Author: Samir Rout

ଦ୍ୱିତୀୟ ଦିନରେ ପଡ଼ିଲା ୧୪ ୱିକେଟ ହେଡ୍‍ଙ୍କ ଶତକ, ବୋଲାଣ୍ଡଙ୍କ ଘାତକ ବୋଲିଂ ଭାରତ ଦ୍ୱିତୀୟ ଇନିଂସ ୫/୧୨୮ ଆହୁରି ୨୯ ରନ୍ ପଛରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ କ୍ରମାଗତ ୨ଦିନ ଧରି ଘରୋଇ ଦଳ ଆଧିପତ୍ୟ ଜାରି ରଖିଛି। ଭାରତ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସନ୍ନ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି। ଅଷ୍ଟ୍ରେଲିଆ ସିରିଜ ବରାଜର କରିବା ପାଇଁ ପଥ ପ୍ରସ୍ତୁତ କରିବାରେ ଲାଗିଛି। ପ୍ରଥମ ଇନିଂସରେ ଭାରତ ୧୮୦ ରନ କରି ଅଲ୍‍ଆଉଟ୍‍ ହୋଇଥିଲା। ଏହାପରେ ଅଷ୍ଟ୍ରଲିଆ ଦମ୍‍ଦାର ବ୍ୟାଟିଂ ପ୍ରଥମ ଇନିଂସରେ ୩୩୭ ରନ୍ ସଂଗ୍ରହ କରିଥିଲା ଓ ମୋଟ ୧୫୭ ରନରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ ଟେଷ୍ଟ ଭଳି ଭାରତ ଏଥର ମଧ୍ୟ ଦ୍ୱିତୀୟ ଇନିଂସରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା କରାଯାଉଥିଲା। ମାତ୍ର ସ୍କଟ ବୋଲାଣ୍ଡ ଓ…

Read More