Author: Samir Rout

NEW WORLD CHESS CHAMPION: ଭାରତର ଏକମାତ୍ର ଚେସ ଯାଦୁଗର ଥିଲେ ବିଶ୍ୱନାଥନ ଆନନ୍ଦ। ୫ଥର ବିଶ୍ୱ ଟାଇଟଲ ଜିତିଥିଲେ ଓ ଅନେକ ପ୍ରସିଦ୍ଧ ଖେଳାଳିଙ୍କୁ ହରାଇଥିଲେ। ଦୀର୍ଘ ଦିନ ଧରି ସେ ବିଶ୍ୱ ଚେସରେ ରାଜୁତି କରିଥିଲେ। ନରୱେର ମାଗନସ କାର୍ଲସେନଙ୍କ ଆବିର୍ଭାବ ହେବା ପରେ ଆନନ୍ଦଙ୍କ ଆଧିପତ୍ୟରେ ବ୍ରେକ ଲାଗିଥିଲା। ସେବଠୁ ଭାରତ ଜଣେ ନୂଆ ତାରକାଙ୍କ ଅନ୍ୱେଷଣରେ ରହିଥିଲା। ୧୧ବର୍ଷ ପରେ ଭାରତର ଏହି ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ପଡ଼ିଛି। ଡୋମାରାଜୁ ଗୁକେଶଙ୍କ ଆବିର୍ଭାବ ଘଟିଛି। ସେ ଏବେ ଚେସ ଜଗତର ବାଦଶାହ। ୧୮ତମ ଖେଳାଳି ଭାବେ ଜିତିଲେ ବିଶ୍ୱ ଟାଇଟଲ  ୧୮ ବର୍ଷ ବୟସରେ ସର୍ବୋଚ୍ଚ ସ୍ଥାନ ସବୁ ଆଲୋଚନାର ଅନ୍ତ ଘଟିଛି । ୧୮ଦିନର କଡ଼ା ମୁକାବିଲା ପରେ ଡିଫେଣ୍ଡିଂ ଚାମ୍ପିଅନ୍ ଡିଙ୍ଗ ଲିରେନଙ୍କୁ ହରାଇ ଭାରତର ଡି ଗୁକେଶ ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି । ସର୍ବକନିଷ୍ଠ ଖେଳାଳି ଭାବେ ମାତ୍ର ୧୮…

Read More