଂ ଅନେକ ପ୍ରତିରକ୍ଷା ବ୍ୟବସାୟୀଙ୍କୁ ମଧ୍ୟ ସେମାନଙ୍କ ପଦରୁ ହଟାଯାଇଛି । ଏହା ମନେ କରାଯାଉଛି ଯେ ଏହି ସମସ୍ତ କାର୍ଯ୍ୟାନୁଷ୍ଠାନ ସୈନ୍ୟ ଉପକରଣ କ୍ରୟରେ ହୋଇଥିବା ଭ୍ରଷ୍ଟାଚାର ସହ ଜଡ଼ିତ । ବରଖାସ୍ତ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ନିଜେ ପୂର୍ବରୁ ସେନାର ‘ଇକ୍ୱିପମେଣ୍ଟ ପ୍ରୋକ୍ୟୁରମେଣ୍ଟ ଡିପାର୍ଟମେଣ୍ଟ’ର ମୁଖ୍ୟ ଥିଲେ।
ALSO READ https://purvapaksa.com/naveen-to-return-to-odisha-on-3rd-grand-reception-to-be-held/
