Author: Samir Rout

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‍ ପଏଙ୍କ ପଏଣ୍ଟ କଟିଲା ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ  ଗତ ପ୍ରଥମ ଟେଷ୍ଟରେ ମନ୍ଥର ବୋଲିଂ କରି ଦଣ୍ଡିତ ହୋଇଛନ୍ତି। ଉଭୟ ଦଳର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‍ ଅଙ୍କରୁ ୩ ପଏଣ୍ଟ ଲେଖାଏଁ କାଟ୍ କରାଯାଇଛି। ଏଥିସହ ସବୁ ଖେଳାଳିଙ୍କ ମ୍ୟାଚ୍ ପାଉଣାର ୧୫% ମଧ୍ୟ କାଟ୍ କରାଯାଇଛି । ୩ ପଏଣ୍ଟ କଟାଯିବା ଫଳରେ ଡବ୍ଲ୍ୟୁଟିସି ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ଚତୁର୍ଥରୁ ପଞ୍ଚମକୁ ଖସିଛି । ବର୍ତ୍ତମାନ ନୁ୍ୟଜିଲାଣ୍ଡର ପଏଣ୍ଟ ୪୭.୯୨% ରହିଛି । ଫଳରେ ନ୍ୟୁଜିଲାଣ୍ଡ ଶେଷ ୨ଟି ଯାକ ଟେଷ୍ଟ ଜିତିଲେ ପଏଣ୍ଟ ବୃଦ୍ଧି ପାଇ ୫୫.୩୬%ରେ ପହଞ୍ଚିବ । ଇଂଲଣ୍ଡ ମଧ୍ୟ ସମଦଶା ଭୋଗିଛି । ୪୨.୫୦% ପଏଣ୍ଟ ସହ ଇଂଲଣ୍ଡ ପଏଣ୍ଟ ତାଲିକାର ଷଷ୍ଠକୁ ଖସିଛି । ପ୍ରଥମ ଟେଷ୍ଟରେ ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୩ ଓଭର ଲେଖାଏଁ କମ୍ ବୋଲିଂ କରିଥିଲେ । ଫଳରେ ପ୍ରତି ଓଭର…

Read More