“ହିନ୍ଦୁମାନଙ୍କ ଅନ୍ତିମ ସଂସ୍କାର ପାଇଁ କାଠ କମିଯିବ… ସିନ୍ଧୁ ନଦୀରେ ପାଣି ନୁହେଁ, ରକ୍ତ ବହିବ… ଯଦି ତୁମେ ଆମ ପାଣି ରୋକିବ, ଆମେ ତୁମ ନିଶ୍ୱାସ ରୋକିଦେବୁ!”
ଏହି ସବୁ ବଡ଼ ବଡ଼ ଡାଏଲଗ୍ ଆମେ ବର୍ଷ ବର୍ଷ ଧରି ପାକିସ୍ତାନର ନେତା, ମନ୍ତ୍ରୀ ଏବଂ ସେଠାକାର ସେନା ଅଧିକାରୀଙ୍କ ମୁହଁରୁ ଶୁଣି ଆସିଛୁ। ପାକିସ୍ତାନ ସବୁବେଳେ ଭାରତକୁ ଏମିତି ଧମକ ଦେଇ ଆସିଛି। କିନ୍ତୁ ଆଜି ସ୍ଥିତି ବଦଳିଯାଇଛି। ଆଜି ସେହି ପାକିସ୍ତାନ ଭୟରେ ଥରୁଛି। ତାର ଗର୍ଜନ ଏବେ କାନ୍ଦଣାରେ ପରିଣତ ହୋଇଛି। କାରଣ ଭାରତ ଏବେ ପାକିସ୍ତାନକୁ ସାବାଡ଼ କରିବା ପାଇଁ ନିଜର ଆଭିମୁଖ୍ୟ ବଦଳାଇ ଦେଇଛି। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପର ଜବାବରେ ଭାରତ ସିନ୍ଧୁ ଜଳ ଚୁକ୍ତି (Indus Water Treaty) କୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି, ଯାହା ପରେ ପାକିସ୍ତାନ ଭିତରେ କାନ୍ଦବୋବାଳି ସୃଷ୍ଟି ହୋଇଛି।
ଅବସ୍ଥା ଏମିତି ହୋଇଛି ଯେ ପାକିସ୍ତାନର ବଡ଼ ବଡ଼ ନେତା ଏବେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେବା ଆରମ୍ଭ କଲେଣି। କେହି କହୁଛି ଭାରତର ହାତ କାଟିଦେବୁ, ତ କେହି କହୁଛି ଆମେ ଯୁଦ୍ଧ କରିବୁ। କିନ୍ତୁ ଅସଲ କଥା ହେଉଛି, ପାକିସ୍ତାନ ଭିତରେ ଏବେ ଟୋପାଏ ପାଣି ପାଇଁ ହାହାକାର ଦେଖାଦେଇଛି। ଆଜି ଆମେ ସମ୍ପୂର୍ଣ୍ଣ ଆଲୋଚନା କରିବା ଯେ, କେମିତି ଭାରତ ପାକିସ୍ତାନର ପାଣି ବନ୍ଦ କରିଦେଇଛି, କେମିତି ପାକିସ୍ତାନ ନିଜ ଭିତରେ ଲଢ଼େଇ କରୁଛି ଏବଂ ସବୁଠୁ ବଡ଼ କଥା—ଭାରତ ଭିତରେ ରହି ପାକିସ୍ତାନ ପାଇଁ କେଉଁ ନେତା ଓକିଲାତି କରୁଛନ୍ତି।
ନିକଟରେ ପାକିସ୍ତାନର ରାଜଧାନୀ ଇସଲାମାବାଦ୍ରେ ଏକ ବଡ଼ ପ୍ରେସ୍ କନଫରେନ୍ସ କରାଯାଇଛି। ଏହି ପ୍ରେସ୍ କନଫରେନ୍ସରେ ପାକିସ୍ତାନର ଦୁଇଜଣ ପ୍ରଭାବଶାଳୀ ମନ୍ତ୍ରୀ—ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରଡ଼ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ୍ ମଲିକ୍ ଭାରତ ବିରୋଧରେ ଖୋଲାଖୋଲି ବିଷ ଓଗାଳିଛନ୍ତି। ମୁସାଦିକ୍ ମଲିକ୍ ତ ଏମିତି କହିଛନ୍ତି ଯେ, “ଯେଉଁମାନେ ଇସଲାମାବାଦ୍ର ପାଣି ଉପରେ ନିଜର ଦାବି ସାବ୍ୟସ୍ତ କରିବାକୁ ଚେଷ୍ଟା କରିବେ, ଆମେ ସେହି ହାତଗୁଡ଼ିକୁ କାଟିଦେବୁ”।
ପାକିସ୍ତାନୀ ମନ୍ତ୍ରୀମାନେ ବୋଧହୁଏ କୌଣସି ପୁରୁଣା “ମୌଲା ଜଟ୍” ଫିଲ୍ମର ଡାଏଲଗ୍ ମାରୁଛନ୍ତି। ସେମାନେ କହୁଛନ୍ତି ହାତ କାଟିଦେବୁ, ନିଶ୍ୱାସ ରୋକିଦେବୁ…
ଆରେ ଭାଇ! ତୁମର ଯଦି ଏତେ ଔକାତ୍ ଅଛି, ତେବେ କରିକି ଦେଖାଅ ନା! କେହି ତୁମକୁ ମନା କରିନାହିଁ। ଅସଲ କଥା ହେଉଛି, ଭାରତ ଗତ ଏକ ବର୍ଷରୁ ଅଧିକ ସମୟ ହେବ ସିନ୍ଧୁ ଜଳ ଚୁକ୍ତିକୁ ଗୋଟିଏ ପ୍ରକାର ନିଷ୍କ୍ରିୟ କରି ରଖିଛି। ପାକିସ୍ତାନକୁ ଯାଉଥିବା ପାଣିର ପରିମାଣ ବହୁତ କମିଯାଇଛି। ପାକିସ୍ତାନ ଏବେ ଛଟପଟ ହେଉଛି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ମଧ୍ୟ କିଛି ଦିନ ତଳେ ଧମକ ଦେଇଥିଲେ ଯେ, ଯଦି ପାକିସ୍ତାନର ଜଳ ସୁରକ୍ଷା ପ୍ରତି କୌଣସି ବିପଦ ଆସେ, ତେବେ ପାକିସ୍ତାନ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଅର୍ଥାତ୍ ଯୁଦ୍ଧ କରିବ। କିନ୍ତୁ ପ୍ରଶ୍ନ ହେଉଛି, ଏହି ଭିକାରୀମାନଙ୍କ ପାଖରେ କଣ ଯୁଦ୍ଧ କରିବାକୁ ପଇସା ଅଛି? ନା ଏମାନଙ୍କର ସେତିକି ସାହସ ଅଛି ? ଏମାନେ କେବଳ ନିଜ ଦେଶର ଜନସାଧାରଣଙ୍କୁ ୨୪ ଘଣ୍ଟା ମିଛ କହି ଭଣ୍ଡାଉଛନ୍ତି। ନିଜ ସ୍କୁଲ ବହିରେ ମିଛ ଇତିହାସ ପଢ଼ାଉଛନ୍ତି ଯେ ସେମାନେ ଭାରତ ଉପରେ ଡ୍ରୋନ୍ ଉଡ଼ାଇ ଦେଇଥିଲେ। ଏମାନଙ୍କର ଅସଲ ଔକାତ୍ ସାରା ଦୁନିଆ ଜାଣିଛି।
ପାକିସ୍ତାନ ଭାରତକୁ ଧମକ ଦେଉଛି ସତ, କିନ୍ତୁ ତାର ନିଜ ଘର ଭିତରେ ପାଣିକୁ ନେଇ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ପାକିସ୍ତାନର କୃଷି ପ୍ରଧାନ ଅଞ୍ଚଳ ଯେମିତି କି ସିନ୍ଧ ଏବଂ ବାଲୁଚିସ୍ତାନରେ ପାଣିର ଭୟଙ୍କର ସଙ୍କଟ ଦେଖାଦେଇଛି। ଇଣ୍ଡସ ନଦୀ ଉପରେ ଥିବା ସକ୍କର ବ୍ୟାରେଜ୍ (Sukkur Barrage), ଯାହା ଲକ୍ଷ ଲକ୍ଷ ଏକର ଚାଷ ଜମିକୁ ପାଣି ଯୋଗାଇଥାଏ, ତାହା ଏବେ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି।
ତଥ୍ୟ ଅନୁସାରେ, ପାକିସ୍ତାନର କେନାଲଗୁଡ଼ିକରେ ପାଣିର ସ୍ତର ସାଂଘାତିକ ଭାବେ ହ୍ରାସ ପାଇଛି:
• ନର୍ଥ ୱେଷ୍ଟ କେନାଲ: ଯାହା ଜାକୋବାବାଦ୍ ଏବଂ ଶିକାରପୁରକୁ ପାଣି ଦିଏ, ସେଠାରେ ୬୪.୧% ପାଣି କମିଯାଇଛି।
• ରାଇସ୍ କେନାଲ (ଲରକାନା): ଭୁଟ୍ଟୋ ପରିବାରର ଗଡ଼ କୁହାଯାଉଥିବା ଲରକାନାରେ ୩୮% ପାଣିର ଅଭାବ ଦେଖାଦେଇଛି ।
• ଦାଦୁ କେନାଲ (ଜାମସୋରୋ): ଏଠାରେ ସବୁଠୁ ସାଂଘାତିକ ସ୍ଥିତି, ପ୍ରାୟ ୮୨% ପାଣି ସମ୍ପୂର୍ଣ୍ଣ କମିଯାଇଛି।
ଏବେ ସବୁଠୁ ମଜାଦାର କଥା ଶୁଣନ୍ତୁ। ପାକିସ୍ତାନୀ ମନ୍ତ୍ରୀମାନେ ଭାରତ ଉପରେ ପାଣି ରୋକିବାର ଆରୋପ ଲଗାଉଥିବାବେଳେ, ପାକିସ୍ତାନର “ସିନ୍ଧ” ପ୍ରଦେଶ ସେଠାକାର “ପଞ୍ଜାବ” ପ୍ରଦେଶ ଉପରେ ପାଣି ଚୋରିର ଆରୋପ ଲଗାଉଛି। ସିନ୍ଧର ନେତାମାନେ ଖୋଲାଖୋଲି କହୁଛନ୍ତି ଯେ, ପାକିସ୍ତାନୀ ପଞ୍ଜାବ କିମ୍ବା ଲାହୋର ସେମାନଙ୍କ ଭାଗର ପାଣିକୁ ଚୋରି କରି ନେଉଛି।
ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ପାକିସ୍ତାନରେ ଯଦି କେହି ସବୁଠୁ ବଡ଼ ଚୋର ଅଛି, ଯିଏ ବାଲୁଚ୍, ପସ୍ତୁନ୍ ଏବଂ ସିନ୍ଧିମାନଙ୍କର ସମ୍ବଳ ଓ ପାଣି ଚୋରି କରୁଛି, ସିଏ ହେଉଛି ଲାହୋର। ସେଠାରେ ପଞ୍ଜାବୀ ମୁସଲମାନମାନେ ଅନ୍ୟ ପ୍ରଦେଶର ପାଣିକୁ ବେଆଇନ ଭାବେ ବ୍ୟବହାର କରୁଛନ୍ତି, ଯାହା ଫଳରେ ପାକିସ୍ତାନ ଭିତରେ ଆଭ୍ୟନ୍ତରୀଣ ବିବାଦ ଉଗ୍ର ରୂପ ଧାରଣ କରୁଛି।
ପାକିସ୍ତାନ ଯେତେବେଳେ ଏହି ଜଳ ସଙ୍କଟକୁ ନେଇ ଆନ୍ତର୍ଜାତୀକ ସ୍ତରରେ କାନ୍ଦିବାକୁ ଚେଷ୍ଟା କଲା, ସେତେବେଳେ ଜାତିସଂଘ (UN) ରେ ଭାରତ ପକ୍ଷରୁ ତାର ମୁହଁତୋଡ଼ ଜବାବ ଦିଆଯାଇଛି। ୟୁଏନରେ ଭାରତର ପ୍ରଥମ ସଚିବ ଅନୁପମା ସିଂହ ପାକିସ୍ତାନକୁ ସାରା ଦୁନିଆ ସାମ୍ନାରେ ଲଜ୍ଜିତ କରିଛନ୍ତି।
ଅନୁପମା ସିଂହ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, “ଯେଉଁ ଦେଶ ସରକାରୀ ନୀତି ଭାବେ ଆତଙ୍କବାଦକୁ ବ୍ୟବହାର କରୁଛି, ଯିଏ ଭାରତ ଭିତରକୁ ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଭଳି ଆତଙ୍କବାଦୀଙ୍କୁ ପଠାଇ ନିରୀହ ଲୋକଙ୍କ ରକ୍ତ ବହାଉଛି, ସେହି ଦେଶ ଭାରତଠାରୁ କୌଣସି ପ୍ରକାର ସହଯୋଗ କିମ୍ବା ବନ୍ଧୁତ୍ୱ ଆଶା କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ”। ଭାରତ ସାଫ୍ ମନା କରିଦେଇଛି ଯେ, ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତି ଏବେ ପୁରୁଣା (Outdated) ହୋଇସାରିଛି। ଏହାକୁ ଆଜିର ସମୟର ବାସ୍ତବତାକୁ ନ ଦେଖି ସବୁଦିନ ପାଇଁ ଚଲାଯାଇପାରିବ ନାହିଁ।
ଭାରତ ପକ୍ଷରୁ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ପରେ ପାକିସ୍ତାନର ନଳ ସମ୍ପୂର୍ଣ୍ଣ ବନ୍ଦ ହେବା ସ୍ଥିତିକୁ ଆସିଯାଇଛି। ଆଉ ଏବେ ସେହି ପାକିସ୍ତାନୀ ନେତା, ଯେଉଁମାନେ ଦିନେ ଭାରତର ଗଳା ଚିପିବାକୁ କହୁଥିଲେ, ସେମାନେ ଆଜି ବିଶ୍ୱ ସମୁଦାୟ ଆଗରେ ‘ବାପା ବାପା’ ହୋଇ ଚିତ୍କାର କରୁଛନ୍ତି।
ଏହି ସମୟରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ପୁଣିଥରେ ପାକିସ୍ତାନର ସେହି ପୁରୁଣା ରୋଗକୁ ସାମ୍ନାକୁ ଆଣିଛନ୍ତି। ସେ ପୁଣିଥରେ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ, ଯଦି ଭାରତ ପାକିସ୍ତାନର ପାଣି ରୋକିବ, ତେବେ ଏହାକୁ ପାକିସ୍ତାନର ଅସ୍ତିତ୍ୱ ପ୍ରତି ବିପଦ ବୋଲି ଧରାଯିବ ଏବଂ ପାକିସ୍ତାନର ପରମାଣୁ ନୀତି (Nuclear Doctrine) ଅନୁସାରେ ଏଭଳି ସ୍ଥିତିରେ ପରମାଣୁ ଯୁଦ୍ଧ ବି ହୋଇପାରେ।
ପାକିସ୍ତାନୀମାନେ କି ନିଶା କରନ୍ତି, ଯାହା ଫଳରେ ସେମାନଙ୍କୁ ସବୁ କଥାରେ କେବଳ ପରମାଣୁ ବମ୍ ହିଁ ଦେଖାଯାଏ! ଏମାନେ ସବୁବେଳେ ପରମାଣୁ ବମ୍ର ଧମକ ଏଥିପାଇଁ ଦିଅନ୍ତି, ଯେମିତି କି ଆମେରିକା ଓ ୟୁରୋପର ଗୋରା ଲୋକମାନେ ଡରିଯିବେ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆସିବେ।
କିନ୍ତୁ ଭାରତ ପାକିସ୍ତାନର ଏହି ପରମାଣୁ ବ୍ଲଫ୍ (Nuclear Bluff) କୁ ବହୁ ପୂର୍ବରୁ ଫେଲ୍ କରିସାରିଛି। ଭାରତ ଯେତେବେଳେ “ଅପରେସନ୍ ସିନ୍ଦୂର” କରିଥିଲା, ସେତେବେଳେ ପାକିସ୍ତାନର ଏହି ଧମକର କୌଣସି ମୂଲ୍ୟ ରହିଲା ନାହିଁ। ଖାଲି ସେତିକି ନୁହେଁ, କିଛି ବର୍ଷ ତଳେ ଭାରତରୁ ଏକ ବ୍ରହ୍ମୋସ୍ ମିସାଇଲ୍ (BrahmOs Missile) ଭୁଲ୍ ବଶତଃ ଫାୟାର୍ ହୋଇଯାଇଥିଲା, ଯେଉଁଥିରେ କୌଣସି ପରମାଣୁ କିମ୍ବା ଯୁଦ୍ଧାସ୍ତ୍ର (Warhead) ନଥିଲା। ସେହି ମିସାଇଲ୍ଟି ପ୍ରାୟ ୩ ମିନିଟ୍ ଧରି ପାକିସ୍ତାନର ଆକାଶ ସୀମାକୁ ଚିରି ସେଠାକାର “ମିଆଁ ଚନ୍ନୁ” (Mian Channu) ନାମକ ସ୍ଥାନରେ ପଡ଼ିଥିଲା।
ଆଶ୍ଚର୍ଯ୍ୟର କଥା ହେଉଛି, ପାକିସ୍ତାନର ସେନା ସେହି ମିସାଇଲ୍କୁ ଟ୍ରାକ୍ କିମ୍ବା ଇଣ୍ଟରସେପ୍ଟ ମଧ୍ୟ କରିପାରିଲା ନାହିଁ । ସେତେବେଳେ ଭାରତ ଜାଣିଗଲା ଯେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା କେବଳ ଏକ ଫେକ୍ ବ୍ୟବସ୍ଥା। ଏମାନଙ୍କର କୌଣସି ସାମର୍ଥ୍ୟ ନାହିଁ। ତେଣୁ ଏହି ପରମାଣୁ ଧମକ କେବଳ ଏକ ମିଛ ଧମକ।
ପାକିସ୍ତାନର ଦୋଗଲାପଣ ଏତିକିରେ ଶେଷ ହେଉନାହିଁ। ଗୋଟିଏ ପଟେ ସେମାନଙ୍କର ଜଣେ ମନ୍ତ୍ରୀ କହୁଛନ୍ତି ହାତ କାଟିଦେବୁ, ପୂର୍ବତନ ମନ୍ତ୍ରୀ କହୁଛନ୍ତି ପରମାଣୁ ବମ୍ ମାରିବୁ, କିନ୍ତୁ ଅନ୍ୟପଟେ ସେହି ଦେଶର ଉପ-ପ୍ରଧାନମନ୍ତ୍ରୀ (Deputy Prime Minister) ଇସାକ୍ ଡାର୍ (Ishaq Dar) ପୂରା ଭିକାରୀ ମୋଡ୍କୁ ଆସିଯାଇଛନ୍ତି।
ଇସାକ୍ ଡାର୍ ଇସଲାମାବାଦ୍ ସେମିନାର୍ରେ କହିଛନ୍ତି ଯେ, “ସିନ୍ଧୁ ଜଳ ଚୁକ୍ତି କେବଳ ଏକ ପାଣି ବଣ୍ଟନ ଚୁକ୍ତି ନୁହେଁ, ବରଂ ଏହା ଆଞ୍ଚଳିକ ଶାନ୍ତି ଓ ସ୍ଥିରତାର ଏକ ବଡ଼ ମାଧ୍ୟମ। ପାଣିକୁ କେବେ ବି ଅସ୍ତ୍ର (Weaponize) କରାଯିବା ଉଚିତ ନୁହେଁ । ଦୁଇ ଦେଶ ମଧ୍ୟରେ ସହଯୋଗ, ଆଲୋଚନା ଏବଂ ପାରସ୍ପରିକ ସମ୍ମାନ ରହିବା ଦରକାର”।
ସାରା ଦୁନିଆ ଏବେ କନଫ୍ୟୁଜ୍ ଯେ ପାକିସ୍ତାନ ପ୍ରକୃତରେ ଯୁଦ୍ଧ ଚାହୁଁଛି ନା ପାଣି ପାଇଁ ଭିକ ମାଗୁଛି ? କାରଣ ସେମାନଙ୍କର ଅଲଗା ଅଲଗା ନେତା ଅଲଗା ଅଲଗା ସମୟରେ ଭିନ୍ନ ବୟାନ ଦେଉଛନ୍ତି। ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ନିଷ୍କ୍ରିୟ କରି ପାଣି କମାଇବା ବେଆଇନ କିମ୍ବା ଅନୈତିକ, ତେବେ ଇରାନ ଯେତେବେଳେ “ଷ୍ଟ୍ରେଟ୍ ଅଫ୍ ହରମୁଜ୍” (Strait of Hormuz) ବନ୍ଦ କରେ, ସେତେବେଳେ ପାକିସ୍ତାନ ତାକୁ କାହିଁକି ସମର୍ଥନ କରେ? ଇରାନ କହେ ତାର ସୁରକ୍ଷା ପ୍ରତି ବିପଦ ଅଛି, ତେଣୁ ସେ ସମୁଦ୍ର ପଥ ବନ୍ଦ କରିବ। ସେମିତି ଭାରତ ଉପରେ ପାକିସ୍ତାନ ବାରମ୍ବାର ଆତଙ୍କବାଦୀ ଆକ୍ରମଣ କରୁଛି। ୨୬/୧୧ ମୁମ୍ବାଇ ଆକ୍ରମଣ, ସଂସଦ ଭବନ ଉପରେ ଆକ୍ରମଣ, ପୁଲୱାମା, ଉରି ଏବଂ ପଲଗାମ୍ ଆତଙ୍କବାଦୀ ଆକ୍ରମଣ—ଏହା କଣ ଭାରତ ଉପରେ ଆକ୍ରମଣ ନୁହେଁ? ଯଦି ଇରାନର ପଦକ୍ଷେପ ଜାୟଜ, ତେବେ ଭାରତ ପାକିସ୍ତାନର ପାଣି ବନ୍ଦ କରିବା ଶତପ୍ରତିଶତ ଜାୟଜ ଓ ନ୍ୟାୟସଙ୍ଗତ।
ପାକିସ୍ତାନର ସବୁଠୁ ବଡ଼ ଇଂରାଜୀ ଖବରକାଗଜ “ଡନ୍” (Dawn) ରେ ଏକ ଆର୍ଟିକେଲ୍ ପ୍ରକାଶ ପାଇଛି, ଯେଉଁଥିରେ କିଛି ଦକ୍ଷିଣ ଏସୀୟ ନେତା ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବଦଳରେ ଆଲୋଚନା କରିବାକୁ ଅପିଲ୍ କରିଛନ୍ତି ।
ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅପିଲ୍ ପଛରେ ନୂଆଦିଲ୍ଲୀର ଏକ ଥିଙ୍କ୍ ଟ୍ୟାଙ୍କ୍ “ସେଣ୍ଟର ଫର୍ ପିସ୍ ଆଣ୍ଡ ପ୍ରୋଗ୍ରେସ” ର ଓପି ଶାହ ସାମିଲ ଅଛନ୍ତି । ଆଉ ଏହି ଅପିଲ୍ରେ ଭାରତର କେଉଁ କେଉଁ ବଡ଼ ବଡ଼ ନେତାମାନେ ସାଇନ୍ (Sign) କରିଛନ୍ତି, ସେମାନଙ୍କ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ:
• ଡକ୍ଟର ଫାରୁକ୍ ଅବଦୁଲ୍ଲା
• ମହବୁବା ମୁଫ୍ତି
• ମଣିଶଙ୍କର ଆୟାର
• ପ୍ରଫେସର ମନୋଜ ଝା
• ପୂର୍ବତନ ର’ (RAW) ମୁଖ୍ୟ ଏ.ଏସ୍. ଦୁଲତ
• ଜବାହର ସରକାର ଏବଂ ସୈଫୁଦ୍ଦିନ ସୋଜ୍
ଏହି ଭାରତୀୟ ନେତାମାନେ ପାକିସ୍ତାନ ସହ ପୁଣିଥରେ ସମ୍ପୂର୍ଣ୍ଣ କୂଟନୈତିକ ସମ୍ପର୍କ ସ୍ଥାପନ କରିବା, ୱାଘା ବର୍ଡର ଖୋଲିବା, ଶ୍ରୀନଗର-ମୁଜାଫରାବାଦ ଏବଂ ଦିଲ୍ଲୀ-ଲାହୋର ବସ୍ ସେବା ଆରମ୍ଭ କରିବା, ସାମ୍ଭାବ୍ୟ ସମଝୌତା ଏକ୍ସପ୍ରେସ ଓ ଥାର୍ ଏକ୍ସପ୍ରେସ ଟ୍ରେନ୍ ପୁଣି ଚଳାଇବା ଏବଂ ପାକିସ୍ତାନକୁ ‘ମୋଷ୍ଟ ଫେଭରିଟ୍ ନେସନ୍’ (MFN) ର ମାନ୍ୟତା ଦେବାକୁ ଗୁହାରି କରିଛନ୍ତି।
ଏହି ସାଇନ୍ କରିଥିବା ନେତାମାନଙ୍କ ମଧ୍ୟରୁ ଜଣେ ହେଲେ ବି ବ୍ୟକ୍ତି—ଚାହେଁ ସେ ଭାରତର ହେଉ କି ପାକିସ୍ତାନର—ଏମିତି କହିନାହାନ୍ତି ଯେ “ପାକିସ୍ତାନ ପ୍ରଥମେ ଭାରତ ମାଟିରେ ଆତଙ୍କବାଦ ବନ୍ଦ କରୁ”। ପାକିସ୍ତାନ ଏଠାକୁ ଆସି ନିରୀହ ଲୋକଙ୍କୁ ମାରିବ, ରକ୍ତ ବହାଇବ, କିନ୍ତୁ ଭାରତ ଭିତରେ ଥିବା ଏହି ନେତାମାନେ ପାକିସ୍ତାନ ସହ ବନ୍ଧୁତ୍ୱ କରିବାକୁ ବ୍ୟାକୁଳ ହେଉଛନ୍ତି। ଯେତେବେଳେ ଆପଣଙ୍କ ନିଜ ଘର ଭିତରେ ଏମିତି ଲୋକ ଥାଆନ୍ତି, ସେତେବେଳେ ଶତ୍ରୁ ବିରୋଧରେ ଲଢ଼େଇ ବହୁତ କଷ୍ଟକର ହୋଇଯାଏ।
ଏହି ଆତଙ୍କବାଦୀ ଦେଶ ଉପରେ କୌଣସି ପ୍ରକାର ଦୟା କିମ୍ବା ରହମ ଦେଖାଇବାର ଆବଶ୍ୟକତା ନାହିଁ। କାରଣ ଏମାନେ ଯେତେବେଳେ ଆମର ନିରୀହ ସେନା ଓ ଜନସାଧାରଣଙ୍କୁ ମାରନ୍ତି, ସେତେବେଳେ ଏମାନଙ୍କ ମନରେ ସାମାନ୍ୟତମ ଦୟା ଆସେ ନାହିଁ”।
AlsoRead; https://purvapaksa.com/tamil-bohu-sujathas-entry-opposition-silenced-party-leader-revived/


