Author: Samir Rout

ଆଡ଼ିଲେଡରେ ଷ୍ଟାର୍କ ପୂରଣ କଲେ ୫୦ ୱିକେଟ୍‍ ୨୦୨୪ରେ ବୁମରାଙ୍କ ୫୦ ୱିକେଟ୍‍ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ  ଦିବସରେ ଘରୋଇ ଦଳ ଅଷ୍ଟ୍ରେଲିଆ ଦଳର ଆଧିପତ୍ୟ ଜାରି ରହିଛି । ମିଚେଲ ଷ୍ଟାର୍କଙ୍କ ଘାତକ ପେସ୍ ବୋଲିଂର ମୁକାବିଲା କରିନପାରି ଭାରତ ପ୍ରଥମ ଇନିଂସରେ ମାତ୍ର ୧୮୦ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଷ୍ଟାର୍କ ୬ଟି ୱିକେଟ୍ ନେଇ ଅନେକ ରେକର୍ଡ ସ୍ଥାପନ କରିଥିଲେ । ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରା ମଧ୍ୟ କିଛି ରେକର୍ଡ ସ୍ଥାପନ କରିଥିଲେ। ବୁମରା ୨୦୨୪ ବର୍ଷରେ ସର୍ବାଧିକ ୱିକେଟ ଅର୍ଜନ କରିଛନ୍ତି। ଭାରତ ଆଜି ଟସ୍ ଜିତି ବ୍ୟାଟିଂ କରି ୧୮୦ ରନରେ ଅଲ୍ ଆଉଟ୍ ହୋଇଥିଲା । ଚଳିତ ବର୍ଷ ଭାରତ ଏଭଳି ଟସ ଜିତି ପ୍ରଥମେ ବ୍ୟାଟିଂ କରି ୩ଥର ୧୮୦ ରନ୍ ମଧ୍ୟରେ ଅଲ୍ ଆଉଟ୍ ହୋଇ…

Read More