Author: Samir Rout

ସେମିରେ ମାଲେସିଆକୁ ୩-୧ରେ ହରାଇଲା ଭାରତ ଓମାନ ଠାରେ ଚାଲିଥିବା ଜୁନିୟର ପୁରୁଷ ଏସିଆ କପ ହକିରେ ଭାରତ ବିଜୟ ଜାରି ରଖି ଫାଇନାଲରେ ପ୍ରବେଶ କରିଛି । ସେମି ଫାଇନାଲ ମୁକାବିଲାରେ ଭାରତ ୩-୧ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ଭାରତ ଫାଇନାଲ୍ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଅନ୍ୟ ଏକ ସେମିରେ ପାକିସ୍ତାନ ୪-୨ ଗୋଲ୍ରେ ଜାପାନକୁ ପରାଜିତ କରିଥିଲା । ଭାରତ-ମାଲେସିଆ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ କ୍ୱାର୍ଟରର ଷଷ୍ଠ ମିନିଟରେ ମାଲେସିଆକୁ ପେନାଲ୍ଟି ସୁଯୋଗ ମିଳିଥିଲା ଏବଂ ଏହା ବିଫଳ ଯାଇଥିଲା । ଏହାର ୪ମିନିଟ୍ ମଧ୍ୟରେ ଭାରତ ଗୋଲ୍ ଖାତା ଖୋଲିଥିଲା । ଦିଲରାଜ ସିଂହ (ଦଶମ) ଏହି ଗୋଲ୍ କରିଥିଲେ । ଏହି ଭାଗ ଖେଳ ଶେଷ ସୁଦ୍ଧା ଭାରତ ଅଗ୍ରଣୀ ବଜାୟ ରଖିଥିଲା । ଦ୍ୱିତୀୟ କ୍ୱାର୍ଟର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗୋଏଶୂନ୍ୟ ରହିଥିଲା…

Read More