Author: Samir Rout

ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ଗୁକେଶ ୩.୫-୩.୫ ଲିରେନ କ୍ୟାଣ୍ଡିଡେଟ୍ସ ଚାମ୍ପିଅନ୍ ଡି. ଗୁକେଶ ଓ ଡିଫେଣ୍ଡିଂ ଚାମ୍ପିଅନ ତାରକା ଡିଙ୍ଗ୍ ଲିରେନଙ୍କ ମଧ୍ୟରେ ଚାଲିଥିବା ବିଶ୍ୱ ଚେସ୍ ଚାମ୍ପିଅନସିପ ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଛି। ସପ୍ତମ ରାଉଣ୍ଡ୍ ଶେଷ ସୁଦ୍ଧା କୌଣସି ଖେଳାଳି ଅଗ୍ରଣୀ ହାସଲ କରିପାରି ନାହାନ୍ତି। ୩.୫-୩.୫ରେ ପଏଣ୍ଟ ବରାବର ରହିଛି। ଫଳରେ ପରବର୍ତ୍ତି ୭ରାଉଣ୍ଡ ଖେଳ ରୋମାଞ୍ଚକର ରହିବ। ଉଭୟଙ୍କ ମଧ୍ୟରେ ସପ୍ତମ ରାଉଣ୍ଡ ମୁକାବିଲା ମଧ୍ୟ ଡ୍ର’ ରହିଥିଲା। ମ୍ୟାଚ୍‍ର ଅର୍ଦ୍ଧାଧିକ ସମୟ ଗୁକେଶ ଆଗୁଆ ରହିଥିଲେ। କିନ୍ତୁ ଲିରେନ ଦୃଢତାର ସହ ଗୁକେଶଙ୍କ ଆକ୍ରମଣକୁ ସାମ୍ନା କରି ମ୍ୟାଚ୍‍କୁ ଡ୍ର’ ପର୍ଯ୍ୟନ୍ତ ଟାଣି ନେଇଥିଲେ। ଧଳା ଗୋଟିରେ ଖେଳିଥିବା ଗୁକେଶ ଚତୁର ରଣନୀତି ସହ ଡିଫେଣ୍ଡିଂ ଚାମ୍ପିଅନ୍ ଲିରେନ୍‍ଙ୍କୁ ଅଡ଼ୁଆରେ ପକାଇଥିଲେ। ମାତ୍ର ଲିରେନ ଅବିଶ୍ୱସନୀୟ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ। ଶେଷରେ ୭୨ଟି ଗୋଟି ଚାଳନା ପରେ ଉଭୟ ପଏଣ୍ଟ ଭାଗ କରିବାକୁ ନିଷ୍ପତ୍ତି…

Read More