ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ପୂର୍ବରୁ ଟିଏମସି ଠାରୁ ଆରମ୍ଭ କରି ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ଏଆଇଏମଆଇଏମ୍ ଭଳି ଦଳଗୁଡ଼ିକ ସବୁବେଳେ ଗୋଟିଏ କଥା କହୁଥିଲେ— ଯେ ପଶ୍ଚିମବଙ୍ଗରେ କୌଣସି ଅନୁପ୍ରବେଶକାରୀ ବା ବାଂଲାଦେଶୀ ନାହାନ୍ତି। ମମତା ଦିଦି ତ ସଫା ସଫା କହିଦେଇଥିଲେ ଯେ, ସେ ଥାଉ ଥାଉ ବଙ୍ଗଳାରେ କୌଣସି ଡିଟେନସନ ସେଣ୍ଟର ବା ହୋଲ୍ଡିଂ ସେଣ୍ଟର ଗଠନ ହେବାକୁ ଦେବେ ନାହିଁ। କିନ୍ତୁ ଆଜି ପଶ୍ଚିମବଙ୍ଗରୁ ଯେଉଁ ବଡ଼ ଖବର ସାମ୍ନାକୁ ଆସିଛି, ତାହା ସାରା ଦେଶରେ ହଲଚଲ ସୃଷ୍ଟି କରିଛି।
ପଶ୍ଚିମବଙ୍ଗରେ ବିଜେପିର ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବେଆଇନ ଅନୁପ୍ରବେଶକାରୀଙ୍କ ବିରୋଧରେ ଏକ ବଡ଼ ଏବଂ କଠୋର ଅଭିଯାନ ଆରମ୍ଭ କରିଦେଇଛନ୍ତି। ସରକାରଙ୍କର ଗୋଟିଏ ନୀତି— “ଡିଟେକ୍ଟ, ଡିଟେନ୍ ଏବଂ ଡିପୋର୍ଟ” (Detect, Detain, Deport) ଅର୍ଥାତ୍ ପ୍ରଥମେ ଚିହ୍ନଟ କର, ତା’ପରେ ହେପାଜତକୁ ନିଅ ଏବଂ ସିଧା ଦେଶରୁ ବାହାର କରିଦିଅ। ଶୁଭେନ୍ଦୁ ସରକାରଙ୍କ ଏହି କଡ଼ା ଆକ୍ସନ ପରେ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ମାହୋଲ ସୃଷ୍ଟି ହୋଇଛି ଏବଂ ସୀମାରେ ସେମାନେ ନିଜ ଜୀବନ ବିକଳରେ ବାଂଲାଦେଶ ଆଡ଼କୁ ପଳାୟନ କରୁଥିବାର ଚିତ୍ର ସାମ୍ନାକୁ ଆସୁଛି।
ଆଜି ଆମେ ଆଲୋଚନା କରିବା ଯେ, ଶୁଭେନ୍ଦୁ ସରକାରଙ୍କ ଏହି ନୂଆ ନିୟମ କଣ? “କୋର୍ଟ ନୁହେଁ, ସିଧା ଡିପୋର୍ଟ” ର ଅସଲ କାହାଣୀ କଣ? ଏବଂ କେନ୍ଦ୍ର ସରକାରଙ୍କ ନୂଆ କାନୁନ ଜରିଆରେ କେମିତି ସୀମାଞ୍ଚଳର ଜନସାଂଖ୍ୟିକ ଅସନ୍ତୁଳନ ବା ଡେମୋଗ୍ରାଫିକ୍ ଚେଞ୍ଜ୍କୁ ରୋକିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।
ବର୍ତ୍ତମାନର ସବୁଠାରୁ ବଡ଼ ଗ୍ରାଉଣ୍ଡ ରିପୋର୍ଟ ହେଉଛି— ପଶ୍ଚିମବଙ୍ଗର ମାଲଦା ଠାରେ ଶୁଭେନ୍ଦୁ ସରକାର ପ୍ରଥମ ‘ହୋଲ୍ଡିଂ ସେଣ୍ଟର’ (Holding Center) ନିର୍ମାଣ କରିସାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ଜଣ ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସେହି ସେଣ୍ଟରରେ କଡ଼ା
ନଜରଦାରୀରେ ରଖାଯାଇଛି। ସରକାର କିମ୍ବା ପ୍ରଶାସନ ଏବେ ଖୋଲାଖୋଲି ଭାବେ ‘ଡିଟେନସନ ସେଣ୍ଟର’ ଶବ୍ଦ ବ୍ୟବହାର କରୁନାହାନ୍ତି, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ହୋଇଚୈଇ ଆରମ୍ଭ କରିଦେଲେଣି। ବିରୋଧୀଙ୍କ କହିବା କଥା ହେଉଛି ଯେମିତି ଉତ୍ତରପ୍ରଦେଶରେ ହୋଇଥିଲା, ଠିକ୍ ସେମିତି ଏବେ ବଙ୍ଗଳାରେ ମଧ୍ୟ ଡିଟେନସନ ସେଣ୍ଟରର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଏହି ସମଗ୍ର ଅଭିଯାନ ଉପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ଅତ୍ୟନ୍ତ କଡ଼ା ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, “ଯେଉଁମାନେ ବେଆଇନ ଭାବେ ଭାରତୀୟ ସୀମା ଭିତରକୁ ପଶି ଆସିଛନ୍ତି, ସେମାନଙ୍କର ତୁରନ୍ତ ସତ୍ୟାପନ ବା ଭେରିଫିକେସନ କରାଯାଉ। ସେମାନଙ୍କୁ ଜେଲରେ ରଖି ଭାରତୀୟ ଟ୍ୟାକ୍ସପେୟରଙ୍କ ପଇସାରେ ଖାଇବା, ପିଇବା, କପଡ଼ା କିମ୍ବା ମେଡିସିନ ଦେଇ ଜ୍ୱାଇଁପୁଅ (ଦାମାଦ) କରି ରଖିବାର କୌଣସି ଆବଶ୍ୟକତା ନାହିଁ। ସେମାନଙ୍କୁ ଯଥାଶୀଘ୍ର ନିଜ ଦେଶକୁ ତଡ଼ି ଦିଆଯାଉ।”
ତେବେ ଏହି ସମଗ୍ର ବିବାଦ ଏବଂ ଚର୍ଚ୍ଚାର ସବୁଠାରୁ ବଡ଼ କାରଣ ହେଉଛି ଶୁଭେନ୍ଦୁ ଅଧିକାରୀଙ୍କ ନୂଆ ନିର୍ଦ୍ଦେଶ। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଅନୁପ୍ରବେଶକାରୀଙ୍କୁ ଧରିବା ପରେ କୋର୍ଟକୁ ପଠାଇବା ପରିବର୍ତ୍ତେ ସିଧାସଳଖ ବିଏସଏଫ (BSF) କୁ ହସ୍ତାନ୍ତର କରି ଡିପୋର୍ଟ କରାଯାଉ।
ଆପଣମାନଙ୍କୁ ଜଣାଇଦେବାକୁ ଚାହିଁବି ଯେ, ପୂର୍ବରୁ ଯଦି କୌଣସି ବିଦେଶୀ ନାଗରିକ ବେଆଇନ ଭାବେ ବିନା କାଗଜପତ୍ରରେ ଭାରତ ଭିତରେ ମିଳୁଥିଲେ, ତେବେ ସେମାନଙ୍କୁ ‘ଫରେନର୍ସ ଆକ୍ଟ ୧୯୬’ (Foreigners Act 1946) ର ଧାରା ୧୪-ଏ ଅନୁଯାୟୀ ଗିରଫ କରାଯାଉଥିଲା। ତା’ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଉଥିଲା, ବର୍ଷ ବର୍ଷ ଧରି ମାମଲା ଚାଲୁଥିଲା ଏବଂ କୋର୍ଟ ନିଷ୍ପତ୍ତି ନେଉଥିଲେ ଯେ ସେ ବେଆଇନ ନା ବୈଧ।
ଏହି ପ୍ରକ୍ରିୟା ମଧ୍ୟରେ ଅନୁପ୍ରବେଶକାରୀମାନେ ବର୍ଷ ବର୍ଷ ଧରି ଭାରତରେ ରହି ସରକାରୀ ଖର୍ଚ୍ଚରେ ଖାଉଥିଲେ।
କିନ୍ତୁ ଏବେ ଶୁଭେନ୍ଦୁ ସରକାର କେନ୍ଦ୍ର ସରକାରଙ୍କ ଦ୍ୱାରା ଅପ୍ରେଲ ୨୦୨୫ ମସିହାରେ ସଂସଦରେ ପାସ ହୋଇଥିବା ନୂଆ ‘ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ ୨୦୨୫’ (Immigration and Foreigners Act 2025) ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ନୂଆ କାନୁନ ଅନୁଯାୟୀ, ପୋଲିସକୁ ବିନା ୱାରେଣ୍ଟରେ ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କୁ ଗିରଫ କରିବାର ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଛି। ସେମାନଙ୍କୁ ଚିହ୍ନଟ କରି, ଅଟକ ରଖି, ସିଧାସଳଖ ସୀମାରୁ ବାହାର କରିବା ପାଇଁ ଏହି ନୂଆ ବ୍ୟବସ୍ଥା କରାଯାଇଛି, ଯାହା ପୁରୁଣା ଏବଂ ଲମ୍ବା ଆଇନଗତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସମାପ୍ତ କରିଦେଇଛି।
ବର୍ତ୍ତମାନ ଏହି ସମଗ୍ର ପ୍ରକ୍ରିୟାରେ ଦ୍ୱିତୀୟ ସବୁଠାରୁ ବଡ଼ ପେଞ୍ଚ ବା ରାଜନୈତିକ ବିବାଦ ସେତେବେଳେ ଆସୁଛି, ଯେତେବେଳେ ଏଥିରେ ସିଏଏ (CAA) ର ଏଣ୍ଟ୍ରି ହେଉଛି। କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ବା ସିଏଏ ର କଟ୍-ଅଫ୍ ତାରିଖକୁ ବଢ଼ାଇ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ କରିଦେଇଛନ୍ତି।
ଏହାର ଅର୍ଥ ହେଉଛି— ଯଦି ସୀମାଞ୍ଚଳରେ କୌଣସି ସନ୍ଦିଗ୍ଧ ଅନୁପ୍ରବେଶକାରୀ ଧରାପଡ଼ନ୍ତି ଏବଂ ସେ ୩୧ ଡିସେମ୍ବର ୨୦୨୪ ପୂର୍ବରୁ ଭାରତକୁ ଆସିଛନ୍ତି, ଏବଂ ସେ ଯଦି ଅଣ-ମୁସଲିମ୍ ଅର୍ଥାତ୍ ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାର୍ସୀ କିମ୍ବା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଇଥାନ୍ତି, ତେବେ ସେମାନଙ୍କୁ ସିଏଏ ଅଧୀନରେ ଭାରତୀୟ ନାଗରିକତା ମିଳିଯିବ। କିନ୍ତୁ ସେ ଯଦି ମୁସଲିମ୍ ସମ୍ପ୍ରଦାୟର ହୋଇଥାନ୍ତି ଏବଂ ବେଆଇନ ଭାବେ ଅନୁପ୍ରବେଶ କରିଛନ୍ତି, ତେବେ ସେ ୨୦୨୪ ପୂର୍ବରୁ ଆସିଥିଲେ ମଧ୍ୟ ତାଙ୍କୁ ଚିହ୍ନଟ କରାଯାଇ ଦେଶରୁ ବାହାର କରାଯିବ। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଯେ ସରକାର ଧର୍ମ ଆଧାରରେ ଏହି ବ୍ୟବସ୍ଥା କରୁଛନ୍ତି, କିନ୍ତୁ ବିଜେପି ଏହାକୁ ପଡ଼ୋଶୀ ଦେଶରେ ଧାର୍ମିକ ପ୍ରତାଡ଼ନାର ଶିକାର ହୋଇ ଆସିଥିବା ଶରଣାର୍ଥୀଙ୍କ ପ୍ରତି ଭାରତର ସଭ୍ୟତାଗତ ଦାୟିତ୍ୱ ବୋଲି କହୁଛି।
ଖାଲି ସେତିକି ନୁହେଁ ବନ୍ଧୁଗଣ, ଏହି ବିବାଦ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଆଉ ଏକ ବିରାଟ ପଦକ୍ଷେପ ନିଆଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ଏକ ହାଇ-ଲେଭଲ୍ କମିଟିର ଘୋଷଣା କରିଛନ୍ତି, ଯାହାର ନାଁ ହେଉଛି— ‘ହାଇ ଲେଭଲ୍ କମିଟି ଅନ୍ ଡେମୋଗ୍ରାଫିକ୍ ଚେଞ୍ଜ’ (High Level Committee on Demographic Change)। ଅବସରପ୍ରାପ୍ତ ଜଷ୍ଟିସ ପ୍ରକାଶ ପ୍ରଭାକରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି।
ଆପଣମାନେ ଜାଣିଥିବେ, ବେଆଇନ ଅନୁପ୍ରବେଶ ଯୋଗୁଁ ବିଶେଷ କରି ସୀମାନ୍ତ ଜିଲ୍ଲାଗୁଡ଼ିକରେ ବହୁତ ବଡ଼ ଜନସାଂଖ୍ୟିକ ଅସନ୍ତୁଳନ ସୃଷ୍ଟି ହେଉଛି। ସେଠାରେ ଡେମୋଗ୍ରାଫି ସମ୍ପୂର୍ଣ୍ଣ ବଦଳିଯାଉଛି, ଜନସଂଖ୍ୟାର ଅନୁପାତ ବିଗିଡ଼ି ଯାଉଛି ଏବଂ ହଠାତ୍ ଅନେକ ବେଆଇନ କାର୍ଯ୍ୟକଳାପ ବଢ଼ିଯାଉଛି। କେନ୍ଦ୍ର ସରକାର ଏବେ ଏହି ଜନସାଂଖ୍ୟିକ ଅସନ୍ତୁଳନକୁ ବ୍ୟାଲେନ୍ସ କରିବା ପାଇଁ ଏବଂ ଅନୁପ୍ରବେଶର ମୂଳୋତ୍ପାଟନ କରିବା ପାଇଁ ଏହି ଉଚ୍ଚସ୍ତରୀୟ କମିଟି ଜରିଆରେ କଡ଼ା ନଜର ରଖିଛନ୍ତି। ବିଜେପିର ଦାବି ଅନୁଯାୟୀ ଆଗାମୀ ଦିନରେ ପ୍ରାୟ ଦେଢ଼ କୋଟି ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିବାର ଏକ ବଡ଼ ଲକ୍ଷ୍ୟ ରଖାଯାଇଛି।
ଏହି ସମଗ୍ର ଘଟଣା ପ୍ରମାଣ କରୁଛି ଯେ ଦେଶର ସୁରକ୍ଷା ଏବଂ ସୀମାନ୍ତ ଅଞ୍ଚଳର ଜନସଂଖ୍ୟାକୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନର ବ୍ୟବସ୍ଥା କେତେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଦିନେ ଯେଉଁ ଅନୁପ୍ରବେଶକାରୀମାନଙ୍କୁ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସୁରକ୍ଷା ଦିଆଯାଉଥିଲା, ଆଜି କଡ଼ା କାନୁନ ଏବଂ ଇଚ୍ଛାଶକ୍ତି ଯୋଗୁଁ ସେମାନେ ନିଜେ ସୀମା ପାର୍ ହୋଇ ପଳାଇବାକୁ ବାଧ୍ୟ ହେଉଛନ୍ତି।
AlsoRead; https://purvapaksa.com/how-will-russia-repay-indias-old-debt/
କେମିତି ରୁଷିଆ ଶୁଝିବ ଭାରତର ପୁରୁଣା ଋଣ? || How will Russia repay India’s old debt?


