ଆମେ ସମସ୍ତେ ଜାଣୁ କାଶ୍ମୀର ଭାରତର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ। କିନ୍ତୁ ଆପଣ ଜାଣନ୍ତି କି, ଆଜିର ଦିନରେ ପଶ୍ଚିମବଙ୍ଗରେ ଗୋଟିଏ ନିର୍ବାଚନ କରାଇବା, କାଶ୍ମୀରରୁ ଧାରା ୩୭୦ (Article 370) ହଟାଇବା ଠାରୁ ବି ଅଧିକ କଷ୍ଟକର ହୋଇପଡ଼ିଛି?
ଏହା କୌଣସି ରାଜନୈତିକ ଦଳର ଅଭିଯୋଗ ନୁହେଁ, ବରଂ ଭାରତୀୟ ନିର୍ବାଚନ କମିଶନଙ୍କ ନିଜସ୍ୱ ତଥ୍ୟ ଏହି ଭୟଙ୍କର ସତ୍ୟକୁ ପଦାରେ ପକାଇଛି। ଆଜି ଆମେ ପରିସଂଖ୍ୟାନର ଏମିତି ଏକ ବିଶ୍ଳେଷଣ କରିବା, ଯାହା ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଟିକେ ପଛକୁ ଫେରି ଚାହାନ୍ତୁ। ୫ ଅଗଷ୍ଟ ୨୦୧୯, ଯେତେବେଳେ କାଶ୍ମୀରରୁ ଆର୍ଟିକିଲ୍ ୩୭୦ ହଟାଗଲା, ସେତେବେଳେ ପୁରା କାଶ୍ମୀର ଉପତ୍ୟକାରେ ଲକଡାଉନ୍ ଥିଲା, ଇଣ୍ଟରନେଟ୍ ବନ୍ଦ ଥିଲା। ସେହି ସମୟରେ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରାୟ ୫୦୦ ରୁ ୬୮୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ (CAPF) ମୁତୟନ କରିଥିଲେ। ଅର୍ଥାତ୍ ପ୍ରାୟ ୫୦,୦୦୦ ରୁ ୯୦,୦୦୦ ଜବାନ।
କିନ୍ତୁ ଆଜି ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନରେ କ’ଣ ହେଉଛି? ନିର୍ବାଚନ କମିଶନ କେବଳ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ୨୪୫୦ କମ୍ପାନୀ ଫୋର୍ସ ମୁତୟନ କରିଛନ୍ତି! ଗୋଟି କମ୍ପାନୀରେ ୧୩୫ଜଣ ଜବାନ ଅଛନ୍ତି ଏହାର ଅର୍ଥ ହେଲା ବଙ୍ଗଳା ନିର୍ବାଚନରେ ୩ଲକ୍ଷ ୩୦ହଜାର ୭୫୦ ଜଣ ଜବାନ ନିୟୋଜିତ ହୋଇଛନ୍ତି।
କାଶ୍ମୀରକୁ ନିୟନ୍ତ୍ରଣ କରିବା ପାଇଁ ଯେତିକି ଫୋର୍ସ ଦରକାର ପଡିଥିଲା, ମମତା ବାନାର୍ଜୀଙ୍କ ବଙ୍ଗଳାରେ କେବଳ ଭୋଟ୍ ଗ୍ରହଣ ପାଇଁ ତା’ଠାରୁ ୩ ରୁ ୫ ଗୁଣା ଅଧିକ ଫୋର୍ସର ଆବଶ୍ୟକତା ପଡୁଛି। ଏହା କ’ଣ ବଙ୍ଗଳାର ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ?
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର କଥା ଯଦି କହିବା, ତେବେ ୧୪୨ଟି ଆସନରେ ଭୋଟିଂ ପାଇଁ ୨୩୪୩ କମ୍ପାନୀ ଫୋର୍ସ ଲଗାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କେଉଁଠି କେତେ ଫୋର୍ସ ଅଛନ୍ତି:
- କୋଲକାତା: ୨୭୪ କମ୍ପାନୀ
- ପୂର୍ବ ବର୍ଦ୍ଧମାନ: ୨୬୩ କମ୍ପାନୀ
- ହୁଗୁଳି (ଗ୍ରାମାଞ୍ଚଳ): ୨୩୬ କମ୍ପାନୀ
- ଡାଇମଣ୍ଡ ହାରବର୍: ୧୩୭ କମ୍ପାନୀ
ଏହି ସଂଖ୍ୟାକୁ ମିଶାଇଲେ ୯୦୦ କମ୍ପାନୀ ଆଉ ଜବାନଙ୍କ ସଂଖ୍ୟା ୧ଲକ୍ଷ ୨୧ ହଜାର ୫୦୦। ଏହି ସଂଖ୍ୟା ଗୁଡ଼ିକ କୌଣସି ସାଧାରଣ ଡିପ୍ଲୟମେଣ୍ଟ ନୁହେଁ, ବରଂ ଏହା ଏକ ରେକର୍ଡ।
ବଙ୍ଗଳାରେ କ’ଣ ପରିବର୍ତ୍ତନ ହେଲା ଯେ ଏତେ ଫୋର୍ସ ଦରକାର ପଡ଼ିଲା?
• ୨୦୧୧ ରେ ଯେତେବେଳେ ମମତା ବାନାର୍ଜୀ ପ୍ରଥମ ଥର ଜିତିଲେ, ସେତେବେଳେ ମାତ୍ର ୮୨୫ କମ୍ପାନୀ ଫୋର୍ସ ଥିଲେ।
• ୨୦୨୧ ନିର୍ବାଚନରେ ଏହି ସଂଖ୍ୟା ବଢି ୧୦୭୧ କମ୍ପାନୀ ହେଲା।
• କିନ୍ତୁ ୨୦୨୬ ରେ ଏହା ସିଧାସଳଖ ୨୪୫୦ କମ୍ପାନୀରେ ପହଞ୍ଚିଛି।
ଅର୍ଥାତ୍ ୨୦୨୧ ତୁଳନାରେ ପାଖାପାଖି ୨.୩ ଗୁଣା ଅଧିକ। ଶାସନରେ ସେହି ତୃଣମୂଳ କଂଗ୍ରେସ ଅଛି, ପୋଲିସ ବ୍ୟବସ୍ଥା ସେଇଆ ଅଛି, କିନ୍ତୁ ସୁରକ୍ଷା ବଳର ଆବଶ୍ୟକତା କାହିଁକି ବଢୁଛି? ଏହାର ଉତ୍ତର ହେଉଛି – ନିର୍ବାଚନ ପରବର୍ତ୍ତୀ ହିଂସା। ୨୦୨୧ ପରେ ଯେଉଁଭଳି ଭାବେ ବଙ୍ଗଳାରେ ହିଂସା ଦେଖିବାକୁ ମିଳିଲା, ତାହା ନିର୍ବାଚନ କମିଶନଙ୍କୁ ଏହି ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି।
ଏବେ ସବୁଠାରୁ ବଡ଼ ତୁଳନାଟିକୁ ଦେଖନ୍ତୁ। କାଶ୍ମୀରରେ LOC ଅଛି, ସୀମା ଆରପଟୁ ଆତଙ୍କବାଦୀଙ୍କ ଭୟ ଅଛି, ୩୫ ବର୍ଷର ବିଦ୍ରୋହର ଇତିହାସ ଅଛି। ୨୦୨୪ କାଶ୍ମୀର ବିଧାନସଭା ନିର୍ବାଚନରେ ମାତ୍ର ୯୦୦ କମ୍ପାନୀ ଫୋର୍ସ ମୁତୟନ ହୋଇଥିଲେ।
କିନ୍ତୁ ବଙ୍ଗଳାରେ, ଯେଉଁଠି କୌଣସି LOC ନାହିଁ, କୌଣସି ସଶସ୍ତ୍ର ବିଦ୍ରୋହ ନାହିଁ, ସେଠାରେ ନିର୍ବାଚନ ପାଇଁ ୨୪୫୦ କମ୍ପାନୀ ଫୋର୍ସ ଲାଗୁଛି। ଅର୍ଥାତ୍ କାଶ୍ମୀର ଠାରୁ ପ୍ରାୟ ୩ ଗୁଣା ଅଧିକ!
ଏହା କ’ଣ ପ୍ରମାଣ କରୁଛି? ଏହା ପ୍ରମାଣ କରୁଛି ଯେ ବଙ୍ଗଳାରେ ରାଜନୈତିକ ହିଂସା ଏତେ ମାତ୍ରାରେ ବଢ଼ିଯାଇଛି ଯେ ସାଧାରଣ ନାଗରିକଙ୍କୁ ଭୋଟ୍ ଦେବାକୁ ପଠାଇବା ପାଇଁ ସେନା ଭଳି ସୁରକ୍ଷା ବଳର ସାହାରା ନେବାକୁ ପଡୁଛି।
ଏହି ପରିସଂଖ୍ୟାନ କୌଣସି ସାଧାରଣ ନମ୍ବର ନୁହେଁ। ଏହା ପଶ୍ଚିମବଙ୍ଗର ୧୫ ବର୍ଷର ଶାସନ ଉପରେ ଏକ ଏମିତି ପ୍ରମାଣପତ୍ର, ଯାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଯେଉଁଠି ଗଣତନ୍ତ୍ରର ମୂଳଦୁଆ ହେଉଛି “ମତଦାନ”, ସେଠାରେ ଶାନ୍ତିର ସହ ମତଦାନ କରିବା ଯଦି ଆର୍ଟିକିଲ୍ ୩୭୦ ହଟାଇବାଠାରୁ ବି କଷ୍ଟକର ହୋଇଯାଏ, ତେବେ ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ ଆମେ କେଉଁ ଦିଗକୁ ଯାଉଛୁ?
ଆଜି ବଙ୍ଗଳାର ଜନତା ନିଜର ଭୋଟ୍ ମାଧ୍ୟମରେ ଏହାର ଜବାବ ଦେଉଛନ୍ତି। ନିର୍ବାଚନ କମିଶନ ନିଜର ଫାଇଲ୍ରେ ସ୍ପଷ୍ଟ କରିସାରିଛନ୍ତି ଯେ ବଙ୍ଗଳା ଏବେ ଦେଶର ସବୁଠାରୁ ଚ୍ୟାଲେଞ୍ଜିଂ ନିର୍ବାଚନ କ୍ଷେତ୍ର।
https://purvapaksa.com/summer-heat-wave-chance-of-thunderstorms-with-kalabaisakhi-rain/


