Author: Samir Rout

ବର୍ଡର-ଗାଭାସ୍କର ଟ୍ରଫିରେ  ହେଡ୍-ସିରାଜ ବାକ୍ ଯୁଦ୍ଧ ଆଇସିସିର ଅଜବ ଦଣ୍ଡ ବିଧାନ  ସିରାଜ କହିଲେ: ହେଡ୍‍ ମିଛୁଆ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଲଢେଇ ସମ୍ପ୍ରତି କ୍ରିକେଟ ମଇଦାନରୁ ବାହାରି ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଛି। ମ୍ୟାଚରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସ୍ଲେଜିଂ ଲାଗି ରହୁଥିବା ବେଳେ ଗ୍ରାଉଣ୍ଡ ବାହାରେ କ୍ରିକେଟ୍‍ ଭାଷ୍ୟକାରଙ୍କଠାରୁ ଆରମ୍ଭ କରି ସମୀକ୍ଷକଙ୍କ ପର୍ଯ୍ୟନ୍ତ ନିଜ ନିଜର ମନ୍ତବ୍ୟ ଦେବା ଓ ଖେଳାଳିଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଟ୍ରେଭିସ୍ ହେଡ ଓ ମହମ୍ମଦ ସିରାଜଙ୍କ ମଧ୍ୟରେ ହୋଇଥିବା ବାକ୍ ଯୁଦ୍ଧ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ଦ୍ୱିତୀୟ ଦିବସ ଷ୍ଟମ୍ପ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ହେଡ୍ ଏହିଘଟଣାର ଆଲୋକପାତ କରିବା ପରେ ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ଆସିସି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ଉଭୟ ଖେଳାଳିଙ୍କୁ ଦଣ୍ଡିତ କରିଛି ।…

Read More