Author: Samir Rout

ଲିରେନଙ୍କୁ ଅଟକାଇଲେ ଗୁକେଶ ୪-୪ରେ ପଏଣ୍ଟ ବରାବର ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ ଚାମ୍ପିଅନ୍‍ସିପ୍‍ରେ ଲାଗି ରହିଛି ଘମାଘୋଟ ଲଢେଇ। ଦୁଇ ଚାମ୍ପିଅନ୍ ଖେଳାଳି ବିଜୟ ପାଇଁ ବାଜି ଲଗାଇଦେଇଛନ୍ତି। କେହି କାହାକୁ ଛାଡ଼ିବାକୁ ନାରାଜ। କେତେବେଳେ ଲିରେନ ଆଗଉଛନ୍ତି ତ ପୁଣି କେତେବେଳେ ଗୁକେଶ ପ୍ରଭାବ ଜାହିର କରଚୁଛନ୍ତି। ମ୍ୟାଚ୍‍ ଜିତିବା ହୋଇଯାଇଛଇ କଷ୍ଟକର।  ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ୍ ଡିଙ୍ଗ ଲିରେନ ଓ କ୍ୟାଣ୍ଡିଡେଟ୍ସ ଚେସ ଚାମ୍ପିଅନ୍ ଡି ଗୁକେଶଙ୍କ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଚେସ ଚାମ୍ପିଅନ୍ସିପର ଅଷ୍ଟମ ରାଉଣ୍ଡ ମଧ୍ୟ ଡ୍ର’ ରହିଛି । ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ୮ରାଉଣ୍ଡ ଶେଷ ସୁଦ୍ଧା ସ୍କୋର ୪-୪ରେ ପହଞ୍ଚିଛି। ଆଜି ଧଳା ଗୋଟିରେ ଖେଳିଥିବା ଲିରେନ୍ ପ୍ରଭାବ ବିସ୍ତାର କରି ଖେଳିଥିଲେ ।  ମାତ୍ର ଗୁକେଶ ସାହସର ସହ ଗୋଟି ଚାଳନା କରି ଲିରେନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ । ଏକ ସମୟରେ ଲିରେନ ବିଜୟ…

Read More