ଏଥର ଭଲ ମୌସୁମି ପ୍ରବାହ ସହିତ ଉତ୍ତମ ବର୍ଷାର ଯେଉଁ ଆକଳନ କରାଯାଇଥିଲା ଏ ଯାବତ୍ ମୋଟାମୋଟି ତାହା ସନ୍ତୋଷଜନକ ରହିଛି । ଅଗଷ୍ଟ ୧ ତାରିଖ ସୁଦ୍ଧା ମିଳିଥିବା ସରକାରୀ ତଥ୍ୟ ଅନୁସାରେ ସମଗ୍ର ଦେଶ ୯୩.୨୯ ନିୟୁତ ହେକ୍ଟର ସାଧାରଣ ଚାଷଜମିରେ ଖରିଫ ଫସଲ ବୁଣାବୁଣି କାର୍ଯ୍ୟ ଶେଷ ହୋଇଛି । ଏହା ଦେଶର ସାଧାରଣ ଚାଷ ଉପଯୋଗୀ ଜମିର ୮୫ ଶତାଂଶ । ସେଥି ମଧ୍ୟରୁ ଗତବର୍ଷ ଠାରୁ ଅଧିକ ଜମିରେ ଧାନ ଓ ମକା ଚାଷ ହୋଇଥିବାବେଳେ ସୋୟାବିନ୍, ଦିନାବାଦାମ ଓ କପାଚାଷ କମିଛି ।

ଖରିଫ ଧାନଚାଷ ବଢ଼ିବା ଏକ ଭଲ ଲକ୍ଷଣ ନୁହେଁ । ବର୍ଷା ଉପରେ କମ୍ ନିର୍ଭରଶୀଳ ଓ ସଅଳ ଉତ୍ପାଦିତ ହେଉଥିବା ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଏହି ଋତୁରେ ଅଧିକ ଚାଷ ହେବା ଉଚିତ । ଏହା ଫଳରେ ଚାଷୀଙ୍କର ଖର୍ଚ୍ଚ କମ୍ ହେବା ସହିତ ରୋଜଗାର ବଢ଼ନ୍ତା । ଆହୁରି ମଧ୍ୟ ଅଣଧାନ ଅର୍ଥକରୀ ଫସଲ ଉପରେ ସରକାର ଏବେ ଅଧିକ ସଂଗ୍ରହ ମୂଲ୍ୟ ଦେଉଛନ୍ତି । ତେଣୁ ଚାଷୀ ଅଣଧାନ ଚାଷକୁ ନ ଆଦରିବା ନିଶ୍ଚୟ ଏକ ଚିନ୍ତାର ବିଷୟ। ଭାରତ ଡାଲି ଏବଂ ତୈଳବୀଜରେ ଆତ୍ମନିର୍ଭର ନୁହେଁ । ତେଣୁ ଏହି ଚାଷ ଉପରେ ସରକାର ଗୁରୁତ୍ଵ ଦେଉଥିବାବେଳେ ଚାଷୀ ଅନାଗ୍ରହୀ ହେବାର କାରଣ ପଛରେ ସଚେତନତାର ଅଭାବ ଓ କୃଷି ବିଭାଗର ଉଦାସୀନତାର ଆଭାସ ମିଳୁଛି । ଏ ମାସରେ ଯଦି ସ୍ଵାଭାବିକ ବର୍ଷା ନହୁଏ ତେବେ ଖରିଫ ଚାଷ ଦେଶରେ କ୍ଷତିଗ୍ରସ୍ତ ହୋଇପାରେ ।

ଆମ ଓଡ଼ିଶା କଥା ଦେଖିବା । ବିଭିନ୍ନ ଜିଲାରୁ ମିଳିଥିବା ତଥ୍ୟ ଅନୁସାରେ ଏଥର ସଅଳ ମୌସୁମି ସହିତ ଜୁନ ଓ ଜୁଲାଇ ମାସରେ ଭଲ ବର୍ଷା ହେବାରୁ ଚାଷୀ ଆଗୁଆ ଖରିଫ ଚାଷ କରିଥିଲେ। ଏଥର ମଧ୍ୟ ସ୍ଵାଭାବିକ ଭାବେ ଅଧିକ ଜମିରେ ଧାନଚାଷ ହୋଇଛି; ହେଲେ ଅଗଷ୍ଟ ଆରମ୍ଭରୁ ବର୍ଷାର ପରିମାଣ ଯଥେଷ୍ଟ କମିଯାଇଥିବାରୁ ଅନେକ ଜିଲାରେ ରୁଆ ଓ ବେଉଷଣ କାର୍ଯ୍ୟ ହୋଇ ପାରୁନାହିଁ । ଗତ ପାଞ୍ଚ ତାରିଖ ସୁଦ୍ଧ ଓଡ଼ିଶାରେ ସ୍ଵାଭାବିକଠାରୁ ୨ ଶତାଂଶ ଅଧିକ ବର୍ଷା ହୋଇଛି । ତେଣୁ ଯୋଜନାବଦ୍ଧ ଫସଲ ଚାଷ ଅଞ୍ଚଳରେ ୬୦ ଶତାଂଶ ପ୍ରଗତି ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଜୁନ୍ ପହିଲାରୁ ଅଗଷ୍ଟ ୫ ତାରିଖ ସୁଦ୍ଧା ରାଜ୍ୟରେ ୬୨୭୫ ମିମି ବର୍ଷା ହୋଇଛି, ଯାହା ସ୍ଵାଭାବିକଠାରୁ ୧୨ ମିମି ଅଧିକ । ଏହା ସତ୍ତ୍ଵେ ସାତଟି ଜିଲାରେ କମ୍ ବର୍ଷା ହୋଇଥିବାବେଳେ ୪ଟିରେ ଅଧିକ ବର୍ଷିଛି । ଓଡ଼ିଶାରେ ମଧ୍ୟ ଏଥର ଧାନଚାଷ ଅଧିକ ଜମିରେ ହୋଇଛି ଯାହା ଅଧିକ ପାଣି ଲୋଡ଼ିବ ।
ରାଜ୍ୟର ଜଳଭଣ୍ଡାରଗୁଡ଼ିକର ସ୍ଥିତି ମଧ୍ୟ ଏ ଯାଏ ସନ୍ତୋଷଜନକ ସ୍ଥିତିରେ ପହଞ୍ଚିନାହିଁ । ରାଜ୍ୟର ଜଳଭଣ୍ଡାରଗୁଡ଼ିକର ସ୍ଥିତି ମଧ୍ୟ ଏ ଯାଏ ସନ୍ତୋଷଜନକ ସ୍ଥିତିରେ ସନାହିଁ । ତେଣୁ କେନାଲ ପାଣି ଉପରେ ନିର୍ଭରଶୀଳ ନା ନିରାଶରେ ବସିଛନ୍ତି । ସେହିଭଳି ବର୍ଷା ଉପରେ ନିର୍ଭରଶଳ ବ ଜମି ସବୁ ପାଟି ଆଁ କଲଣି । ଏ ସହିତ ସାଇର ଅଭାବ ରାଜ୍ୟର କେତେକ ଅଞ୍ଚଳରେ ଚାଷରେ ବାଧକ ମିଳିଛି । ପ୍ରଚଣ୍ଡ ଖରା ଯୋଗୁଁ ପ୍ରଧାନ ଓ ତଳି ସବୁ ମରିବାକୁ ବସିଲାଣି ଅଗଷ୍ଟ ଦ୍ୱିତୀୟ ସନ୍ତାନ ସୁଦ୍ଧା ସମଗ୍ର ରାଜ୍ୟରେ ଉଲଟି ଯଦି ଚିହୁଏ ତେବେ ଖରିଫ ଚାଷ ବିଶେଷ କ୍ଷତିଗ୍ରସ୍ତ ହେବ । ବଙ୍ଗୋପସାଗରରେ ଅସୁଥିବା ଲଘୁଚାପର ପ୍ରଭାବରେ ଭଲ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହୁଛି, ହେଲେ ଏହା ସମଗ୍ର ରାଜ୍ୟର ଆବଶ୍ୟକତା କେତେ ମାତ୍ରାରେ ପୂରଣ କରିବ ତାହା କହିବା କଥା ଖରିଫ ଚାଷ ପାଇଁ ଅଗଷ୍ଟ ବର୍ଷା ବିଶେଷ ମନ୍ଦର ରଖି, ହେଲେ ପାଗପାଳକ ମଣିଷର ନିୟନ୍ତ୍ରଣ ବାହାରେ । ଅଗଷ୍ଟରେ ଯଦି ସ୍ବାଭାବିକ ବର୍ଷା ନହୁଏ ତେବେ ରାଜ୍ୟ ସରକାରଙ୍କୁ ବିକଳ୍ପ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ପଡ଼ିବ । କୃଷି ବିଭାଗ ଏଥିପାଇଁ ଏବେଠୁ ସକ୍ରିୟ ରହିବା ଆବଶ୍ୟକ ।
ALSO READ https://purvapaksa.com/why-madhuri-dixit-is-this-odia-asmita/
Why Madhuri Dixit? Is this Odia Asmita? ।। କାହିଁକି ମାଧୁରୀ ଦିକ୍ଷୀତ ? ଇଏ କଣ ଓଡ଼ିଆ ଅସ୍ମିତା ?


