Author: Samir Rout

ଆଇସିସି ପକ୍ଷରୁ ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଆଜି ତାଲିକା ଘୋଷଣା ହୋଇଛି । ଟିମ୍ ଇଣ୍ଡିଆର ପ୍ରମୁଖ ପେସ ବୋଲର ଯଶପ୍ରୀତ ବୁମରା ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ଓ ପାକିସ୍ତାନର ହ୍ୟାରିସ ରୌଫ ମଧ୍ୟ ଦୌଡ଼ରେ ରହିଛନ୍ତି । ଚଳିତବର୍ଡ଼ର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ରୋହିତ ଶର୍ମାଙ୍କ ଆନୁପସ୍ଥିତିରେ ବୁମରା ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଏହି ମ୍ୟାଚରେ ଭାରତ ୨୯୫ରନରେ ଘରୋଇ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ବୁମରା ଉଭୟ ଇନିଂସରେ ମୋଟ ୮ଟି (୫+୩) ୱିକେଟ ନେଇ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହି ପ୍ରଦର୍ଶନ ବଳରେ ସେ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରିଥିଲେ । ବୁମରା ଦ୍ୱିତୀୟ ଥର ଆଇସିସି ପୁରସ୍କାରେ ଦୌଡ଼ରେ ରହିଛନ୍ତି। ସେହିପରି ରୌଫଙ୍କ ଘାତକ ବୋଲିଂ ପ୍ରଦର୍ଶନ…

Read More