Author: Samir Rout

ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକାରେ ଭାରତୀୟ ଖେଳାଳିଙ୍କ ଅବନତି ହୋଇଛି । ଗତ ସପ୍ତାହରେ ଭାରତୀୟ ଦଳର କୌଣସି ମ୍ୟାଚ୍ ନଥିବାରୁ ଏଭଳି ଅବନତି ଦେଖିବାକୁ ମିଳିଛି । ଗତ ସପ୍ତାହରେ ବ୍ୟାଟିଂ ମାନ୍ୟତା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ଯଶସ୍ୱୀ ଜୈସ୍ୱାଲ୍  ଚତୁର୍ଥକୁ ଖସିଛନ୍ତି । ତାଙ୍କ ସ୍ଥାନ ମାଡ଼ି ବସିଛନ୍ତି ଇଂଲଣ୍ଡର ହ୍ୟାରୀ ବ୍ରୁକ୍ । ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୧୭୧ରନ୍‍ର ଇନିଂସ ଖେଳିଥିଲେ । ଏହି ଶତକ ତାଙ୍କୁ ମାନ୍ୟତା ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚାଇ ଦେଇଥିଲା । ଅନ୍ୟ ଇଂଲଣ୍ଡ ବ୍ୟାଟର ଜୋ ରୁଟ୍ ଉକ୍ତ ଟେଷ୍ଟରେ ଯଥାକ୍ରମେ ୦ ଓ ୨୩ ରନ୍ ସଂଗ୍ରହ କରିଥିଲେ । ତଥାପି ତାଙ୍କ ମାନ୍ୟତା ପ୍ରଭାବିତ ହୋଇନଥିଲା । ସେ ପୂର୍ବବତ ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ରୁଟ୍ ଓ ବ୍ରୁକଙ୍କ ମଧ୍ୟରେ ୪୧…

Read More