Author: Samir Rout

ଆଗାମୀ ପିଙ୍କ ବଲ୍ ଟେଷ୍ଟରେ ଭାରତ ଏକାଦଶ ପରିବର୍ତ୍ତନ କରିବା ନିଶ୍ଚିତ । ଅଧିନାୟକ ରୋହିତ ଶର୍ମା ଓ ଫିଟ୍ ହୋଇସାରିଥିବା ଶୁଭମନ ଗିଲ୍ ଖେଳିବେ ଦ୍ୱିତୀୟ ଟେଷ୍ଟ । ଏମାନଙ୍କ ବ୍ୟତୀତ ଆଉ ଜଣେ ଖେଳାଳିଙ୍କୁ ପରିବର୍ତ୍ତନ କରିବାକୁ ଯୋଜନା ହେଉଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେ ହେଉଛନ୍ତି ସ୍ପିନ୍‍ ବୋଲିଂ ଅଲରାଉଣ୍ଡର ୱାସିଂଟନ ସୁନ୍ଦର । ପ୍ରଥମ ଟେଷ୍ଟ ଖେଳିଥିବା ସୁନ୍ଦରଙ୍କୁ ବିଶ୍ରାମ ଦେଇ ରବିନ୍ଦ୍ର ଜାଡ଼େଜା କିମ୍ବା ରବି ଚନ୍ଦ୍ରନ ଅଶ୍ୱିନଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶକୁ ଫେରାଇ ଆଣିବାକୁ କିଛି ପୂର୍ବତନ ଖେଳାଳି ମତ ଦେଇଛନ୍ତି । ଭାରତ ବୋଲିଂ ବିଭାଗ ପରିବର୍ତ୍ତନ କରିବା ଲକ୍ଷ୍ୟରେ ନାହିଁ । ଅଷ୍ଟ୍ରେଲିଆ ଦଳରେ ୪ଜଣ ବାମ ହାତି ବ୍ୟାଟର ରହିଥିବାରୁ ଜଣେ ଡାହଣ ହାତି ଅଫସ୍ପିନର ଦଳରେ ରହିବା ଆବଶ୍ୟକ । ଭେଟେରାନ ରବି ଚନ୍ଦ୍ରନ ଅଶ୍ୱିନ ଡାହଣ ହାତି ସ୍ପିନର ହୋଇଥିଲେ ହେଁ ତାଙ୍କ ତୁଳନାରେ…

Read More