Author: Samir Rout

କ୍ରିକେଟ୍ ବ୍ୟତୀତ ପ୍ରଥମ ପସନ୍ଦ ଦାମୀ କାର୍‍, ଘଣ୍ଟା ଫୁଟବଲ୍, ଟେନିସ୍, କବାଡ଼ି, ରେସଲିଂ ଦଳର ସହ ମାଲିକ ୧୩କମ୍ପାନୀରେ ମାଲିକାନା ଓ ନିବେଶ ୩୨ ବ୍ରାଣ୍ଡ୍‍ ସହ ଚୁକ୍ତିବଦ୍ଧ ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର। ଅଗଣିତ କ୍ରିକେଟ ପ୍ରେମୀଙ୍କ ହୃଦ୍ ସ୍ପନ୍ଦନ। କ୍ରିକେଟ ଗ୍ରାଉଣ୍ଡ୍‍ରେ ତାଙ୍କ କଭର ଡ୍ରାଇଭ ଯେକୌଣସି ହାଇ ସ୍ପିଡ୍‍ ଫର୍ମୁଲା ୱାନ କାର୍‍ ଠାରୁ ମଧ୍ୟ ଦ୍ରୁତତମ ଓ ଦର୍ଶନୀୟ। ପଡ଼ିଆ ବାହାରେ ମଧ୍ୟ ତାଙ୍କ ଚାହିଦା ଆକାଶଛୁଆଁ। ବିଶ୍ୱର ବହୁ ପ୍ରତିଷ୍ଠିତ କମ୍ପାନୀ ତାଙ୍କ ସହ ଚୁକ୍ତି କରିବା ପାଇଁ ଆତୁର। ସେ ହେଉଛନ୍ତି ଟିମ ଇଣ୍ଡିଆ ଷ୍ଟାର୍‍ ବିରାଟ କୋହଲି। କୋହଲି କେବଳ କ୍ରିକେଟର୍‍ ହୋଇ ରହିନାହାନ୍ତି। ଅସଲରେ କହିବାକୁ ଗଲେ କୋହିଲା ଏବେ ଏକ ବ୍ରାଣ୍ଡ। କୋହଲିଙ୍କ ଆୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ତାଙ୍କ ବାର୍ଷିକ ଆୟ ୧୦୮୨ କୋଟିରେ ପହଞ୍ଚି ସାରିଛି।…

Read More