Author: Samir Rout

ଆଡିଲେଡରେ ଘାତକ ସାଜିବ ଜୀବନ୍ତ ଘାସର ପିଚ ପିଚ୍ ଉପରେ ୩୬ ମିଲିମିଟର ଘାସ ସ୍ପିନର ପାଇବେ ଅତିରିକ୍ତ ବାଉନ୍ସ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି । ୨୦୨୦/୨୧ ସିଜନର ପିଙ୍କ ବଲ୍ ମ୍ୟାଚ ଫଳାଫଳକୁ ଭୁଲି ନଥିବା ଭାରତୀୟ ଦଳ ସମସ୍ତ ତ୍ରୁଟିକୁ ସୁଧାରିବାରେ ବ୍ୟସ୍ତ ଥିବାବେଳେ ଆଡିଲେଡରେ ପିଚ୍ ଦଳ ପାଇଁ ସମସ୍ୟା ରୂପେ ଉଭା ହୋଇଛି ।  କ୍ୟୁରେଟର ପିଚ୍ ଉପରେ ସବୁଜ ଜୀବନ୍ତ ଘାସ ରଖିଛନ୍ତି । ୨ଦିନ ତଳେ ଏଠାରେ ବର୍ଷା ହୋଇଥିବାରୁ ପିଚରେ ମାତ୍ରାଧିକ ଆଦ୍ରତା ଭରି ରହିଛି । ଫଳରେ ବଲ ଦିନ ତମାମ ସୁଇଂ ଓ ବାଉନ୍ସ ହେବ ନିଶ୍ଚିତ। ଏପଟେଭାରତୀୟ  ଦଳ ପିଙ୍କ୍‍ ବଲ୍ ସହ ଖାପ ଖୁଆଇବା ପାଇଁ ନୂଆ ପନ୍ଥା ଆପଣେଇଛି । ଦଳର ସବୁ ବ୍ୟାଟର ନିୟମିତ ଭାବେ ନୂଆ ବଲରେ ବ୍ୟାଟିଂ…

Read More