Author: Samir Rout

୩୬ କ୍ରୀଡ଼ା ଇଭେଣ୍ଟରେ ଭାଗ ନେବେ ୧୦୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ପକ୍ଷରୁ ଆଜି ୩୮ତମ ଜାତୀୟ କ୍ରୀଡ଼ା ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । ଏଥର ଉତ୍ତରାଖଣ୍ଡରେ ଏହି ମର୍ଯ୍ୟାଦାଜନକ କ୍ରୀଡ଼ା ଆୟୋଜିତ ହେବ । ଆସନ୍ତା ବର୍ଷ ଜାନୁଆରୀ ୨୮ରୁ କ୍ରୀଡ଼ା ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ତାରିଖରେ ଶେଷ ହେବ । ଦେଶର ବିଭିନ୍ନ ରାଜ୍ୟର ଜଣାଶୁଣା ଆଥଲେଟଙ୍କ ସମେତ ଯୁବ ପ୍ରତିଭାବାନ ଆଥଲେଟ୍ ଏହି କ୍ରୀଡ଼ାରେ ନିଜ ଦକ୍ଷତା ପ୍ରତିପାଦିତ କରିବେ । ଆଗାମୀ କ୍ରୀଡ଼ା ପ୍ରତିଯୋଗିତାରେ ମୋଟ ୩୬ଟି କ୍ରୀଡ଼ା ଇଭେଣ୍ଟରେ ୧୦୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍ ଭାଗନେବେ। ନିକଟରେ ଆଇଓସି ବୈଠକରେ ୩୨ଟି କ୍ରୀଡ଼ା ଇଭେଣ୍ଟ ସମେତ ୪ଟି ପ୍ରଦର୍ଶନୀ କ୍ରୀଡ଼ା ଇଭେଣ୍ଟକୁ ଅନୁମତି ମିଳିଥିଲା । ଆଇଓସି ସଭାପତି ପିଟି ଉଷା କହିଛନ୍ତି ଯେ, ୩୮ତମ ଜାତୀୟ କ୍ରୀଡ଼ା ଉତ୍ତରାଖଣ୍ଡରେ ଆୟୋଜିତ ହେବ । ଏଥର ନୂଆ କରି…

Read More