Author: Samir Rout

Records: ହ୍ୟାରି ବ୍ରୁକ୍ ବିଦେଶରେ ଖେଳିଥିବା ପ୍ରଥମ ୧୦ଟି ଟେଷ୍ଟରେ ୭ଟି ଶତକ ହାସଲ କରି ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‍ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କ ଭଳି ବିଦେଶରେ ଆଉ କେହି ଏଭଳି ସଫଳତା ପାଇଛନ୍ତି ? ଗତ ସପ୍ତାହରେ ନ୍ୟୁଜିଲାଣ୍ଡ ବିପକ୍ଷ ବେସିନ୍ ରିଜର୍ଭରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡର ମଧ୍ୟ କ୍ରମ ବ୍ୟାଟର ହ୍ୟାରି ବ୍ରୁକ୍‍ ୧୨୩ ରନର ଇନିଂସ ଖେଳିଥିଲେ। ବିଦେଶରେ ଏହା ଥିଲା ତାଙ୍କର ସପ୍ତମ ଶତକ। ବିଦେଶ ଗ୍ରାଉଣ୍ଡରେ ସେ ମାତ୍ର ୧୦ଟି ଟେଷ୍ଟ ଖେଳି ୭ଟି ଶତକ ଅର୍ଜନ କରିସାରିଛନ୍ତି। ବିଦେଶରେ ପ୍ରଥମ ୧୦ଟି ଟେଷ୍ଟରେ ସର୍ବାଧିକ ଶତକ ରେକର୍ଡ ରହିଥିଲା କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ବ୍ୟାଟର ସାର ଡନ ବ୍ରାଡମ୍ୟାନଙ୍କ ନାମରେ। ସେ ୧୯୩୪ରେ ବିଦେଶରେ ୧୦ଟି ଟେଷ୍ଟରୁ ୬ଟି ଶତକ ଅର୍ଜନ କରିଥିଲେ। ପରେ ତାଙ୍କ ସହ ଯୋଡ଼ି…

Read More