Author: Samir Rout

 ୬ଦେଶ ଏକତ୍ର ଆୟୋଜନ କରିବେ ୨୦୩୦ ସଂସ୍କରଣ  ଫିଫା କଂଗ୍ରେସ ବୈଠକରେ ନିଷ୍ପତ୍ତି ୧୨ବର୍ଷ ପରେ ଫିଫା ପୁରୁଷ ବିଶ୍ୱକପ ପୁଣି ଥରେ ଏସିଆ ମହାଦେଶକୁ ଫେରିବ । କତାର ୨୦୨୨ ସଂସ୍କରଣ ଆାୟୋଜନ କରିଥିଲା । ୨୦୩୪ ସଂସ୍କରଣ ଆୟୋଜନ ଅଧିକାର ସାଉଦି ଆରବକୁ ମିଳିଛି । ଆଜି ଫିଫା କଂଗ୍ରେସ ବୈଠକ ଅବସରରେ ସର୍ବ ସମ୍ମତି କ୍ରମେ ସାଉଦି ଆରବକୁ ୨୦୩୪ ସଂସ୍କରଣର ଆୟୋଜନ ଅଧିକାର ପ୍ରଦାନ କରାଯାଇଛି । ୨୦୩୦ ସଂସ୍କରଣକୁ ୬ଟି ଦେଶ ଏକସଙ୍ଗେ ଆୟୋଜନ କରିବେ । ଫିଫାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆର୍ଜେଣ୍ଟିନା, ପାରାଗୁଏ, ଉରୁଗୁଏ, ସ୍ପେନ୍, ପର୍ତ୍ତୁଗାଲ୍ ଓ ମରକ୍କୋକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି । ଫିଫା କଂଗ୍ରେସ ବୈଠକରେ ସମସ୍ତ ୨୧୧ଟି ଯାକ ଦେଶର ପ୍ରତିନିଧି ଭିଡ଼ିଓ ଯୋଗେ ମତଦାନ କରିଥିଲେ । ବର୍ତ୍ତମାନର ଫିଫା ବିଶ୍ୱକପ ନିଲାମ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ନରୱେ…

Read More