Author: Samir Rout

ଗୋଟିଏ ବର୍ଷରେ ସର୍ବାଧିକ ଟେଷ୍ଟ ରନ୍ ୟୁସୁଫଙ୍କ ନାମରେ ରହିଛି ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ବିଜୟୀ ଶତକ ଅର୍ଜନ କରିଥିବା ଯଶସ୍ୱୀ ଜୈସ୍ୱାଲଙ୍କ ନିକଟରେ ଏକ ରେକର୍ଡ ଭାଙ୍ଗିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଗୋଟିଏ ବର୍ଷରେ ସର୍ବାଧିକ ଟେଷ୍ଟ ରନ୍ ସଂଗ୍ରହ କରିବାର ରେକର୍ଡ ଭାଙ୍ଗିବା ପାଇଁ ସେ ଆଉ ମାତ୍ର ୨୮୨ ରନ୍ ଆବଶ୍ୟକ କରୁଛନ୍ତି । ଚଳିତ ବର୍ଷ ଜୈସ୍ୱାଲ କେବଳ ଟେଷ୍ଟ କ୍ରିକେଟରେ ୫୮.୧୮ ଆଭରେଜ ଓ ୭୨.୫୨ ଷ୍ଟ୍ରାଇକ ରେଟରେ ମୋଟ ୧୨୮୦ ରନ୍ ସଂଗ୍ରହ କରିସାରିଛନ୍ତି । ଏଥିରେ ୩ଟି ଶତକ ଓ ୭ଟି ଅର୍ଦ୍ଧଶତକ ରହିଛି । ଭାରତୀୟ ଭାବେ ଗୋଟିଏ ବର୍ଷରେ ସର୍ବାଧିକ ଟେଷ୍ଟ ରନ୍ ସଂଗ୍ରହ କରିବାରେ ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ୨୦୧୦ରେ ୧୪ଟି ଟେଷ୍ଟ ଖେଳି ୭୮.୧୦ ହାରରେ ମୋଟ ୧୫୬୨ ରନ୍ ସଂଗ୍ରହ କରିଥିଲେ । ଏଥିରେ…

Read More