ସପ୍ତାହ ଆରମ୍ଭ ସହିତ ସୁନା କ୍ରେତାଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବଜେଟ ସପ୍ତାହ ଆରମ୍ଭରୁ ବୁଲିଅନ ବଜାରରେ ସୁନା ଭରି ପିଛା ମୂଲ୍ୟରେ ରେକର୍ଡ ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଉଚ୍ଚ ସ୍ତରରେ ରହିଥିବା ସୁନା ଦର ଏବେ ଲକ୍ଷେ ତଳକୁ ଖସି ଆସିଥିବାରୁ ଗ୍ରାହକ ଓ ଗହଣା ବ୍ୟବସାୟୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ଦେଖାଯାଇଛି।

୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ଲକ୍ଷେ ତଳକୁ ଖସି ସୋମବାର ୯୫,୯୧୦ ଟଙ୍କାରେ କାରବାର କରିଛି। ଏହା ପୂର୍ବରୁ ସୁନା ଦର ଲଗାତାର ଉଚ୍ଚ ରହିଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ସୁନା କିଣିବା ସମ୍ଭବ ହେଉନଥିଲା। ଏବେ ଏହି ହ୍ରାସକୁ ଗ୍ରାହକମାନେ ସୁଯୋଗ ଭାବେ ଦେଖୁଛନ୍ତି।
ସୋମବାର ଦର ଅନୁଯାୟୀ, ୧୮ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୧,୨୦,୪୫୦ ଟଙ୍କା ରହିଥିବା ବେଳେ ୨୦ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୧,୩୨,୩୪୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଭରି ପିଛା ୧,୪୫,୧୩୦ ଟଙ୍କା ଓ ୨୪ କ୍ୟାରେଟ ସୁନା ଭରି ପିଛା ୧,୪୮,୭୦୦ ଟଙ୍କାରେ ବଜାରରେ କାରବାର କରିଛି।
ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ, ସୋମବାର ୨୨ ଓ ୨୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟରେ ରେକର୍ଡ ହ୍ରାସ ଦେଖାଯାଇଛି। ୨୨ କ୍ୟାରେଟ ସୁନା ଦର ୮,୩୦୦ ଟଙ୍କା କମି ୧,୩୮,୯୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ ସୁନା ଦର ୯,୦୫୦ ଟଙ୍କା ହ୍ରାସ ପାଇ ୧,୫୧,୫୩୦ ଟଙ୍କାରେ କାରବାର କରୁଛି।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦରରେ ଏହି ହ୍ରାସର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଯାଇଛି। ଏଠାରେ ୨୨ କ୍ୟାରେଟ ସୁନା ଭରି ପିଛା ୧,୩୮,୯୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ଭରି ପିଛା ୧,୫୧,୫୩୦ ଟଙ୍କାରେ କାରବାର କରୁଛି।
ବଜାର ବିଶେଷଜ୍ଞମାନଙ୍କ ମତରେ, ଆସନ୍ତା ବଜେଟକୁ ନେଇ ନିବେଶକମାନଙ୍କ ଲାଭ ବୁକିଂ, ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟର ହ୍ରାସ ଏବଂ ଡଲାରର ଚଳଚଞ୍ଚଳତା ଯୋଗୁଁ ଏପରି ଗ୍ରାଫ୍ ତଳକୁ ଖସିଛି।
ଅନ୍ୟପଟେ, ସୁନା କିଣିବା ପୂର୍ବରୁ ଶୁଦ୍ଧତା ଯାଞ୍ଚ କରିବାକୁ ସରକାର ‘BIS Care App’ ଉପଲବ୍ଧ କରାଇଛନ୍ତି। ଏହି ଆପ୍ ମାଧ୍ୟମରେ ଗ୍ରାହକମାନେ ସୁନାର ହଲମାର୍କ ଓ ଶୁଦ୍ଧତା ଯାଞ୍ଚ କରିପାରିବେ, ଏବଂ କୌଣସି ଅନିୟମିତତା ଥିଲେ ସିଧାସଳଖ ଅଭିଯୋଗ ମଧ୍ୟ କରିପାରିବେ। ସୁନା କିଣିବା ପୂର୍ବରୁ ମୂଲ୍ୟ ଓ ଶୁଦ୍ଧତା ଯାଞ୍ଚ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
also read https://purvapaksa.com/lunar-eclipse/
https://purvapaksa.com/lunar-eclipse/


