Author: Samir Rout

ପ୍ରଥମ ଖୋ ଖୋ ବିଶ୍ୱକପ୍ ପାଇଁ କାଉଂଟଡାଉନ୍ ଆରମ୍ଭ ଖେଳାଳିଙ୍କ ଫିଟନେସ ଉପରେ ଦିଆଯାଉଛି ଗୁରୁତ୍ୱ ଭାରତୀୟ ଖୋ ଖୋ ସଙ୍ଘ ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୧୩ରୁ ୧୯ ତାରିଖ ମଧ୍ୟରେ ଆୟାଜିତ ହେବ ପ୍ରଥମ ଖୋ ଖୋ ବିଶ୍ୱକପ୍‍। ଭାରତ ପ୍ରଥମ ସଂସ୍କରଣର ଆୟୋଜନ ଅଧିକାର ହାସଲ କରିଛି।  ଏହି ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବା ଲାଗି ଖୋ ଖୋ ସଙ୍ଘ (କେକେଏଫ୍ଆଇ), ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (ଏସ୍ଏଆଇ) ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସହଭାଗିତାରେ ଦିଲ୍ଲୀର ଜବାହାର ଲାଲ ନେହରୁ ଷ୍ଟାଡିୟମଠାରେ ଆସନ୍ତା ଡିସେମ୍ବର ୧୦, ୨୦୨୪ରୁ ଜାନୁଆରୀ ୧୧,୨୦୨୫ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିରର ଆରମ୍ଭ ହେବାକୁ ଯାଉଛି। ଏହି ଶିବିରରେ ୬୦ ଜଣ ପୁରୁଷ ଓ ୬୦ ଜଣ ମହିଳା ଖେଳାଳି ପ୍ରଶିକ୍ଷଣ ନେବେ। ଯାହାଙ୍କୁ ୬ ଜଣ କୋଚ୍ ଏବଂ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫ୍ ଓ ଫିଜିଓଥେରାପିଷ୍ଟ ସହଯୋଗ କରିବେ। ଭାରତବ୍ୟାପୀ…

Read More