Author: Samir Rout

୫-୩ ଗୋଲରେ ପାକିସ୍ତାନକୁ ହରାଇଲା ଅରିଜିତ ଦେଲେ ୪ ଗୋଲ୍ ଜୁନିୟର ପୁରୁଷ ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଆଧିପତ୍ୟ ଜାରି ରଖି ପଞ୍ଚମ ଥର ପାଇଁ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଭାରତ ୫-୩ ଗୋଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାଜିତ କରିଥିଲା। କ୍ରମାନ୍ୱୟରେ ଏହା ଦଳର ତୃତୀୟ ଟାଇଟଲ । ଫାଇନାଲ ମୁକାବିଲା ବେଶ ଚିତାକର୍ଷକ ହୋଇଥିଲା । ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା  ଦୁଇ ଦଳ ପରସ୍ପର ବିପକ୍ଷରେ ୩ଟି ଲେଖାଏଁ ଗୋଲ କରିଥିଲେ। ୩-୩ରେ ସ୍ଥିତି ବରାବର ରହିଥିଲା। ଅନ୍ତିମ କ୍ୱାର୍ଟରରେ ଭାରତ ଆଉ ୨ଟି ଗୋଲ୍ ଦେଇ ମ୍ୟାଚ୍ ଜିତି ନେଇଥିଲା । ଏକାକୀ ଅରିଜିତ ସିଂହ ହୁଣ୍ଡାଲ ୪ଟି ଗୋଲ୍ (୪, ୧୮, ୪୭, ୫୪ ମିନିଟ ) ସ୍କୋର କରି ଦଳକୁ ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ୧୯ ମିନିଟରେ ଦିଲରାଜ ସିଂହ…

Read More