Author: Samir Rout

ବିସିସିଆଇ ତ୍ରୁଟି ବୋଲିଂ ଆକ୍ସନ  ରହିଥିବା ବୋଲର ତାଲିକା ଘୋଷଣା କରିଛି। ବେରାଦା ଅଲରାଉଣ୍ଡର ଦୀପକ ହୁଡ଼ାଙ୍କ ନାମ ଏହି ତାଲିକାରେ ରହିଛି। ଯାହା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି। ହୁଡ଼ା ପୂର୍ବରୁ ଭାରତୀୟ ଦଳ ପକ୍ଷରୁ ଖେଳି ସାରିଛନ୍ତି। ଟି-ଟ୍ୱେଣ୍ଟିରେ ତାଙ୍କ ନାମରେ ଏକ ଶତକ ମଧ୍ୟ ରହିଛି। କେବଳ ସେତିକି ନୁହେଁ, ସେ ଦିନିକିଆରେ ୩ଟି ଓ ଟି-ଟ୍ୱେଣ୍ଟିରେ ୬ଟି ୱିକେଟ ନେଇସାରିଛନ୍ତି। ଏହା ବ୍ୟତୀତ ରଣଜୀ ଟ୍ରଫିରେ ୨୬, ଲିଷ୍ଟ ଏ’ରେ ୩୯ ଓ ଘରୋଇ ଟି-ଟ୍ୱେଣ୍ଟିରେ ୨୪ଟି ୱିକେଟ ନେଇସାରିଛନ୍ତି। ଦୀର୍ଘ ୧୧ ବର୍ଷ ଧରି ସେ ବୋଲିଂ କରୁଛନ୍ତି। ଏତେ ବର୍ଷ ପରେ ତାଙ୍କ ବୋଲିଂ ଆାକ୍ସନକୁ ତ୍ରୁଟିପୂର୍ଣ୍ଣ ଘୋଷଣା କରାଯିବା ସମସ୍ତଙ୍କୁ ଚକିତ କରିଛି। ତାଲିକାରେ ରହିଥିବା ଖେଳାଳିମାନେ ଆଗାମୀ ଆଇପିଏଲରେ ବୋଲିଂ କରିପାରିବେ ନାହିଁ। ଏହି ତାଲିକାରେ କର୍ଣ୍ଣାଟକ କ୍ରିକେଟ ସାସିଏସନର ମନୀଷ ପାଣ୍ଡେ, ଶ୍ରୀଜିତ କ୍ରିଷ୍ଣନ୍‍, ବରୋଦା କ୍ରିକେଟ ଆସୋସିଏସନ୍‍ର…

Read More