Author: Samir Rout

ଅଷ୍ଟ୍ରେଲିଆର ପ୍ରମୁଖ ପେସ୍ ବୋଲର ଜୋସ ହାଜେଲଉଡ୍ ଆହତ ହୋଇ ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିବା ପରେ ସ୍କଟ୍ ବୋଲାଣ୍ଡ ତାଙ୍କ ସ୍ଥାନରେ ଖେଳିବା ସମ୍ଭାବନା ରହିଛି । ପାଖା ପାଖି ବର୍ଷେ ହେଲା ଟେଷ୍ଟ କ୍ରିକେଟ୍ ଖେଳିନଥିବା ବୋଲାଣ୍ଡ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇବା ପାଇଁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଦେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ ଏକାଦଶରେ ଅନେକ ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଅଲରାଉଣ୍ଡର ମିଚେଲ ମାର୍ଶ ଗତ ପ୍ରଥମ ଟେଷ୍ଟ ବେଳେ ଆହତ ହୋଇଥିଲେ । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ପେସ୍ ବୋଲିଂ ଅଲରାଉଣ୍ଡର ବ୍ୟୁ ୱେବଷ୍ଟରଙ୍କୁ ଦଳରେ ସ୍ଥାନ ମିଳିଥିଲା । ପରେ ପରେ ହାଜେଲଉଡ୍ ଆହତ ହେବାରୁ ଏକସଙ୍ଗେ ୨ଜଣ ପେସ ବୋଲର ସିନ ଆବୋଟ ଓ ବ୍ରେଣ୍ଡନ ଡଗେଟଙ୍କୁ ଦଳକୁ ଡ଼କା ଯାଇଛି । କିନ୍ତୁ ବୋଲାଣ୍ଡ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ।…

Read More