Author: Samir Rout

୧୧ଦିନରେ ଖେଳିଲେଣି ୬ଟି ମ୍ୟାଚ୍ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାବେଳେ ଜଣେ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରି ହେଉଛି । ସେ ହେଉଛନ୍ତି ପେସ୍ ବୋଲର ମହମ୍ମଦ ସାମି । ଗତ ୨୦୨୩ ଦିନିକିଆ ବିଶ୍ୱକପ ବେଳେ ସାମି ଆହତ ହୋଇଥିଲେ। ସେବେଠୁ ସେ ଭାରତୀୟ ଦଳକୁ ଫେରି ନାହାନ୍ତି। ଅବଶ୍ୟ ସେ ଫିଟ୍ ହୋଇ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳିବା ଜାରି ରଖିଛନ୍ତି । ଗତ ରଣଜୀ ଟ୍ରଫି ପଞ୍ଚମ ରାଉଣ୍ଡ ମୁକାବିଲା ଜରିଆରେ ସାମି ଦୀର୍ଘ ୩୬୦ ଦିନ ପରେ କ୍ରିକେଟକୁ ଫେରିଥିଲେ। ୪ଦିନିଆ ମ୍ୟାଚ୍ ଖେଳି ସେ ଫିଟନେସ ପ୍ରମାଣ ଦେଇଥିଲେ। ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ଭାରତୀୟ ଦଳ ନଜର ରଖିଥିଲା । ତଥାପି ତାଙ୍କୁ ତରବରିଆ ଭାବେ ଅଷ୍ଟ୍ରେଲିଆ ଡ଼କା ଯାଇନଥିଲା । ବର୍ତ୍ତମାନ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚାଲିଛି । ସାମି ଇତି ମଧ୍ୟରେ ୬ଟି…

Read More