ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ଦେଶ ବିଦେଶରେ ଇସ୍କନ ଯେଭଳି ଅଦିନିଆ ରଥଯାତ୍ରା ସହିତ ରାସ୍ତାକଡ଼ରେ ବସାଉଛି ତାହାକୁ ପ୍ରତ୍ୟେକ ଓଡ଼ିଆ ବିରୋଧ କରିବା ଉଚିତ। ଇସ୍କନକୁ ଏହାର ଜବାବ ଦେବାପାଇଁ ଆସନ୍ତା ରଥଯାତ୍ରା ସମୟରେ ଭୁବନେଶ୍ୱରରେ ହେଉଥିବା ଇସ୍କନର ରଥଯାତ୍ରାକୁ ବୟକଟ୍ କରିବାପାଇଁ କଳିଙ୍ଗସେନା ଆହ୍ୱାନ ଦେଇଛି ।
ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି ଯେ ଇସ୍କନ କର୍ତ୍ତୃପକ୍ଷ ପୁରୀ ଗଜପତି, ଓଡ଼ିଶା ସରକାର ଓ ଓଡିଆମାନଙ୍କ ଭାବାବେଗ ସହିତ ଖେଳୁଛନ୍ତି । ଅଦିନିଆ ରଥଯାତ୍ରା ନକରିବାକୁ ଯେତେଥର କହିଲେ ବି ଜାଣିଶୁଣି ନିଜର ବ୍ୟବସାୟ ପାଇଁ ଦେଶ ବିଦେଶରେ ଏଭଳି ଆୟୋଜନ କରୁଛନ୍ତି । ଏହାଦ୍ୱାରା କେବଳ ଜଗନ୍ନାଥ ସଂସ୍କୃତି କ୍ଷତିଗ୍ରସ୍ତ ହେଉନାହିଁ, କୋଟି କୋଟି ଓଡିଆମାନଙ୍କ ପ୍ରତି ଏହା ଘୋର ଅପମାନ ହେଉଛି । ବିଦେଶରେ ଇସ୍କନର ଏଭଳି କାର୍ଯ୍ୟକୁ ପ୍ରତିବାଦ କରୁଥିବା ଓଡିଆମାନଙ୍କୁ ଇସ୍କନ କୁକୁର ବୋଲି କହିବାକୁ ପଛାଉ ନାହିଁ ।
ତେଣୁ ଓଡ଼ିଶାର କୁଳଦେବତାଙ୍କ ରୀତିନୀତିକୁ ଅବମାନନା ସହିତ ଓଡ଼ିଆଙ୍କ ପ୍ରତି ଏଭଳିର ମନ୍ତବ୍ୟ ଦେଉଥିବା ଇସ୍କନର ଓଡ଼ିଶାରେ ରହିବାର ଅଧିକାର ନାହିଁ । ଯେତେଶୀଘ୍ର ସମ୍ଭବ ଏହି ସଂସ୍ଥା ତାହାର ମନ୍ଦିରରେ ତାଲା ଝୁଲାଇବା ଆବଶ୍ୟକ । ଓଡ଼ିଆଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଇଥିବା ଇସ୍କନର ଆଗାମୀ ରଥଯାତ୍ରାକୁ ଓଡିଶାବାସୀ ବୟକଟ୍ କରିବାପାଇଁ ଶ୍ରୀ ରଥ କହିଛନ୍ତି । କଳିଙ୍ଗ ସୈନିକମାନେ ମଧ୍ୟ ଆଗାମୀ ଦିନରେ ଇସ୍କନର ସମସ୍ତ କାର୍ଯ୍ୟକ୍ରମକୁ ଜୋରଦାର ବିରୋଧ କରିବେବୋଲି ମଧ୍ୟ ଶ୍ରୀ ରଥ ଚେତାଇ ଦେଇଛନ୍ତି ।
Also read this https://purvapaksa.com/indias-population-myth-the-population-is-growing-but-why-is-the-birth-rate-decreasing/


