Author: Samir Rout

ଆଇସିସି ଘୋଷଣାକୁ ଅପେକ୍ଷା ପାକିସ୍ତାନର ସର୍ତ୍ତ ମାନିଲାନି ଆଇସିସି ହାଇବ୍ରିଡ୍‍ ମଡେଲରେ ଆଗାମୀ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବା ଏକପ୍ରକାର ନିଶ୍ଚିତ ହୋଇ ଯାଇଛି । କେବଳ ଆଇସିସିର ଘୋଷଣା ବାକି ରହିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଶେଷରେ ବିସିସିଆଇ ଆଗରେ ମୁଣ୍ଡ ନୁଆଁଇଛି । ଯଦିଓ ଆଇସିସ ପକ୍ଷରୁ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ସବୁକିଛି ଚୂଡ଼ାନ୍ତ ହୋଇ ସାରିଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି  । ଜୟ ଶାହ ନୂଆ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଥିଲା । ପାକିସ୍ତାନର କୌଣସି ଦାବିକୁ ଆଇସିସି ଗ୍ରହଣକରି ନଥିଲା । ପିସିବି ୩ଟି ସର୍ତ୍ତ ଆଇସିସି ନିକଟରେ ରଖିଥିଲା । ସେଗୁଡ଼ିକ ଥିଲା, ୨୦୩୧ ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ହାଇବ୍ରିଡ ମଡେଲ, ୨୦୨୫ ଚାମ୍ପିଅନ୍ସ…

Read More