Author: Samir Rout

ଆଡିଲେଡରେ ୫ଟି ଶତକ ଅର୍ଜନ କରିଛନ୍ତି ଟେଷ୍ଟରେ ଅର୍ଜନ କରିଛନ୍ତି ୫୦୯ ରନ୍ ଗତ ୨୦୨୦/୨୧ରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପିଙ୍କ୍‍ ବଲ୍ ଟେଷ୍ଟକୁ ଭାରତୀୟ କ୍ରିକେଟ୍ ପ୍ରେମୀ ସହଜରେ ପାଶୋରିବା ମୁସ୍କିଲ। ଭାରତ ଉକ୍ତ ମ୍ୟାଚ୍‍ର ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନ କରି ଅଲ୍ଆଉଟ୍ ହୋଇଥିଲା । ମାତ୍ର ଏବେ ସମୟ ବଦଳିଛି। ଆଉ ଏକ ପିଙ୍କ୍‍ ବଲ୍ ଟେଷ୍ଟ ପାଇଁ ଭାରତ ପ୍ରସ୍ତୁତ ହେଉଛି । ଏହି ମ୍ୟାଚ ଆରମ୍ଭ ହେବା ସହ ବିରାଟ କୋହଲିଙ୍କ ଉପରେ ସମଗ୍ର ବିଶ୍ୱର ନଜର ରହିବ । କାରଣ କୋହଲି ଏହି ମ୍ୟାଚ୍ ଜରିଆରେ କିଛି ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ଆଡିଲେଡରେ କୋହଲି ସର୍ବଦା ଦମଦାର ପ୍ରଦର୍ଶନ କରିଛନ୍ତି । ଏଠାରେ ସବୁ ଫର୍ମାଟକୁ ମିଶାଇ କୋହଲି ୧୧ଟି ମ୍ୟାଚ୍ ଖେଳିଛନ୍ତି ଓ ୫ଶତକ, ୪ ଅର୍ଦ୍ଧଶତକ ସହ ୭୩.୬୧ ହାରରେ ମୋଟ୍ ୯୫୭ ରନ୍…

Read More