ଭାରତୀୟ ବାୟୁସେନା ବର୍ତ୍ତମାନ ଯୁଦ୍ଧ ବିମାନ ସ୍କ୍ୱାର୍ଡର ଘୋର ଅଭାବର ସମ୍ମୁଖୀନ ହେଉଛି। ତଥାପି, ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏକ ଯୋଜନା ଏହି ସମସ୍ୟାକୁ ସବୁଦିନ ପାଇଁ ସମାଧାନ କରିପାରିବ। ଏକ ରିପୋର୍ଟ ଅନୁଯାୟୀ, ଭାରତ ଏହାର ସମସ୍ତ ଆଗାମୀ ଉନ୍ନତ ଯୁଦ୍ଧ ବିମାନ ପାଇଁ ସ୍ୱଦେଶୀ ଯୁଦ୍ଧ ବିମାନର ଇଞ୍ଜିନ ନିର୍ମାଣ କରିବା ସହିତ ବିଦ୍ୟମାନ ବିମାନ ବାହିନୀର ବଦଳ ପାଇଁ ଏକ ବିଶାଳ ଯୋଜନାରେ କାମ କରୁଛି। ଯୋଜନାଟି ହେଉଛି ଯେ ଭାରତ କେବଳ ଯୁଦ୍ଧ ବିମାନ ନିର୍ମାଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବ ନାହିଁ, ବରଂ ଏଥିରେ ବ୍ୟବହୃତ ସବୁଠାରୁ ଶକ୍ତିଶାଳୀ ଇଞ୍ଜିନଗୁଡ଼ିକ ମଧ୍ୟ ଦେଶରେ ହିଁ ନିର୍ମିତ ହେବା ଉଚିତ, ଯାହା ଦ୍ୱାରା ବିଦେଶୀ କମ୍ପାନୀଗୁଡ଼ିକ ଉପରେ ନିର୍ଭରଶୀଳତା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇପାରିବ।
ସ୍ୱଦେଶୀ ଯୁଦ୍ଧ ବିମାନରେ ଲାଗିବ ଦେଶୀ ଇଞ୍ଜିନ
ରିପୋର୍ଟ ଅନୁଯାୟୀ, ଭାରତ ଦେଶ ମଧ୍ୟରେ ହିଁ ଲଢ଼ୁଆ ବିମାନର ଜେଟ୍ ଇଞ୍ଜିନ ନିର୍ମାଣ ପାଇଁ ୬୫,୪୦୦କୋଟି ଟଙ୍କାର ଏକ ବିଶାଳ ନିବେଶ ଯୋଜନାରେ କାମ କରୁଛି। ଏହାର ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ଲଢ଼ୁଆ ବିମାନର ଜେଟ୍ ଇଞ୍ଜିନ୍ ନିର୍ମାଣରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳତା ହାସଲ କରିବା। ଏହି ସ୍ୱଦେଶୀ ଇଞ୍ଜିନ୍ଗୁଡ଼ିକ ଯେପରି ପରବର୍ତ୍ତୀ ପିଢ଼ିର ଲଢ଼ୁଆ ଜେଟ୍ ଏବଂ ପୂର୍ବରୁ ଥିବା ଲଢ଼ୁଆ ଜେଟ୍ ଉଭୟକୁ ଶକ୍ତି ପ୍ରଦାନ କରିବ।

ସମସ୍ତ ଯୁଦ୍ଧ ବିମାନ ପାଇଁ ସ୍ୱଦେଶୀ ଇଞ୍ଜିନ
ରିପୋର୍ଟରେ କୁହାଯାଇଛି ଯେ ଭାରତ ଯେଉଁ ପ୍ରକାରର ଇଞ୍ଜିନ ବିକଶିତ କରିବାକୁ ଚାହୁଁଛି ତାହା ଉନ୍ନତ ତେଜସ୍ (ଏମ.କେ2) ଷ୍ଟେଲ୍ଥ ଫାଇଟର ଜେଟ୍ ଠାରୁ ଆରମ୍ଭ କରି ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏ.ଏମ.ସି.ଏ), ପଞ୍ଚମ ପିଢ଼ି ପରେ ଭାରତର ପ୍ରଥମ ସ୍ୱଦେଶୀ ଲଢ଼ୁଆ ବିମାନ, ସବୁଥିରେ ବ୍ୟବହୃତ ହେବ ଯାହା ପଞ୍ଚମ ପିଢ଼ି ପରେ ଭାରତର ପ୍ରଥମ ସ୍ୱଦେଶୀ ଯୁଦ୍ଧ ବିମାନ ରୂପରେ ଜଣାଯାଉଛି। ଏହି ସ୍ୱଦେଶୀ ଇଞ୍ଜିନଗୁଡ଼ିକୁ ବିଦ୍ୟମାନ ଯୁଦ୍ଧ ବିମାନଗୁଡ଼ିକୁ ଅପଗ୍ରେଡ୍ କରିବା ଏବଂ ଭବିଷ୍ୟତର ଉନ୍ନତ ମାନବହୀନ ଯୁଦ୍ଧ ବିମାନକୁ ଶକ୍ତି ପ୍ରଦାନ କରିବା ପାଇଁ ମଧ୍ୟ ବ୍ୟବହାର କରାଯିବ।
ଜି.ଟି.ଆର.ଇ ଉତ୍ପାଦନ କରିବ ୧୧୦୦ ସ୍ୱଦେଶୀ ଇଞ୍ଜିନ
ଏହି ଯୋଜନା ଅନୁଯାୟୀ, ୨୦୩୫ ସୁଦ୍ଧା ଭାରତରେ ୧୧୦୦ ଲଢ଼ୁଆ ଜେଟ୍ ଇଞ୍ଜିନ୍ ନିର୍ମାଣ କରିବାକୁ ପ୍ରସ୍ତୁତି ଚାଲିଛି। ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏ.ଏମ.ସି.ଏ) ପାଇଁ ମଧ୍ୟ ସମାନ ସମୟସୀମା ଧାର୍ଯ୍ୟ କରାଯାଇଛି। ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡି.ଆର.ଡି.ଓ)ର ଗ୍ୟାସ୍ ଟରବାଇନ୍ ଗବେଷଣା ପ୍ରତିଷ୍ଠାନ (ଜି.ଟି.ଆର.ଇ)ର ମହାନିର୍ଦ୍ଦେଶକ ଏସ.ଭି ରମଣ ମୂର୍ତ୍ତି ସ୍ୱଦେଶୀ ଇଞ୍ଜିନ୍ ନିର୍ମାଣ କରିବା ପାଇଁ ଏକ ମିଶନର ନେତୃତ୍ୱ ନେଉଛନ୍ତି ଯାହା ସାରା ବିଶ୍ୱରେ ଉପଲବ୍ଧ ହେଉଥିବା ଇଞ୍ଜିନ ମାନଙ୍କ ସହିତ ପ୍ରତିଯୋଗିତା କରିପାରିବ। ସେ କହିଛନ୍ତି ଯେ ସରକାରୀ ଗବେଷଣା, ଘରୋଇ ଶିଳ୍ପ ଏବଂ ବିଶ୍ୱ ସହଭାଗୀତା ସମେତ ଏକ ଦୃଢ଼ ଇକୋସିଷ୍ଟମ ଗଠନ ଉପରେ ଧ୍ୟାନ ଦିଆଯାଉଛି।
ତେଜସ୍ ଏମ.କେ-2 ଉପରେ ପ୍ରଥମ ଧ୍ୟାନ
ଭାରତୀୟ ବାୟୁସେନା ୨୦୩୫ ସୁଦ୍ଧା ୪୫୦ଟି ନୂଆ ଯୁଦ୍ଧ ବିମାନ ପାଇବାର ଆଶା କରିଛି; ଏବଂ ଏଗୁଡ଼ିକ ଏବେ ସ୍ୱଦେଶୀ ଇଞ୍ଜିନ ଦ୍ୱାରା ଚାଲିବା ସହିତ ଶତ୍ରୁମାନଙ୍କ ବିରୁଦ୍ଧରେ ଆକାଶରେ ଗର୍ଜନ କରିବ ବୋଲି ଆଶା କରାଯାଉଛି। ଏହା କେବଳ ଭାରତର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବ ନାହିଁ ବରଂ ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭରଶୀଳତାକୁ ମଧ୍ୟ ପ୍ରୋତ୍ସାହିତ କରିବ, ଯାହା ଦ୍ଵାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଏହି ଯୋଜନା ଅନ୍ତର୍ଗତ ପ୍ରଥମ ପ୍ରକଳ୍ପ ହେଉଛି ତେଜସ୍ ଏମ.କେ-2 ଲଢ଼ୁଆ ବିମାନ। ଭାରତ ଆମେରିକାର ଜେନେରାଲ ଇଲେକ୍ଟ୍ରିକ୍ (ଜି.ଇ) ସହିତ ଏହାର ଏଫ.୪୧୪ଇଞ୍ଜିନ କୁ ନେଇ ଆଲୋଚନା କରାଯାଉଛି ଯେଉଁଥିରେ, ପ୍ରଯୁକ୍ତିବିଦ୍ୟାର ସ୍ଥାନାନ୍ତୀକରଣ ମଧ୍ୟ ସାମିଲ ରହିଛି। ଆଶା କରାଯାଉଛି ଯେ ଏହାଦ୍ୱାରା ଭାରତରେ ବିଶ୍ୱସ୍ତରୀୟ ଇଞ୍ଜିନ ବିକାଶ କରିବାରେ ସାହାଯ୍ୟ କରିବ।
ଅନେକ ବିଦେଶୀ କମ୍ପାନୀ ସହିତ କରାଯାଉଛି କଥାବାର୍ତ୍ତା
ଏହା ବ୍ୟତୀତ, ଦଶନ୍ଧି ଧରି ନିଷ୍କ୍ରିୟ ଥିବା କାବେରୀ ଇଞ୍ଜିନ କାର୍ଯ୍ୟକ୍ରମକୁ ପୁନର୍ଜୀବିତ କରିବା ପାଇଁ ପ୍ରୟାସ କରାଯାଉଛି। ଏହାର ଅପଗ୍ରେଡେଡ୍ ସଂସ୍କରଣ ମାନବହୀନ ଯୁଦ୍ଧ ବିମାନକୁ ଶକ୍ତି ପ୍ରଦାନ କରିବ। ଏହା ଭାରତର ଭବିଷ୍ୟତ ପ୍ରତିରକ୍ଷା ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ ବୋଲି ଆସ କରାଯାଉଛି। ଆଗାମୀ ସ୍ୱଦେଶୀ ପଞ୍ଚମ ପିଢ଼ିର ଷ୍ଟିଲଥ୍ ଲଢ଼ୁଆ ବିମାନ, ଏ.ଏମ୍.ସି.ଏ. ପାଇଁ ମିଳିତ ଭାବରେ ଏକ ପଞ୍ଚମ ପିଢ଼ିର ଇଞ୍ଜିନ୍ ବିକଶିତ କରିବା ପାଇଁ ଜି.ଇ, ଫ୍ରାନ୍ସର ସାଫ୍ରାନ୍ ଏବଂ ବ୍ରିଟେନର ରୋଲ୍ସ-ରଏସ୍ ସହିତ ମଧ୍ୟ ଆଲୋଚନା ଚାଲିଛି। ୨୦୨୮ ସୁଦ୍ଧା ଏହାର ପ୍ରଥମ ପ୍ରୋଟୋଟାଇପ୍ ଆସିବା ନେଇ ଆଶା କରାଯାଉଛି।
Also Readhttps://purvapaksa.com/security-forces-raid-maoist-camp-in-jharkhand-arms-raw-materials-seized/

