Author: Samir Rout

ସେ ସଚିନ ତେନ୍ଦୁଲକର ନୁହଁନ୍ତି  ମାତ୍ର ୧୫ ବର୍ଷ ବୟସରେ କରିଛନ୍ତି ଟିମ୍ ଇଣ୍ଡିଆ ପାଇଁ ପଦାର୍ପଣ ସଚିନ ତେନ୍ଦୁଲକର ମାତ୍ର ୧୬ ବର୍ଷ ବୟସରେ ଭାରତ ପାଇଁ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିବାରେ ସେ ସର୍ବକନିଷ୍ଠ ଖେଳାଳି ଭାବେ ସେ ରେକର୍ଡ କରିଥିଲେ। ମାଷ୍ଟର ବ୍ଲାଷ୍ଟର ୧୯୮୯ରୁ ୨୦୧୩ ମଧ୍ୟରେ ୨୦୦ଟି ଟେଷ୍ଟ, ୪୬୩ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଥିଲେ। ମାତ୍ର ଆଉ ରେକର୍ଡ କାଏମ ରହିନାହିଁ। ତାଙ୍କଠୁ ବୟସରେ ସାନ ଜଣେ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ସଚିନ ତେନ୍ଦୁଲକର ୧୯୮୯ରେ ପାକିସ୍ତାନ ବିପକ୍ଷରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସଚିନଙ୍କୁ ତାଙ୍କ ପ୍ରାରମ୍ଭିକ ଦିନରେ ବ୍ୟାଟିଂ ବିସ୍ମୟ ଭାବେ ବିବେଚନା କରାଯାଉଥିଲା। ସେ କେବଳ ଗୋଟିଏ ଘରୋଇ ସିଜନ ଖେଳିବା ପରେ ଭାରତୀୟ ଦଳରେ ସ୍ଥାନ ହାସଲ କରିଥିଲେ। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ରଣଜୀ…

Read More