Author: Samir Rout

କୁଚ ବେହାର ଟ୍ରଫିରେ ଖେଳିଲେ ୨୯୭ ରନ୍‍ର ଇନିଂସ ଏକଦା ଧୂଁଆାଧାର ବ୍ୟାଟିଂ ବଳରେ ବିଶ୍ୱର ସବୁ ବୋଲରଙ୍କ ନିଦ ହଜାଇ ଦେଇଥିଲେ ଟିମ୍‍ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହଓ୍ୱାଗ। ଦୀର୍ଘ ୧୪ ବର୍ଷ ଧରି ବିଶ୍ୱ କ୍ରିକେଟ୍‍ରେ ରାଜୁତି କରିବା ସହ ସେହୱାଗ ବିସ୍ଫୋରକ ବ୍ୟାଟିଂର ପରିଭାଷା ବଦଳାଇ ଦେଇଥିଲେ। ମାତ୍ର ତାଙ୍କ ଅବସର ପରେ  ୧୦/୧୨ ବର୍ଷ ମଧ୍ୟରେ ଅନେକ ବ୍ୟାଟର ଅନ୍ତର୍ଜାତୀୟ କ୍ରିକେଟ୍‍ରେ ପାଦ ଦେଇଛନ୍ତି। କିନ୍ତୁ ସେହୱାଗଙ୍କ ସ୍ଥାନ ପୂରଣ ହୋଇପାରିନାହିଁ। ଖୁବ ଶୀଘ୍ର ସେହୱାଗଙ୍କ ପ୍ରତିଛବି ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ସେ ଆଉ କେହି ନୁହନ୍ତି, ସେହୱାଗଙ୍କ ପୁତ୍ର ଆର୍ଯ୍ୟବୀର। ନିକଟରେ ସିଲଂର ଏମ୍‍ସିଏ ଗ୍ରାଉଣ୍ଡରେ ଚାଲିଥିବା ୧୯ବର୍ଷରୁ କମ କୁଚ ବେହାର ଟ୍ରଫିର ଏକ ମ୍ୟାଚ୍‍ରେ ଆର୍ଯ୍ୟବୀର ୨୯୭ ରନ୍‍ର ଏକ ମାରାଥନ ଇନିଂସ ଖେଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ବାପାଙ୍କ ଭଳି ଆର୍ଯ୍ୟବୀର ମଧ୍ୟ ବିସ୍ଫୋରକ ସଟ୍‍ମାନ ଖେଳିଥିଲେ। ୩୦୯…

Read More