ଭାରତୀୟ ନିର୍ବାଚନ ଆୟୋଗ ଭୋଟର ତାଲିକାର ସଠିକତାକୁ ଉନ୍ନତ କରିବା, ମତଦାନ ପ୍ରକ୍ରିୟାକୁ ନାଗରିକମାନଙ୍କ ପାଇଁ ଅଧିକ ସୁବିଧାଜନକ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ (CEC) ଜ୍ଞାନେଶ କୁମାରଙ୍କ ଦ୍ୱାରା ଚଳିତ ବର୍ଷ ମାର୍ଚ୍ଚ ମାସରେ ନିର୍ବାଚନ ଅଧିକାରୀ ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ଉପସ୍ଥିତିରେ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ସମ୍ମିଳନୀରେ ପରିକଳ୍ପିତ ହୋଇଥିଲା।
ନିର୍ବାଚନ ଆୟୋଗ ଏବେ ଭୋଟର ପଞ୍ଜୀକରଣ ନିୟମର ନିୟମ ୯, ୧୯୬୦ ଏବଂ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଆଇନ, ୧୯୬୯ ଧାରା ୩(୫)(ଖ) (୨୦୨୩ ରେ ସଂଶୋଧିତ) ଅନୁଯାୟୀ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ଠାରୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ମୃତ୍ୟୁ ପଞ୍ଜୀକରଣର ତଥ୍ୟ ପ୍ରାପ୍ତ କରିବେ। ଏହା ନିଶ୍ଚିତ କରିବ ଯେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (EROs) ମାନେ ପଞ୍ଜୀକୃତ ମୃତ୍ୟୁ ବିଷୟରେ ସମୟାନୁସାରେ ସୂଚନା ପାଇବେ। ଏହା ମଧ୍ୟ ନିଶ୍ଚିତ ହେବ ଯେ ବୁଥ୍ ସ୍ତରୀୟ ଅଧିକାରୀମାନେ (BLOs) ଫର୍ମ ୭ ଅନୁଯାୟୀ ଆନୁଷ୍ଠାନିକ ଅନୁରୋଧ ପାଇଁ ଅପେକ୍ଷା ନକରି କ୍ଷେତ୍ର ପରିଦର୍ଶନ କରି ମଧ୍ୟ ସୂଚନା ପୁନଃଯାଞ୍ଚ କରିପାରିବେ।
ଭୋଟର ସୂଚନା ସ୍ଲିପ୍ (VIS)କୁ ଅଧିକ ଅନୁକୂଳ କରିବା ପାଇଁ, ନିର୍ବାଚନ ଆୟୋଗ ଏହାର ଢାଞ୍ଚା ପରିବର୍ତ୍ତନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏବେ ଭୋଟରଙ୍କ କ୍ରମିକ ସଂଖ୍ୟା ଏବଂ ଭାଗ ସଂଖ୍ୟା ଅଧିକ ସ୍ପଷ୍ଟ ଭାବରେ ପ୍ରଦର୍ଶିତ ହେବ, ଅକ୍ଷରର ଆକାର ବୃଦ୍ଧି କରାଯିବ, ଯାହା ଫଳରେ ଭୋଟରମାନେ ସେମାନଙ୍କର ମତଦାନ କେନ୍ଦ୍ରକୁ ସହଜରେ ଚିହ୍ନି ପାରିବେ ଏବଂ ମତଦାନ ଅଧିକାରୀ ଦକ୍ଷତାର ସହ ଭୋଟର ତାଲିକାରେ ସେମାନଙ୍କ ନାମ ଚିହ୍ନଟ କରିପାରିବେ ।
ନିର୍ବାଚନ ଆୟୋଗ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୧୩ବି(୨) ଅନୁଯାୟୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ (EROs) ଦ୍ୱାରା ନିଯୁକ୍ତ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ (BLO) ମାନକ ଫଟୋ ପରିଚୟପତ୍ର ପ୍ରଦାନ କରାଯିବ ଯାହାଦ୍ୱାରା ନାଗରିକମାନେ ଭୋଟର ଯାଞ୍ଚ ଏବଂ ପଞ୍ଜୀକରଣ ଅଭିଯାନ ସମୟରେ BLOମାନଙ୍କୁ ଚିହ୍ନିପାରିବେ ଏବଂ ସେମାନଙ୍କ ସହିତ ଆତ୍ମବିଶ୍ୱାସର ସହିତ ଯୋଗାଯୋଗ କରିପାରିବେ। ନିର୍ବାଚନ ସମ୍ବନ୍ଧୀୟ କର୍ତ୍ତବ୍ୟ ପାଳନ କରିବା ବେଳେ ଭୋଟର ଏବଂ ନିର୍ବାଚନ ଆୟୋଗ ମଧ୍ୟରେ ପ୍ରଥମ ସଂଯୋଗ ହେଉଛି ଘରରୁ ଘର ପରିଦର୍ଶନ, ସେହି ସମୟରେ BLO ମାନଙ୍କୁ ସାଧାରଣ ଲୋକମାନେ ଅତି ସହଜରେ ଚିହ୍ନି ପାରୁଛନ୍ତି ବୋଲି ଏହା ଅତି ଗୁରୁତ୍ୱପୂର୍ଣ୍ଣ କଥା।
ଓଡ଼ିଶାର ‘ବିଶ୍ୱର ସର୍ବବୃହତ ସ୍ୱଦେଶୀ ବିଦ୍ୟାଳୟ ‘ଏକ ଜେଲ୍’; ‘ଆମେ ସମସ୍ତେ ମାଙ୍କଡ଼’: ଆଦିବାସୀ ଛାତ୍ର