Author: Samir Rout

ସରିଲାଣି ୯ ରାଉଣ୍ଡ, ଡ୍ର’ ରହିଛି ୭ ବାଜି ଜରୁରି ହେଉଛି ଫର୍ମାଟରେ ପରିବର୍ତ୍ତନ “ସିଙ୍ଗାପୁରରେ ଚାଲିଛି ବିଶ୍ୱ ଚେସ ଚାମ୍ପିଅନସିପ୍‍। ଡିଫେଣ୍ଡିଂ ଚାମ୍ପିଅନ୍ ଡିଙ୍ଗ ଲିରେନଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ଯୁବ ଭାରତୀୟ ଗ୍ରାଣ୍ଡ ମାଷ୍ଟର ତଥା କ୍ୟାଣ୍ଡିଡେଟ୍ସ ଚେସ ଚାମ୍ପିଅନ୍ ଡି. ଗୁକେଶ। ଇତି ମଧ୍ୟରେ ୯ ରାଉଣ୍ଡ ଖେଳ ଶେଷ ହୋଇଛି। ପ୍ରତିଟି ମ୍ୟାଚ୍‍ରେ ଅତି କମରେ ୪ ଘଣ୍ଟା ପର୍ଯ୍ୟନ୍ତ ଲଢେଇ ହେଉଛି। ତଥାପି ରୋମାଞ୍ଚ ଭରିବାରେ ବିଫଳ ହୋଇଛି ଏଥର ସଂସ୍କରଣ। ଆଗକୁ ଆଉ ୫ ରାଉଣ୍ଡ ଖେଳ ବାକି ରହିଛି। ଏଣିକି ବିଜୟ ପାଇଁ ଉଭୟ ପ୍ରତିଯୋଗୀ ପ୍ରୟାସ କରିବାର ସମୟ ଆସିଛି। ନଚେତ ବିଶ୍ୱ ଚାମ୍ପିଅନସିପ୍‍ ରଙ୍ଗ ହୀନ ହୋଇଯିବ।” ପାରମ୍ପରିକ ଚେସ୍ ଟିକେ କଠିନ ହୋଇପାରେ, କିନ୍ତୁ ବିଶ୍ୱ ଚାମ୍ପିୟନଶିପ୍ ଭଳି ସର୍ବ ବୃହତ ଟୁର୍ଣ୍ଣାମେଣ୍ଟର ସ୍ୱତନ୍ତ୍ର ରୋମାଞ୍ଚ ରହିଛି। ଯଦି ଫିଡେର ଉଦ୍ଦେଶ୍ୟ ଥିଲା ଚେସର ଲୋକପ୍ରିୟତା ବୃଦ୍ଧି କରିବା,…

Read More