Author: Samir Rout

ପର୍ଥ ଭଳି ଆଡିଲେଡରେ ବି ବିଫଳ ୧୮୦ ରନରେ ଅଟକିଲା ପ୍ରଥମ ଇନିଂସ ନୀତୀଶଙ୍କୁ ଛାଡ଼ି ସବୁ ନିରାଶ କଲେ ଆଡ଼ିଲେଡରେ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ପୁନର୍ବାର ନିରାଶ କରିଛି। ପର୍ଥ ଭଳି ଏଠାରେ ମଧ୍ୟ ଭାରତୀୟ ବ୍ୟାଟର ଫେଲ ମାରିଛନ୍ତି। ପର୍ଥରେ ଭାରତ ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍ କରିଥିଲା। ଆଡିଲେଡ୍‍ରେ ନୈରାଶ୍ୟଜନକ ବ୍ୟାଟିଂ କରି ମାତ୍ର ୧୮୦ ରନରେ ସମସ୍ତ ୱିକେଟ ହରାଇଛି। କେବଳ ଯୁବ ଅଲ୍‍ରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଛାଡ଼ିଦେଲେ ବାକି ସବୁ ବିଫଳ ହୋଇଛନ୍ତି। ପିଙ୍କ ବଲ୍‍ ଦିବା ରାତ୍ର ଟେଷ୍ଟରେ ସଫଳ ହେବା ପାଇଁ କ୍ରିଜରେ ଧୈର୍ଯ୍ୟର ସହ ବ୍ୟାଟିଂ କରିବା ଆବଶ୍ୟକ। ମାତ୍ର ଆମ ଦଳର କୌଣସି ବ୍ୟାଟର କ୍ରିଜରେ ଛିଡ଼ା ହେବା ପାଇଁ ଚାହିଁନଥିଲେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୧୬୧ ରନ୍‍ର ଇନିଂସ ଖେଳିଥିବା ଯଶସ୍ୱୀ…

Read More